ମହିଳାଙ୍କ ପରେ ଏବେ ଦିଲ୍ଲୀରେ ବରିଷ୍ଠ ନାଗରିକ ଓ ଛାତ୍ରଙ୍କ ଲାଗି ମାଗଣା ହୋଇପାରେ ବସ ସେବା, ଜାଣନ୍ତୁ କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 29, 2019 IST

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ‘ଆପ’ ସରକାର ମଙ୍ଗଳବାରଠାରୁ ଡିଟିସି ଓ କଲଷ୍ଟର ବସରେ ମହିଳାଙ୍କ ନିମନ୍ତେ ଯାତ୍ରା ନିଶୁଲ୍କ କରିଛନ୍ତି । ଭୟାଦୂଜ ଅବସରରେ ଆରମ୍ଭ ହୋଇଥିବା ମାଗଣା ପରିବହନ ସେବାକୁ ରାଜଧାନୀରେ ମହିଳାମାନେ ସ୍ୱାଗତ କରିଛନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହିଳାଙ୍କ ଲାଗି ଆରମ୍ଭ ହୋଇଥିବା ଏହି ସେବା ପରେ ବରିଷ୍ଠ ନାଗରିକ ଓ ଛାତ୍ରଙ୍କୁ ବି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକେ ଆପ’ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମର ସଫଳତା ତର୍ଜମା ପରେ ଏ ଦିଗରେ ପଦଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚେଇଛନ୍ତି। 

wp:html /wp:html

ରାଜଧାନୀରେ ଉଭୟ ବସ୍ ଓ ମେଟ୍ରୋରେ ମହିଳାଙ୍କ ଲାଗି ନିଶୁଲ୍କ ବସ୍ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ସରକାରଙ୍କ ନିବେଦନ କାର୍ଯ୍ୟକାରୀ କରିବାରେ ସାମାନ୍ୟ ବିଳମ୍ବ ହେବ ବୋଲି ମେଟ୍ରୋ କର୍ତ୍ତୃପକ୍ଷ କହିଛନ୍ତି। ହେଲେ ବସ୍ ରେ ଏହି ସେବା ଆରମ୍ଭ ହୋଇଯାଇଥିବା ବେଳେ ମହିଳା ଯାତ୍ରୀଙ୍କୁ କେବଳ କଣ୍ଡକ୍ଟରଙ୍କ ଠାରୁ ଏକ ପିଙ୍କ ଟିକେଟ୍ ନେବାକୁ ପଡୁଛି। ଏହି ଟିକେଟ୍ ବଦଳରେ ସରକାର ପରିବହନକାରୀ ସଂସ୍ଥାଙ୍କୁ ବସ ଭଡା ପୈଠ କରିବେ।

wp:html /wp:html

ରାଜଧାନୀ ଦିଲ୍ଲୀର ମୋଟ ଜନସଂଖ୍ୟାରୁ ମାତ୍ର ୧୧ ପ୍ରତିଶତ କର୍ମଜୀବୀ। ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମେଟ୍ରୋରେ ଯାତ୍ରା କରିଥାନ୍ତି। ତେବେ ମହିଳାମାନଙ୍କ ଲାଗି ସରକାରଙ୍କର କାର୍ଯ୍ୟକ୍ରମ ଏବେ ଉଭୟ କର୍ମଜୀବୀ ଓ ଛାତ୍ରୀ ଆଶ୍ୱସ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏବେ ସ୍କୁଲ କଲେଜରେ  ଛାତ୍ରୀମାନଙ୍କ ଉପସ୍ଥାନ ବିଳମ୍ବ ହେବନି କି ସେମାନଙ୍କୁ ଆଉ ଅଧାରୁ ପାଠ ଛାଡିବାକୁ ପଡିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଣୁ ମୁଖ୍ୟମନ୍ତ୍ରୀ ମନଇଛା ଯୋଜନା ଘୋଷଣା କରୁଥିବା ବିରୋଧୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.