Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବାଇଡେନ ପ୍ରଶାସନର ଟ୍ରାଭଲ ଆଡଭାଇଜରିର ପ୍ରଭାବ, ଭାରତରୁ ଆମେରିକା ବିମାନ ଭଡ଼ା ବଢ଼ିଲା ୩ ଗୁଣା

25/04/2021 at 6:28 PM

ନୂଆଦିଲ୍ଲୀ ୨୫।୪: ଭାରତରେ କୋଭିଡ-୧୯ ସଂକ୍ରମଣ ହାର ବୃଦ୍ଧିକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ଆମେରିକା ସରକାର। ନାଗରିକଙ୍କ ଲାଗି ଟ୍ରାଭଲ ଆଡଭାଇଜରି ଜାରି କରିଥିବା ବେଳେ ଭାରତରୁ ଆମେରିକା ବିମାନ ଟିକେଟ ଦର ପ୍ରାୟ ୩ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବିମାନ ଉଦ୍ୟୋଗରୁ ମିଳୁଥିବା ସୂଚନାରୁ ଏପର୍ଯ୍ୟନ୍ତ ୫୦ ହଜାର ଟଙ୍କା ଥିବା  ଭାରତ-ଆମେରିକା ଇକୋନମି କ୍ଲାସ୍‌ ଟିକେଟ୍‌ ଦର ଅଚାନକ ବଢି ଦେଢଲକ୍ଷ ଟଙ୍କାକୁ ପହଞ୍ଚିଛି। ସେହି ଅନୁସାରେ ଅନ୍ୟ ଶ୍ରେଣୀରେ ଟିକେଟ ଦର ମଧ୍ୟ ବଢିଛି।

ଆମେରିକା ସରକାର ନାଗରିକଙ୍କ ଲାଗି ଗୁରୁବାର ଟ୍ରାଭଲ ଆଡଭାଇଜରି ଜାରି କରିଥିଲେ। ତା ପରେ ପରେ ଟିକେଟ୍‌ ଦର ବୃଦ୍ଧି ହୋଇଛି। ଭାରତ-ଆମେରିକା ଉଡାଣ ବନ୍ଦ ହେବା ଆଶଙ୍କା ଉପୁଜିଛି। ଏଣୁ ଗତବର୍ଷ ଭଳି ଲୋକେ ଭାରତରେ ଫଶି ରହିବାକୁ ଚାହୁଁ ନାହାନ୍ତି।  ଆମେରିକା ଯାତ୍ରା ଲାଗି ଚାହିଦା ବୃଦ୍ଧି କାରଣରୁ ଟିକେଟ ଦର ବୃଦ୍ଧି ହୋଇଛି।

ଏବେ ଜର୍ମାନ, ବ୍ରିଟେନ ଓ ସାଉଦୀ ଆରବ ସମେତ ଅନେକ ଦେଶ ଭାରତକୁ ବିମାନ ନିଷିଦ୍ଧ କରିଛନ୍ତି। ୟୁଏଇ ରବିବାର ଭାରତ ଲାଗି ଉଡାଣ କଟକଣା ଜାରି କରିଛନ୍ତି। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଭାରତରୁ ୟୁଏଇ ଅଥବା ସେଠାରୁ ଭାରତକୁ ବିମାନ ଚଳାଚଳ କରିବ ନାହିଁ। ଗତ ଗୁରୁବାର ଆମେରିକା ଜାରି କରିଥିବା ଟ୍ରାଭଲ ଆଡଭାଇଜରିରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ  ଓ ମାଲଦ୍ୱୀପକୁ କ୍ୟାଟେଗରୀ ୪ରେ ସ୍ଥାନିତ କରିଛି। ଆମେରିକୀୟ ନାଗରିକଙ୍କୁ ଏହି ସବୁ ଦେଶକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ତେବେ କେବଳ ଆମେରିକା ଟିକେଟ୍ ନୁହେଁ ଦେଶ ଭିତରେ ମଧ୍ୟ ଚାର୍ଟର ବିମାନ ସେବା ଭଡ଼ା ବୃଦ୍ଧି ହୋଇଛି। ଛୋଟଛୋଟ ସହରରୁ କୋଭିଡ ରୋଗୀଙ୍କୁ ଉଚ୍ଚମାନର ଡାକ୍ତରୀ ସେବା ଲାଗି ବଡବଡ ସହରକୁ ନିଆଯାଉଥିବାରୁ ବିମାନ ଭଡ଼ା ବୃଦ୍ଧି ପାଇଛି। ଏହି ସବୁ ବିମାନ ଏବେ ଏୟାର ଆମ୍ବୁଲାନ୍ସ ଭାବେ ବ୍ୟବହୃତ ହେଉଥିବାରୁ ବଡା ଦୁଇଗୁଣା ବୃଦ୍ଧି ହୋଇଥିବା ଜଣାପଡିଛି।     

   Related Posts