ବିଜିନେସ୍ ପାର୍ଟନରଙ୍କ ଧୋକା ଯୋଗୁଁ ଆତ୍ମହତ୍ୟା କଲେ ଶୁଭେନ୍ଦୁ

Published By : Prameya-News7 Bureau | February 14, 2019 IST

କେନ୍ଦୁଝର ୧୪|୨:  ବିଜିନେସ୍ ପାର୍ଟନରଙ୍କ ଧୋକା ଯୋଗୁଁ ଆତ୍ମହତ୍ୟା କଲେ ଯୁବକ । କେନ୍ଦୁଝର ଜିଲ୍ଲା ରାଇସୁଆଁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରେଳ ବିଭାଗର ଓଭରବ୍ରିଜ ସିଡିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଶୁଭେନ୍ଦୁ ସାହୁ ନାମକ ଯୁବକ । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପାର୍ଟନରରେ କାମ କରୁଥିଲେ ଶୁଭେନ୍ଦୁ । ଫଳରେ ୨୦ରୁ ୨୪ ଲକ୍ଷ ଟଙ୍କା କରଜରେ ଶୁଭେନ୍ଦୁ ବୁଡିଯାଇଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ସେ ସୁଇସାଇଡ୍ ନୋଟ୍ ରେ ଲେଖିଛନ୍ତି । ଆତ୍ମହତ୍ୟା ପାଇଁ ରାଇସୁଆଁ ଗାଁର କାର୍ତିକେଶ୍ବର ରାଉତ ଓ ପ୍ରଦୀପ କୁମାର ରାଉତଙ୍କୁ ଦାୟୀ କରିଛନ୍ତି ଶୁଭେନ୍ଦୁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.