ଦୁଇ ଝିଅଙ୍କ ପରେ ବଲିଉଡର ନିର୍ମାତା କରିମ ମୋରାନି କରୋନା ଆକ୍ରାନ୍ତ

Published By : Prameya-News7 Bureau | April 08, 2020 IST

ମୁମ୍ବାଇ ୦୮/୦୪ : ବଲିଉଡ ନିର୍ମାତା କରିମ ମୋରାନି କୋଭିଡ -୧୯ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି| ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ତାଙ୍କର ଦୁଇ ଝିଅ ଜୋଆ ଏବଂ ଶାଜା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି| କରିମଙ୍କ ଭାଇ ମହମ୍ମଦ କହିଛନ୍ତିଯେ, କରିମ ଏବଂ ତାଙ୍କ ଦୁଇ ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ତାଙ୍କୁ ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଶାଜା ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଫେରିଥିଲେ| କିନ୍ତୁ ତାଙ୍କ ଭିତରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା| ସୋମବାର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସୂଚନାନୁସାରେ, ମାର୍ଚ୍ଚ ମଧ୍ୟଭାଗରେ ଜୋଆ ରାଜସ୍ଥାନରୁ ଫେରିଥିଲେ| ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି |

ତାଙ୍କର କରୋନା ପରୀକ୍ଷା ହୋଇଥିଲା ଏବଂ ଆଜି ତାଙ୍କ ରିପୋର୍ଟ ଆସିଛି | ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଜୋଆ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଥିବାବେଳେ ଶାଜା ନାନାବତୀରେ ଚିକିତ୍ସିତ ହେଉଛନ୍ତି । ଦୁଇ ଦିନ ପରେ ଶାଜାଙ୍କର ପୁଣି ପରୀକ୍ଷା କରାଯିବ। ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ସମସ୍ତେ କ୍ଵାରେଣ୍ଟାଇନରେ ଅଛନ୍ତି |

ଏହାପୂର୍ବରୁ ମୋରାନି କହିଥିଲେ ଯେ ତାଙ୍କ ଦୁଇ ଝିଅ କ୍ଵାରେଣ୍ଟାଇନରେ ଥିଲେ । “ଶାଜାଙ୍କର କୌଣସି ଲକ୍ଷଣ ଦେଖା ଦେଇନଥିଲା କିନ୍ତୁ ପରେ ପଜିଟିଭ ଆସିଥିଲା । ତାଙ୍କ ଅନ୍ୟ ଝିଅ ଜୋୟାଙ୍କ ଭିତରେ କିଛି ଲକ୍ଷଣ ଦେଖିବା ପରେ ସେ ଉଭୟ ଝିଅଙ୍କର ନମୁନା ପରୀକ୍ଷା କରାଇଥିଲେ ଏବଂ ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା| ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ଆଇସୋଲେସନରେ ଅଛନ୍ତି ବୋଲି ମୋରାନି କହିଛନ୍ତି |ନିର୍ମାତା ମୋରାନି ବଲିଉଡରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି | ଶାହରୁଖ ଖାନଙ୍କ ରା ୱାନେ, ଚେନ୍ନାଇ ଏକ୍ସପ୍ରେସ, ନିୟୁ ୟର ଏବଂ ଦିଲୱାଲେ ଭଳି ଅନେକ ବଲିଉଡ ଫୀମ ନିର୍ମାଣ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.