Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଟ୍ରିପଲ ତଲାକ୍ ବିଲ୍ ପାସ୍ ପରେ ଓଡିଶାର ପ୍ରଥମ ତଲାକ୍ : ସ୍ତ୍ରୀକୁ ଫୋନ୍ ରେ ତିନି ଥର ତଲାକ୍ କହି ତଲାକ୍ ଦେଲେ ସ୍ବାମୀ

10/08/2019 at 3:16 PM

ପଟ୍ଟାମୁଣ୍ଡାଇ ୧୦|୮: ତିନ ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡବିଧାନ ପାଇଁ ସଂସଦରେ ବିଲ୍ ଗୃହୀତ ହୋଇଛି । ତିନ ତଲାକ୍ ବ୍ୟବସ୍ଥାକୁ ବେଆଇନ ଓ ନିଷିଦ୍ଧ ମଧ୍ୟ କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତିନ ତଲାକ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇ ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।   

ମୁଁ ତୁମକୁ ଚିହ୍ନିନାହିଁ… ତୁମେ କିଏ ମୁଁ ଜାଣିନାହିଁ… ଆଜିଠୁ ମୁଁ ତୁମକୁ ତଲାକ୍ ଦେଲି… ଏମିତି ତିନି ଥର ତଲାକ୍ ତଲାକ୍ ତଲାକ୍ କହି ସଂପର୍କ କାଟିଦେଲେ ଜୀବନସାଥୀ । ସଂସଦରେ ଟ୍ରିପଲ ତଲାକ୍ ବିଲ୍ ପରେ ଏହା ଓଡିଶାରେ ପ୍ରଥମ ଘଟଣା ।

ସୂଚନା ଅନୁଯାୟୀ ୭ ବର୍ଷ ପୂର୍ବେ ଆସିକ ସୁଫିୟା ଖାନଙ୍କୁ ପ୍ରେମ କରି କୋର୍ଟରେ ବିବାହ କରିଥିଲେ ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ମହିଳା । ପଟ୍ଟାମୁଣ୍ଡାଇରେ ଦୁଇ ମାସ ରହିବା ପରେ ତାଙ୍କୁ ତାଙ୍କ ସ୍ବାମୀ ଆସିକ ସୁଫିୟା ଖାନ ହାଇଦ୍ରାବାଦ ନେଇଯାଇଥିଲେ । ସେଠାରେ ନିଜ ସ୍ତ୍ରୀକୁ ଶାରିରୀକ, ମାନସିକ ନିର୍ଯ।ତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । କିଛି ଦିନ ରହିବା ପରେ ପିଡୀତା ଗର୍ଭବତୀ ହେବା ପରେ ତାଙ୍କୁ ସେଠାରୁ ନେଇଆସି ନିଜ ପଟ୍ଟାମୁଣ୍ଡାଇ ଘରେ ଛାଡିଦେଇଥିଲେ । ଶାଶୂଘରେ ମଧ୍ୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ସନ୍ତାନ ଜନ୍ମହେବା ପରେ ଆହୁରି ନିର୍ଯାତନା ବଢିଥିଲା । ସୁଫିୟା ଖାନଙ୍କ ପରିବାଲୋକ ମାଡ ମାରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡିତା କହିଛନ୍ତି ।

ସ୍ବାମୀ ସୁଫିୟାଙ୍କୁ ଫୋନ୍ କରି କହିଥିଲେ ମଧ୍ୟ, ମୁଁ ତୁମକୁ ଚିହ୍ନିନାହିଁ… ତୁମେ କିଏ ଜାଣିନାହିଁ.. ମୋତେ ବାରମ୍ବାର ଫୋନ୍ କଲେ ତୁମକୁ ତଲାକ୍ ଦେବି ବୋଲି କହି ଫୋନ୍ କାଟିଦେଇଥିଲେ ।ଏହାପରେ ପିଡୀତା ବାରମ୍ବାର ଫୋନ୍ କରି ନିଜ ସ୍ବାମୀଙ୍କୁ ଗୁହାରି କରିବାରୁ ସୁଫିୟା ପିଡୀତାକୁ ତିନ ଥର ଫୋନ୍ ରେ ତଲାକ୍ ତଲାକ୍ ତଲାକ୍ କହି ତଲାକ୍ ଦେଇଥିଲେ । ତଲାକ୍ ଦେଇସାରିବା ପରେ ସୁଫିୟା ଖାନଙ୍କ ପରିବାର ଲୋକେ ତାଙ୍କୁ ଘରୁ ତଡିଦେଇଥିଲେ ।

ତଲାକ୍ ପାଇବା ପରେ ପିଡୀତା ତିନ ମାସର ଶିଶୁ ସହ ନିଜ ଘରକୁ ଫେରି ଆସି ସମସ୍ତ ଘଟଣା ନିଜ ପରିବାର ଓ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ଜନାଇଥିଲେ । ସମସ୍ୟାର  ସମାଧାନ କରିବା ପରିବର୍ତ୍ତେ ୨ ଲକ୍ଷ ଟଙ୍କା ନେଇ କେଶକୁ ରଫା ଦଫା କରିବାକୁ ପିଡୀତାର ଭାଇକୁ କହିଥିଲେ ସୁଫିୟା । ଏନେଇ ପିଡୀତା ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋ କରିଛନ୍ତି । ହେଲେ ଘଟଣାକୁ ପୋଲିସ ହାଲକା ଭାବେ ନେି କିଛି ବି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାନ୍ତି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ।

   Related Posts