ଗଙ୍ଗା ନଦୀରେ ସ୍ନାନ କରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ : ୨ ଗିରଫ

Published By : Prameya-News7 Bureau | October 04, 2018 IST

ବରହା ୪|୧୦:  ଗଙ୍ଗା ନଦୀରେ ଗାଧୋଇବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୨ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ଗତ ସୋମବାର ଦିନ ବିହାରର ବରହା ପୋଲିସ ଥାନା ଅନ୍ତର୍ଗତ ଗଙ୍ଗା ନଦାରେ ଜଣେ ୪୫ବର୍ଷ ବୟସ୍କା ମହିଳା ପବିତ୍ର ସ୍ନାନ କରୁଥିବାବେଳେ ଶିବପୂଜନ ମହାତୋ ନାମରେ ଜଣେ ବ୍ୟକ୍ତି ପାଣି ମଧ୍ୟରୁ ମହିଳାଙ୍କୁ ଟାଣି ଆଣିଥିଲେ । ପରେ ଅନ୍ୟମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାର ଭିଡିଓ ରେକର୍ଡିଂ ବିଶାଳ ନାମକ ଜଣେ ବ୍ୟକ୍ତି କରିଥିଲା । ଏହି ଭିଡିଓରେ ଦୁଷ୍କର୍ମକାରୀଙ୍କୁ ପିଡୀତା ଅନୁନୟ ହୋଇ ଛାଡିଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ପବିତ୍ର ଗଙ୍ଗା ମାତାର ଦ୍ବାହି ଦେଇ ମଧ୍ୟ ସେ ବିକଳ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପିଡୀତା ବରହା ପୋଲିସ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିଲା । ଗଣଦୁଶଷ୍କର୍ମର ଭିଡିଓ ଭାଇରାଲ ହେବାପରେ ଯାଇ ପୋଲିସର ନିଦ ଭାଙ୍ଗିଥିଲା । ବରହା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ଦୁଷ୍କର୍ମକାରୀଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.