ଅଶୋଧିତ ତୈଳ ମୂଲ୍ୟରେ ରେକର୍ଡ ବୃଦ୍ଧି, ୨ ବର୍ଷ ପରେ ପହଞ୍ଚିଲା ଐତିହାସିକ ସ୍ତରରେ

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୬।୩: ସାରା ବିଶ୍ୱରେ  ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ପ୍ରାୟ ୨ ବର୍ଷ ପରେ ବାରଲ ପିଛା ଦର ଉଚ୍ଚତମ ସ୍ତରରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ବାରଲ ପିଛା ଦର ୧୦ ଡଲାର ବୃଦ୍ଧି ନେଇ ଗୋଲ୍ଡମେନ୍‌ ସେସ୍‌ର ପୂର୍ବାନୁମାନ ସତ୍ୟପ୍ରମାଣିତ ହେବାକୁ ଯାଉଛି।

{"id":418826,"sizeSlug":"large","linkDestination":"none"}

କରୋନା ଭାଇରସ ମହାମାରୀ ଲାଗି ବିଶ୍ୱର ଅନେକ ଦେଶରେ ଲକଡାଉନ୍‌ ଜାରିରହି ଥିଲା। ସଂକ୍ରମଣ ହ୍ରାସ ସହ ଲକଡାଉନ୍‌ ହଟୁଥିବା ବେଳେ ଅଚାନକ ତୈଳ ଚାହିଦା ବଢିଯାଇଛି। ଗୋଟିଏପଟେ ଚାହିଦା ବୃଦ୍ଧି ହୋଇଥିବା ବେଳେ ଅନ୍ୟପଟେ ତୈଳ ଉତ୍ପାଦନକାରୀ ଦେଶଙ୍କ ଓପେକ୍‌ ପ୍ଲସ  ଉତ୍ପାଦନ ହ୍ରାସ ନିଷ୍ପତ୍ତିରୁ ଓହରୁ ନାହାନ୍ତି । ଫଳରେ ପରିସ୍ଥିତି  ଉତ୍କଟ ହେବାକୁ ଯାଉଛି। 

{"id":418827,"width":576,"height":576,"sizeSlug":"large","linkDestination":"none"}

ଆମେରିକା ବ୍ରେଣ୍ଟ କ୍ରୁଡ ବାରଲ ପିଛା ଦର ଶୁକ୍ରବାର ୬୭.୪୪ ଡଲାରରେ କାରବାର କରିଥିବା ବେଳେ ଆମେରିକା ବଜାରରେ ତୈଳ ଦର ୫.୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସାଉଦୀ ଆରବର ଉତ୍ପାଦନ ହ୍ରାସ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ। ଏହି ନିଷ୍ପତ୍ତି ଯୋଗୁ ଦୈନିକ ୧୦ ଲକ୍ଷ ବାରଲ ଉତ୍ପାଦନ ହ୍ରାସ ଏବେ ସିଧା ବଜାରକୁ ପ୍ରଭାବିତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.