Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଥମିବାର ନାଁ ନେଉନି ନବଜାତକଙ୍କ ମୃତ୍ୟୁ, ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌

3/01/2020 at 8:52 PM

କୋଟା୩/୧: ରାଜସ୍ଥାନ କୋଟାରେ ନବଜାତକଙ୍କ ମୃତ୍ୟୁ ଥମିବାର ନାଁ ନେଉନି  । କୋଟା ଜେ.କେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି ଶିଶୁ ମୃତ୍ୟୁ ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ ହସ୍ପିଟାଲ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ଜୟପୁରରୁ ମଧ୍ୟ ବିଶେଷଜ୍ଞ ଟିମ ହସ୍ପିଟାଲ ପରିଦର୍ଶନ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ କଥା ହୋଇଛନ୍ତି । ଏତେ ସଂଖ୍ୟକ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ବି ଗରମ ହେବାରେ ଲାଗିଛି ।

ରାଜସ୍ଥାନ କୋଟାରେ ନବଜାତକଙ୍କ ମୃତ୍ୟୁ ଥମିବାର ନାଁ ନେଉନି । ଡିସେମ୍ବର ମାସରୁ ଏବେ ସୁଦ୍ଧା ଜେ.କେ ଲୋନ୍ ହସ୍ପିଟାଲ୍‌ରେ ୧୦୪ ନବଜାତକଙ୍କ ମୃତ୍ୟୁ ହେଲାଣି । ବର୍ଷର ପ୍ରଥମ ଦିନରେ ହିଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି । ନବଜାତକଙ୍କ ଏଭଳି ମୃତ୍ୟୁ ସମୀକ୍ଷା ପାଇଁ ଆଜି କେନ୍ଦ୍ରୀୟ ଟିମ ହସ୍ପିଟାଲ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଟିମରେ ଯୋଧପୁର ଏମ୍ସର ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟ, ଅର୍ଥ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ସାମିଲ ଥିଲେ ।

ଏହାସହ ଜୟପୁର ଠାରୁ ମଧ୍ୟ ବିଶେଷଜ୍ଞ ଟିମ ହସ୍ପିଟାଲ ପରିଦର୍ଶନରେ କରିଛନ୍ତି । କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବାପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ଗତବର୍ଷ ଜେ.କେ. ଲୋନ୍ ସରକାରୀ ହସ୍ପିଟାଲରେ ୯୬୩ ନବଜାତକଙ୍କ  ମୃତ୍ୟୁ ହୋଇଛି ।

କୋଟାରେ ନବଜାତକଙ୍କ ମୃତ୍ୟୁ ନେଇ ରାଜନୀତି ବି ବେଶ ସରଗରମ ହେବାରେ ଲାଗିଛି । ବିଜେପି ଏନେଇ ରାଜସ୍ଥାନ ସରକାରଙ୍କୁ ସମାଲୋଚନା କରିଛି । ସେପଟେ ରାଜସ୍ଥାନ ସରକାର ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଳାୟର ରିପୋର୍ଟ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି କି ଉତ୍ତର ପ୍ରଦେଶ , ବିହାର , ଝାଡଖଣ୍ଡ ଓ ଗୁଜୁରାତରେ ନବଜାତକଙ୍କ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ରାଜସ୍ଥାନରେ ଏହା ବହୁତ୍ କମ୍ ।

ଏପରିକି ବିଜେପି ଶାସନ ସମୟରେ ୨୦୧୫ରେ ଏହି ହସ୍ପିଟାଲ୍‌ରେ ଗୋଟିଏ ମାସରେ ୧୫୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରାଜସ୍ଥାନ ସରକାର । ସେ ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ଭିତ୍ତିରେ ରିପୋର୍ଟ ମାଗିଥିବା ବେଳେ ଏହାକୁ ନେଇ ଚାପରେ ଆସିଛନ୍ତି ଗେହଲଟ ସରକାର । ନବଜାତକଙ୍କ ମୃତ୍ୟୁକୁ ନେଇ ଜେ.କେ ଲୋନ୍‌ ହସ୍ପିଟାଲ୍‌ ବାହାରେ ଆନ୍ଦୋଳନ ଚଳାଇଥିବା କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଛି ।

୨୦୧୪ ରେ ୧୫ ହଜାର ୭୧୯ ପିଲା ଭର୍ତ୍ତି ହୋଇଛନ୍ତି । ଯେଉଁଥିରେ ୧୧୯୮ ପିଲାଙ୍କ ମୃତ୍ୟୁ ହୋଇଥିଲା । ୨୦୧୫ ରେ ୧୭ ହଜାର ୫୭୯ ନବଜାତକ ଭର୍ତ୍ତି ହୋଇଥିବା ବେଳେ ୧୨୬୦ ଜଣଙ୍କର ମୃତ୍ୟୁ ହୋଇଛି

   Related Posts