Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁଜ-୭ ସାକ୍ଷାତକାର ଦେଖିବାପରେ ଅଭିଜିତ ବିରୋଧରେ ୱାରେଣ୍ଟ ଇସ୍ୟୁ କରାଯାଉ ବୋଲି କହିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ

20/09/2018 at 1:39 PM

ଭୁବନେଶ୍ବର ୨୦|୯: ଅଭିଜିତ ଆୟାର ଟ୍ବିଟ୍ ରେ ଓଡିଶାର ଇତିହାସ, ସଂସ୍କୃତି, ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ନ୍ୟୁଜ- ୭କୁ ସାକ୍ଷାତକାର ଦେଲାବେଳେ ପୁଣି ସେ ଯେଉଁ ଭଳି କଥା କହିଛନ୍ତି ତାହା ସମ୍ପୂର୍ଣ୍ଣଭାବେ ଓଡିଶା ବିଧାନସଭା ଏବଂ ବିଧାୟକମାନଙ୍କ ମର୍ଯ୍ୟଦା କ୍ଷୂର୍ଣ୍ମ କରୁଛି । ତେଣୁ ବିଧାନସଭାର ସମ୍ପୂର୍ଣ୍ଣ ଅଧିକାର ରହିଛି ତା ବିରୋଧରେ ୱାରେଣ୍ଟ ଇସ୍ୟୁ କରିପାରିବ । ବିଧାନସଭା ସେହି କ୍ଷମତା ଆଧାରରେ ଅଭିଜିତ ବିରୋଧରେ ୱାରେଣ୍ଟ ଇସ୍ୟୁ କରୁବୋଲି ବିଜେଡି ବିଧାୟକ ଅମର ଶତପଥୀ ଆଜି ଏ ସଂକ୍ରାନ୍ତୀୟ ସ୍ବତନ୍ତ୍ର ଆଲୋଚନାବେଳେ ଗୃହକୁ କହିଛନ୍ତି । ଏ ପ୍ରସଂଗରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଆଗତ କରିଥିବା ସ୍ବାଧୀକାର ପ୍ରସ୍ତାବକୁ ମଧ୍ୟ ଶ୍ରୀ ଶତପଥୀ ସମର୍ଥନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ନ୍ୟୁଜ-୭କୁ ସ୍ବତନ୍ତ୍ର ସାକ୍ଷାତକାର ଦେଲାବେଳେ ଓଡିଶାର ବିଧାୟକମାନେ ବୁଦ୍ଦୁ ବୋଲି ଅଭିଜିତ କହିଥିଲା । ଏହାକୁ ନେଇ ଶ୍ରୀ ଶତପଥୀ କ୍ଷୋଭ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନର ୧୯୪ଧାରା ଅନୁସାରେ ବିଧାୟକମାନେ ବିଧାନସଭାରେ ବିଭିନ୍ନ କଥା କହିପାରିବେ । ଏହା ବିଧାୟକଙ୍କ ସାମ୍ବିଧାନିକ ଅଧିକାର । ଏହା ଉପରେ ଅଦାଲତ ମଧ୍ୟ ପ୍ରଶ୍ନ କରିପାରିବେ ନାହିଁ । ବିଧାୟକଙ୍କ ଆଲୋଚନାକୁ ନେଇ ପ୍ରଶ୍ନ ଉଠାଇବାର ଅଧିକାର ଅଭିଜିତକୁ କିଏ ଦେଲା ବୋଲି ଅମର ପ୍ରଶ୍ନ କରିଛନ୍ତି । ନ୍ୟୁଜ-୭କୁ ଦେିଥିବା ସାକ୍ଷାତକାରରେ ଓଡିଶା ଏକ ଫାସିଷ୍ଟ ରାଜ୍ୟ, ଉତ୍ତର କୋରିଆଠାରୁ ଆହୁରି ନ୍ୟୁନ ବୋଲି କହିବା ନେଇ ମଧ୍ୟ ଶ୍ରୀ ଶତପଥୀ ଆପତ୍ତି ଉଠାଇଛନ୍ତି। ସର୍ବୋପରି ଏଭଳି ମନ୍ତବ୍ୟ ପାଇଁ ହେଉଥିବା ଗରଫ ଦାବୀ ସମ୍ପର୍କରେ ଅଭିଜିତ୍ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଅମର କହିଛନ୍ତି । ଅଭିଜିତ ଚ୍ୟାଲେଂଜ କରି କହିଥିଲା ଯେ, ଯଦି ଦମ୍ ଅଛି ତାହେଲେ ଗିରଫ କରି ଦେଖାଓ ।

   Related Posts