Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଟିକାକରଣ ପରେ ବି କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

18/05/2021 at 5:24 PM

ନୂଆଦିଲ୍ଲୀ ୧୮।୫: କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ସାରା ଦେଶରେଏବେ ଟିକାକରଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରମାନେ ଅଭିଯାନ ଚଳାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ହେଉଛି। ଏଣୁ ସାରା ଦେଶରେ ଏପର୍ଯ୍ୟନ୍ତ ୧୮ କୋଟି ୪୦ଲକ୍ଷ ୫୩ ହଜାର ୧୪୯ ଜଣଙ୍କ ଟିକାକରଣ ହେଲାଣି। ତେବେ ଟିକାକରଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟିକା ନେବା ପରେ ବି ଲୋକେ କରୋନାରେ ଦ୍ରୁତ ସଂକ୍ରମଣ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଦେଶର ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡା.କେ.କେ.ଅଗ୍ରୱାଲଙ୍କ ପରଲୋକ ପରେ ଭାକ୍ସିନେସନକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଡା.କେ.କେ. ଅଗ୍ରୱାଲ କରୋନା ଭାକ୍ସିନର ଦୁଇଟିଜାକ ଡୋଜ ନେଇ ସାରିଥିଲେ।  ତେବେ କରୋନାକୁ ମାତ ଦେବାରେ ସେ ସଫଳ ହୋଇ ପାରିନାହାନ୍ତି। ଡା.ଅଗ୍ରୱାଲ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୧ ସପ୍ତାହ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ବଦଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

ଏହି ଘଟଣା ପରେ କରୋନା ଭାକ୍ସିନକୁ ନେଇ ଚର୍ଚ୍ଚା ହେବା ସ୍ୱଭାବିକ। ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେବା ପରେ କିପରି ସତର୍କତା ଅବଲମ୍ବନ କରାଯିବା ଦରକାର ଅଥବା ଟିକା ନେଇଥିଲେ କରୋନାରୁ କିପରି ଦୂରେଇ ରହି ହେବ ଏହାକୁ ନେଇ ଡାକ୍ତରଙ୍କ ରାୟ ଜାଣିବାକୁ ଉଦ୍ୟମ କରାଯାଇଛି। ତେବେ ଡାକ୍ତରମାନେ ପ୍ରସଙ୍ଗରେ କ’ଣ କହିଛନ୍ତି ଆସନ୍ତୁ ଜାଣିବା। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ଙ୍କ ବରିଷ୍ଠ ପଦାଧିକାରୀ ତଥା ଡାକ୍ତର ଅନୀଲ ଗୋୟଲଙ୍କ କହିବା କଥା ହେଲା କେହି କରୋନା ଟିକାର ଗୋଟିଏ ଅଥବା ଦୁଇଟିଜାକ ଡୋଜ ନେଇ ସାରିଛନ୍ତି ଓ ତାଙ୍କୁ କରୋନା ଛୁଇଁବନି ସେପରି ଭାବିବା ଭୁଲ। ଏଥିରୁ ବର୍ତ୍ତିବାକୁ ହେଲେ ସମସ୍ତ ଜରୁରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଡ.ଗୋୟଲ କହିଛନ୍ତି ଯେ କରୋନା ଭାକ୍ସିନ ପ୍ରଥମ ଡୋଜ ନେବାର ମାସକ ପରେ ନିଜର ଆଣ୍ଟିବଡି ପରୀକ୍ଷଣ ବା ଚେକଅପ କରାଇ ନେବା ଜରୁରି। ଟିକା ନେବା ପରେ ୭୦ରୁ ୯୦ ପ୍ରତିଶତ ଆଣ୍ଟିବଡି ହେବା ନିତ୍ୟାନ୍ତ ଆବଶ୍ୟକ। ଏଣୁ ଟିକାକରଣ ପରେ ବି ଲୋକେ ସଂକ୍ରମିତ ହେବା ତାଙ୍କଠାରେ ପ୍ରତିରୋଧକ କ୍ଷମତା ଅର୍ଥାତ ଇମ୍ୟୁନିଟି କମ୍‌ ବୋଲି ବୁଝାଯାଉଛି। ଡା. ଗୋୟଲଙ୍କ ଅନୁସାରେ କରୋନା ଏକ ମ୍ୟୁଟାଣ୍ଟ ଭାଇରସ। ଏଣୁ ଟିକାକରଣ କରାଇଥିଲେ ବି ସଂକ୍ରମିତ ହେବେନି ସେମିତି ଭାବିବା ଉଚିତ ନୁହେଁ। ଏଣୁ ନିଜର ବିଶେଷ ଯତ୍ନ ନେବା ମଧ୍ୟ ଆବଶ୍ୟକ। ସେହି ଅନୁସାରେ ଜନ ଗହଳିପୂର୍ଣ୍ଣ ଅଞ୍ଚଳରୁ ନିଜକୁ ଦୂରେଇ ରଖିବା, ନିଜର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା, ହାତକୁ ବାରମ୍ବାର ପାଣିରେ ଧୋଇବା, ମାସ୍କ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେହିପରି ଯେଉଁମାନେ ୱାର୍କ ଫ୍ରମ ହୋମ କରୁଛନ୍ତି ସେମାନେ ଓଭର ଟାଇମ ନ କରିବାକୁ ଡା. ଗୋୟଲ କହିଛନ୍ତି। ଯେଉଁ ଡାକ୍ତରମାନେ ୮ ଘଣ୍ଚାରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେପରି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦୁଇ ଡୋଜ ଭାକ୍ସିନ ପରେ ବି ଡାକ୍ତର ନିଜ ଟାଇମିଂ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲିସେ କହିଛନ୍ତି। ଡାକ୍ତରମାନେ କୋଭିଡରେ ମଧ୍ୟ ନିଜର ଡ୍ୟୁଟି ଜାରି ରଖିଛନ୍ତି। ସେମାନେ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ନିଜର ଅଧିକ ଯତ୍ନ ନେବା ଦରକାର ବୋଲି ଡା. ଗୋୟଲ କହିଛନ୍ତି।

ଦେଶରେ କରୋନା ଦ୍ୱିତୀୟ ଲହର ଆରମ୍ଭରୁ ଏପର୍ଯ୍ୟନ୍ତ ୨୬୯ ଜଣ ଡାକ୍ତରଙ୍କୁ ଗିଳି ସାରିଲାଣି। ଏହା ପୂର୍ବ ଲହରରେ ସାରା ଦେଶରେ ୭୪୮ ଜଣ ଡାକ୍ତର ପ୍ରାଣ ହରାଇଥିଲେ। ବିହାରରେ ସବୁଠୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୭୮ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ଏହା ପଛକୁ ଉତ୍ତରପ୍ରଦେଶରେ ୩୭, ଆନ୍ଧ୍ରପ୍ରଦେଶରେ ୨୨, ମହାରାଷ୍ଟ୍ରରେ ୧୪, ପଶ୍ଚିମବଙ୍ଗରେ ୧୪, ତାମିଲନାଡୁରେ ୧୧, ଓଡିଶାରେ ୧୦ ଓ କର୍ଣ୍ଣାଟକରେ ୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି।କରୋନା ଦ୍ୱିତୀୟ ଲହରରେ ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୮ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି। ଏହା ଛଡା ଆସାମ, ଛତିଶଗଡ, ଗୁଜରାଟ, ଗୋଆ, ହରିୟାଣା, ଜମମୁ-କାଶ୍ମୀର, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ତ୍ରିପରା ଓ ଉତ୍ତରାଖଣ୍ଡରେ ମଧ୍ୟ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଆଇଏମଏଙ୍କ ସୂଚନାରୁ ଜଣାପଡିଛି।

   Related Posts