Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟିକା ନେବା ପରେ ମଣିଷ ଶରୀରରେ ବୃଦ୍ଧିପାଉଛି ଚୁମ୍ୱକୀୟ ଶକ୍ତି: ଲାଗିଯାଉଛି ଷ୍ଟିଲ ବାସନ

13/06/2021 at 2:49 PM

ଢେଙ୍କାନାଳ ୧୩/୬: ଭାକସିନ ନେବା ପରେ ଦେହରେ ସୃଷ୍ଟି ହେଉଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଆଉ ସେହି ଚୁମ୍ବକୀୟ ଶକ୍ତି ବଳରେ ଦେହରେ ଲାଗି ରହୁଛି ଷ୍ଟିଲ ବାସନ କୁସନ । କଂସା ତାଟିଆଠାରୁ ଆରମ୍ଭ କରି ଚାମଚ, ଚାବିକାଠି, କିଛି କଏନ ମଧ୍ୟ ଲାଗିରହୁଛି । ଏଭଳି ଦାବି କରିଛନ୍ତି ଢେଙ୍କାନାଳ ଦକ୍ଷିଣକାଳୀ ଅଞ୍ଚଳର ଦମ୍ପତି ରମେଶ ଚନ୍ଦ୍ର ସାହୁ ଓ ଗିତାଞ୍ଜଳୀ ସାହୁ ।

ସେମାନଙ୍କ କହିବା ମୁତାବକ ରମେଶ ଚନ୍ଦ୍ର ସାହୁ ଗତ ମେ ମାସ ୧୮ ତାରିଖରେ ଓ ତାଙ୍କ ପତ୍ନୀ ଗିତାଞ୍ଜଳୀ ମେ ୨୪ ତାରିଖରେ କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିଲେ । ଆଉ ଏବେ ହଠାତ ଉଭୟଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ଉତ୍ପନ ହୋଇଛି । ଏହିଭଳି ଘଟଣା ପରେ ତାଙ୍କ ମନରେ ସାମାନ୍ୟ ଭୟ ସୃଷ୍ଟି ହେଉଛି ବୋଲି କହିଛନ୍ତି ପତ୍ନୀ ଗିତାଞ୍ଜଳୀ । ଏହି ଘଟଣା ପରେ ଦକ୍ଷିଣକାଳୀ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି ।

ଗତକାଲି ମଧ୍ୟ ନୀଳଗିରି ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କ ଠାରେ ଏମିତି ଅପରୂପ ଘଟଣା ଘଟିଥିଲା । ଏମିତି ଭାବେ ଷ୍ଟିଲ ଚାମଚ ସବୁ ଶରୀରରେ ଲାଗି ରହୁଥିବା ନେଇ ଦେଖିବାକୁ ମିଳିଥିଲା ।

   Related Posts