ସିଡନୀରେ ଦୁଇଟି ପରାଜୟ ପରେ ଭାରତୀୟ ଦଳରେ ପୁଣି ଥରେ ଅଧିନାୟକତ୍ଵ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 30, 2020 IST

ମୁମ୍ବାଇ ୩୦।୧୧: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିବା ପରେ ପୁଣି ଥରେ ଅଲଗା ଅଲଗା ଫର୍ମାଟ୍‌ରେ ଅଲଗା ଅଲଗା ଅଧିନାୟକ କରାଯିବ ବିତର୍କ ପୁଣି ଥରେ ଆରମ୍ଭ ହୋଇ ଯାଇଛି।

ରୋହିତ ଶର୍ମା ଅଧିନାୟକ ଭାବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନେକ ସଫଳତା ଦେଇଛନ୍ତି। ଅ୍ୟପଟେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ଦୁଇଟି ଆଇସିସି ଟୂର୍ଣ୍ଣାମେଣ୍ଟ ୨୦୧୭ ଆଇସିସି ଚମ୍ପିଆନ ଟ୍ରଫି ଓ ଗତ ବର୍ଷ ଆୟୋଜିତ ବିଶ୍ଵକପରେ ବିଫଳ ହୋଇଛି। ଏବେ କ୍ରମାଗତ ୫ଟି ଦିନିକିଆରେ ଭାରତ ପରାଜିତ ହେବା ଏହି ବିତର୍କକୁ ଆହୁରି ଇନ୍ଧନ ଯୋଗାଇଛି।

{"id":370463,"sizeSlug":"large"}

ମାତ୍ର ବଡ ପ୍ରଶ୍ନ ହେଉଛି ସମୟକୁ ନେଇ। ଆଗାମୀ ୩ ବର୍ଷରେ ତିନୋଟି ବିଶ୍ଵକପ୍‌ ହେବାକୁ ଯାଉଛି। ଦୁଇଟି ଟି-୨୦ ବିଶ୍ଵକପ୍ ଓ ୨୦୨୩ରେ ୫୦ ଓଭର ବିଶ୍ଵକପ୍। ଏବେ ପ୍ରଶ୍ନ ଉଠୁଛି କଣ ଏହା ଅଧିନାୟକ ବଦଳାଇବାର ଉପଯୁକ୍ତ ସମୟ।

ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍‌ରେ କୋହଲିଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠିଛି। ବିଶେଷ କରି ଦ୍ଵିତୀୟ ଦିନିକିଆରେ ଯେଉଁଠି ଭଲ  ବୋଲିଂ କରିଥିବା ଯଶପ୍ରୀତ ବୁମରାଙ୍କୁ କେବଳ ଦୁଇ ଓଭର ପରେ ହଟାଇ ଦିଆଯାଇଥିଲା। ନବଦୀପ ସାଇନିଙ୍କୁ ବୋଲିଂ କରିବାକୁ ଦିଆଯାଇଥିଲା। ଏଠାରୁ ହିଁ ଅଷ୍ଟ୍ରେଲିଆ ଭାରତୀୟ ବୋଲିଂ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା।

{"id":370461,"sizeSlug":"large"}

ବୁମରାଙ୍କୁ ଯେଉଁଭଳି ଗତକାଲି ମ୍ୟାଚ୍‌ରେ ଉପଯୋଗ କରାଗଲା, ସେଥିରେ ପୂର୍ବତନ ବାମହାତୀ ଓପନିଂ  ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ବହୁତ ନିରାଶ ପ୍ରକାଶ କରିଛନ୍ତି। ଗମ୍ଭୀର ପୂର୍ବରୁ ମଧ୍ୟ କୋହଲିଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି। ଆଇପିଏଲରେ  ବେଙ୍ଗାଲୁରୁକୁ ଗୋଟିଏ ହେଲେ ଟ୍ରଫି ଦେଇ ପାରିନବାରୁ ଏହାକୁ ନେଇ ଗମ୍ଭୀର କୋହଲିଙ୍କ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲ। ବୁମରାଙ୍କ ବିଷୟରେ ଗମ୍ଭୀର କହିଛନ୍ତି, ମୁଁ ବୁଝି ପାରୁନାହିଁ ଯେ ଯଦି ଆପଣଙ୍କ ପାଖରେ ବୁମରାଙ୍କ ପରି ବୋଲର ଅଛନ୍ତି ଏବଂ ଆପଣ ତାଙ୍କୁ ପ୍ରାରମ୍ଭରେ ମାତ୍ର ୨ ଓଭର ବୋଲିଂ କରିବାକୁ ଦେବେ, ତାହା ନିଶ୍ଚିତ ରୂପେ ଭୁଲ୍ ରଣନୀତି।

ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା କହିଛନ୍ତି, କୋହଲି  ବୋଲିଂରେ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। ଏହା ସହିତ କହିଛନ୍ତି, କୋହଲି ବ୍ୟାଟିଂକୁ ନେଇ ବହୁତ ତରବରିଆ ହେଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ଲାଗିଥିଲା ଯେ, କୋହଲି ବହୁତ ତରବରିଆ ଭାବେ ବ୍ୟାଟିଂ କରୁଛନ୍ତି। କୋହଲି ଅନେକ ଥର ୩୫୦ ଲକ୍ଷ୍ୟର ପିଛା କରି ହାସଲ କରିଛନ୍ତି। କିନ୍ତୁ ଏଥର ଲାଗିଲା, ସେ ୩୭୫ ନୁହେଁ ୪୭୫ ରନର ପିଛା କରୁଛନ୍ତି।

{"id":370462,"sizeSlug":"large"}

କୋହଲିଙ୍କ ରେକର୍ଡ ଉପରେ ନଜର ପକାଇଲେ ଦେଖିବା ଯେ, ସେ ଏ ପର୍ଯ୍ୟନ୍ତ ୨୫୦ ଦିନିକିଆରେ ୧୧,୯୭୭ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୯.୨୯ ରହିଛି ଏବଂ ଷ୍ଟ୍ରାଇକ୍ ରେଟ୍ ୯୩.୯୨ ରହିଛି। କୋହଲିଙ୍କ ରନର ବଡ ଭାଗ ଲକ୍ଷ୍ୟର ପିଛା କରିବା ସମୟରେ ହୋଇଛି। କୋହଲିଙ୍କ ନାମରେ ଦିନିକିଆରେ ୪୩ ଶତକ ରହିଛି। ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ ବହୁତ ଭଲ ରହିଛି। କୋହଲି  ଏ ଯାଏ ୯୧ଟି ଦିନିକିଆ ମ୍ୟାଚ୍‌ରେ ଭାରତର ଅଧିନାୟକ ରହିଛନ୍ତି। ଏହି ସମୟରେ ସେ ୫୨୫୭ ରନ କରିଛନ୍ତି। ତାଙ୍କର ବ୍ୟାଟିଂ ହାର ୭୪.୦୪, ଷ୍ଟ୍ରାଇକ ରେଟ୍ ୯୮.୮୭ ରହିଛି। ଏଥିରେ ୨୧ ଶତକ ସାମିଲ ରହିଛି।

ସବୁଠୁ ବଡ କଥା, ଆଗାମୀ ତିନୋଟି ବିଶ୍ଵ କପ୍‌ ପୂର୍ବରୁ କୋହଲିଙ୍କୁ ସୀମିତ ଓଭର ଦିନିକିଆ ଟିମ୍‌ର ଅଧିନାୟକ ପଦରୁ ଅବ୍ୟାହତି ଦେବା ଉଚିତ୍। କଣ ଏହା ତାଙ୍କ ପ୍ରତି ନ୍ୟାୟ ହେବ। କାରଣ ଆଇସିସି ଇଭେଣ୍ଟରେ ଦଳ ତାଙ୍କ ଅଧିନାୟକତ୍ଵରେ ସଫଳ ହୋଇନଥିଲେ ବି ମୋଟାମୋଟି ‌ ଭାରତୀୟ ଦଳ ଦିନିକିଆ, ଟି-୨୦ ଓ ଟେଷ୍ଟରେ ଭଲ ପ୍ରଦର୍ଶନ କରିଛି। ଏହା ମଧ୍ୟ ଧ୍ୟାନରେ ରଖିବା ଜରୁରୀ ଯେ, ୨୦୧୯ ବିଶ୍ଵକପ୍‌ ପାଇଁ ଦଳ ପ୍ରସ୍ତୁତ ଲାଗି କୋହଲିଙ୍କୁ ଅଢେଇ ବର୍ଷ ସମୟ ଦିଆଯାଇଥିଲା। ଯଦି ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଏ, ତେବେ ଏତିକି କମ ସମୟରେ ସେ କଣ ନିଜର ରଣନୀତି ମୁତାବଲ ଦଳ ପ୍ରସ୍ତୁତ କରି ପାରିବେ। ଏତେ କମ ସମୟରେ ତାଙ୍କୁ ଅଧିନାୟକ ଦାୟିତ୍ଵ ଦେବା ଉଚିତ୍ ହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.