ୟାମି ଗୈାତମିଙ୍କ ସହ ବ୍ରେକ୍ ଅପ୍ ପରେ ଏବେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ପୁଲକିତ ସମ୍ରାଟ

Published By : Prameya-News7 Bureau | February 22, 2019 IST

ମୁମ୍ବାଇ ୨୨/୨: ଫୁକରେ ଫେମ୍ ପୁଲକିତ ସମ୍ରାଟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସଲମାନ ଖାନଙ୍କ ରାକ୍ଷୀ ଭଉଣୀ ଶ୍ବେତା ରୋହିରାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ସେ ଅଭିନେତ୍ରୀ ୟାମି ଗୈାତମିଙ୍କ ସହ ରିଲେସନଶିପରେ ଥିଲେ। କିନ୍ତୁ କିଛି ଦିନ ତଳେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା। ତାଙ୍କ ବ୍ରେକ୍ ଅପ୍ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏବେ ପୁଲକିତ ଆଉ ଜଣେ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି।

{"id":87635,"width":593,"height":416}

ପରିବାର ଲୋକେ ମନା କରିବାରୁ ୟାମି ଏବଂ ପୁଲକିତଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ଏବେ ତାଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀ ଏଣ୍ଟ୍ରି ମାରିଛନ୍ତି। ପୁଲକିତ ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ସହ ରିଲେସନସିପରେ ଅଛନ୍ତି। ଉଭୟେ ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳେ। ପୁଲକିତଙ୍କ ଜନ୍ମଦିନରେ କ୍ରିତି ଚେନ୍ନାଇ ଆସି ତାଙ୍କୁ ସରପ୍ରାଇଜ ଦେଇଥିଲେ। କ୍ରିତି ଏବେ ତାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ସମୀର ହଂସାରୀଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। କିନ୍ତୁ ଏବେ ଯାଏଁ ଦୁହେଁ ତାଙ୍କ ସମ୍ପର୍କ ବିଷୟରେ କାହାକୁ ଜଣାଇ ନାହାନ୍ତି।

{"id":87636,"width":597,"height":448}

ଦୁହେଁ ‘ବୀରେ ଦି ଓ୍ବେଡିଙ୍ଗ’ରେ ଏକାଠି କାମ କରିଥିଲେ। ପୁଣି ଥରେ ଏବେ ଦୁହେଁ ଏକାଠି ଫିଲ୍ମ କରିବେ ବୋଲି ସୂଚନା ମିଳିଛି। ସେ ଦୁହେଁ ନିର୍ଦ୍ଦେଶକ ଅନିସ ଆଜମୀଙ୍କ ଫିଲ୍ମ ‘ପାଗଲପନ୍ଥୀ’ରେ ନଜର ଆସିବେ। ଫିଲ୍ମର ସୁଟିଙ୍ଗ୍ ଏହି ମାସରେ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଅନେକ କଳାକାର କାମ କରିବେ।

{"id":87637,"width":594,"height":357}

ଏହି ଫିଲ୍ମରେ କ୍ରିତି ଏବଂ ପୁଲକିତଙ୍କ ବ୍ୟତୀତ ଉର୍ବଶୀ ରୈାତେଲା, ଜନ ଆବ୍ରାହମ୍,ଇଲିଆନା ଡିକ୍ରୃଜ,ଅରଶଦ ଓ୍ବାରସି,ସୈାରଭ ଶୁକ୍ଳା ଆଦି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ନିର୍ମାଣ ଦାୟିତ୍ବରେ ଅଛନ୍ତି ଭୂଷଣ କୁମାର,କୃଷ୍ଣା କୁମାର,କୁମାର ମନଘଟ ଏବଂ ଅଭିଷେକ ପାଠକ। ଫିଲ୍ମର ରିଲିଜ ଡେଟକୁ ନେଇ ଏଯାଏଁ କିଛି ଘୋଷଣା କରାଯାଇନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.