Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଟିକାୟତଙ୍କ ‘ସଂସଦ ଚାଲ’ ଧମକର ଜବାବ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ, କହିଲେ ଆଲୋଚନା ଲାଗି ସରକାର ପ୍ରସ୍ତୁତ

24/02/2021 at 4:19 PM

ନୂଆଦିଲ୍ଲୀ ୨୪।୨: ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଟ୍ରାକ୍ଟର ପରେଡ ଲାଗି ଭାରତୀୟ କିଷାନ ୟୁନିୟନ( ବିକେୟୁ) ନେତା ରାକେଶ ଟିକାୟତଙ୍କ ଧମକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରସଙ୍ଗରେ ବୁଧବାର ମୁହଁ ଖୋଲିଛନ୍ତି।  ତୋମାର କହିଛନ୍ତି ଯେ ସରକାର ଚାଷୀଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ଲାଗି ପ୍ରସ୍ତୁତ ଓ ସେମାନଙ୍କ କଲ୍ୟାଣ ଲାଗି ଆମେ ପ୍ରତିଶ୍ରୁତିବଦ୍ଧ।

କୃଷି ଓ କୃଷକଙ୍କ କଲ୍ୟାଣ ଲାଗି କେନ୍ଦ୍ରର ବିଜେପି ସରକାର ସଂକଳ୍ପ ବଦ୍ଧ ଓ ଚାଷୀଙ୍କ ଆୟ କିପରି ଦୁଇଗୁଣ ହେବ ସେ କଥା ସରକାର ବିଚାର କରୁଥିବା କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ଏପର୍ଯ୍ୟନ୍ତ ଚାଷୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ସେମାନେ ଯଦି ଚାହିଁବେ ଏବେବି ଆମେ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ତୋମାର କହିଛନ୍ତି।

ବିକେୟୁ ନେତା ରାକେଶ ଟିକାୟ ରାଜସ୍ଥାନଶିକରରେ ମଙ୍ଗଳବାର ମହାଞ୍ଚାୟତ କରିଥିଲେ। ଏଥିରେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଚାଷୀ ସଂସଦ ଘେରାଉ କରିବେ ବୋଲି ଘୋଷଣା କରିଛନ୍ତି। ଏଥିଲାଗି ଡାକରା ମିଳିବା ମାତ୍ରେ ଚାଷୀଙ୍କୁ ଦିଲ୍ଲୀ ଯାତ୍ରା କରିବାକୁ ଟିକାୟତ ଆହ୍ୱାନ ଦେଇଥିଲେ। ଏଥର ସଂସଦ ଘେରାଉ ଲାଗି ୪ ଲକ୍ଷ ନୁହେଁ ୪୦ ଲକ୍ଷ ଟ୍ରାକ୍ଟର ଦିଲ୍ଲୀରେ ପହଞ୍ଚିବ ବୋଲି ଟିକାୟତ କହିଥିଲେ।

କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ବିରୋଧରେ ୨୬ ନଭେମ୍ବର ୨୦୨୦ରୁ ବିଭିନ୍ନ ରାଜ୍ୟର ଚାଷୀ ଦିଲ୍ଲୀକୁ ବିଭିନ୍ନ ସୀମାରୁ ଘେରାଇ କରି ରଖିଛନ୍ତି। ଏଥିରେ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ପରେଡ ରାଜଧାନୀ ଦିଲ୍ଲୀକୁ ପଶିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲା।  ବିଭିନ୍ନ ସ୍ଥାନରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଦିଲ୍ଲୀ ଲାଲକିଲ୍ଲାରେ କିଷାନମୋର୍ଚ୍ଚା ପତାକା ଉଡିଥିଲା।

   Related Posts