Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ନୂଆ ଟ୍ରାଫିକ୍ ନିୟମ ପରେ ମାତିଲେଣି ନକଲି ଏମଭିଆଇ

14/09/2019 at 5:54 PM

ଜଳେଶ୍ୱର ୧୪।୦୯- ନୂଆ ଟ୍ରାଫିକ୍ ନିୟମ ଆଉ ଅତ୍ୟଧିକ ଜରିମାନା ଆଦାୟର ସୁଯୋଗ ନେଇ ନକଲି ଏମଭିଆଇ ମାତିଲେଣି । ବାଲେଶ୍ବର ଜଳେଶ୍ବରର ଲକ୍ଷ୍ମଣନାଥ ଚେକ୍‌ଗେଟରେ ରାଜ୍ୟବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏକ ବସକୁ ଅଟକାଇ ପର୍ଯ୍ୟଟକଙ୍କୁ ମାରଧର କରିବା ସହ ସୁନାଗହଣା ଓ ଟଙ୍କା ଲୁଟ୍ କରିଥିଲେ । ସେମାନଙ୍କ ଭିତରୁ ୫ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ମାତିଛନ୍ତି ନକଲି ଏମଭିଆଇ । ନୂଆ ଟ୍ରାଫିକ୍ ନିୟମ ଆଉ ହେଭି ଫାଇନ୍ ଆଦାୟର ସୁଯୋଗ ନେଇ ଚଳାଇଛନ୍ତି ଲୁଟ୍‌ପାଟ୍‌ । ବାଲେଶ୍ବର ଜଳେଶ୍ବରରେ ସାମ୍ନାକୁ ଆସିଛି ଏଭଳି ଘଟଣା । ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ ରାଜ୍ୟବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏକ ବସକୁ ଅଟକାଇବା ସହ କାଗଜପତ୍ର ଯାଂଚ ଆଳରେ ପର୍ଯ୍ୟଟକଙ୍କ ଠାରୁ ସୁନା ଗହଣା ଓ ଟଙ୍କା ଲୁଟ୍ କରିଛନ୍ତି । ପର୍ଯ୍ୟଟକମାନେ ଏହାକୁ ବିରୋଧ କରିବାକୁ ସେମାନଙ୍କୁ ମାରଧର କରିବାକୁ ମଧ୍ୟ ପଛାଇନଥିଲେ ଦୁର୍ବୃତ୍ତ । ଫଳରେ କିଛି ପର୍ଯ୍ୟଟକ ମଧ୍ୟ ଆହତ ହୋଇଛନ୍ତି ।

ପୁରୀ ଅଭିମୁଖେ ଯାଉଥିବା ଏହି ପର୍ଯ୍ୟଟକମାନେ ଏଭଳି ଲୁଟର ଶିକାର ହେବା ପରେ ରାସ୍ତା ଅବରୋଧ କରି ବସି ରହିଥିଲେ । ଆଉ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ଜଳେଶ୍ବର ହସ୍ପିଟାଲ ନେଇଥିଲା ପୋଲିସ । ଏଥି ସହ ସେମାନଙ୍କ ଅଭିଯୋଗ ଆଧାରରେ ଛାନଭିନ୍ କରିବା ସହ ୫ଜଣ ନକଲି ଏମଭିଆଇଙ୍କୁ  ଅଟକ ରଖି ପଚରାଉଚରା କରିଛି ।

ନୂଆ ଟ୍ରାଫିକ୍ ନିୟମକୁ ନେଇ ଯେତେବେଳେ ଅତ୍ୟଧିକ ଫାଇନ୍ ଆଦାୟ ଚାଲିଛି । ଏବଂ ଏହାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ସେତେବେଳେ ଏହାର ଫାଇଦା ନେଇ ମାତିଛନ୍ତି ନକଲି ଏମଭିଆଇ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଓ ପ୍ରଶାସନ ଆକ୍ସନକୁ ଆସିବା ଦରକାର ।

   Related Posts