ବିଶ୍ବକପ ପରେ ଆରମ୍ଭ ହେଲା ଅବସର ପାଳି: ବର୍ତ୍ତମାନ ସୁଦ୍ଧା ଅବସର ନେଇସାରିଲେଣି ୪ ଜଣ ଅଭିଜ୍ଞ ଖେଳାଳି

Published By : Prameya-News7 Bureau | July 24, 2019 IST

ନୂଆଦିଲ୍ଲୀ୨୪|୭: ବିଶ୍ବକପ ଖେଳକୁ ଉପଭୋଗ କରିବା ପାଇଁ ଦୀର୍ଘ ଦିନଧରି କ୍ରିକେଟପ୍ରେମୀ ଅପେକ୍ଷା କରିଥାନ୍ତି। ୨୦୧୯ ବିଶ୍ବକପ ଫାଇନାଲ ମ୍ୟାଚରେ ଶେଷ ବଲ ପର୍ଯ୍ୟନ୍ତ ଘମାଘୋଟ ଲଢ଼େଇ ହୋଇଥିଲା। ଶେଷରେ ବାଉଣ୍ଡ୍ରି ଆଧାରରେ ଆଇସିସି ଇଂଲଣ୍ଡକୁ ବିଶ୍ବକପ ବିଜେତା ଘୋଷଣା କରିଥିଲା। ବିଶ୍ବକପ ସରିବା ୪ଜଣ ଅଭିଜ୍ଞ ଖେଳାଳୀ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

ଇମରାନ ତାହିର- ଇମରାନ ତାହିର ଇତିହାସ ରଚିଲେ। ବିଶ୍ବକପରେ ଖେଳ ଆରମ୍ଭ କରିଥିବା ଇମରାନ ହେଉଛନ୍ତି ପ୍ରଥମ ସ୍ପିନର ବୋଲର। ଇମରାନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବହୁ ବିଳମ୍ବରେ ପାଦ ଥାପିଥିଲେ । ୩୧ ବର୍ଷୀୟ ଇମରାନ ୨୦୧୧ରେ ଏକଦିବସୀୟ ମ୍ୟାଚରୁ ନିଜ ଖେଳ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୧ ବିଶ୍ବକପରେ ୫ଟି ମ୍ୟାଚ ଖେଳି ୧୪ଟି ଓ୍ବିକେଟ ସେ ଅକ୍ତିଆର କରିଥିଲେ। ୨୦୧୫ ବିଶ୍ବକପରେ ଏକଦିବସୀୟ ମ୍ୟାଚରେ ସେ ୧ ନମ୍ବର ରାଙ୍କ ହାସଲ କରିଥିଲେ। ହୁଏତ ୨୦୧୫ ବିଶ୍ବକପ ସାଉଥ୍ ଆଫ୍ରିକା ପାଇଁ ଏହି ମ୍ୟାଚ ନୈରାଶ୍ୟ ଜନକ ଥିଲା ହେଲେ ଇମରାନ ୫ଟି ମ୍ୟାଚ ଖେଳି ୧୧ଟି ଓ୍ବିକେଟ ହାସଲ କରିଥିଲେ। ଲାହୋରରେ ଜନ୍ମ ହୋଇଥିବା ଇମରାନ ତହିର ସମୁଦାୟ ୧୦୭ ମ୍ୟାଚ ଖେଳି ୧୭୩ ଓ୍ବିକେଟ ଅକ୍ତିଆର କରିଛନ୍ତି।

ସୋଏବ ମଲିକ୍- ୨୦ ବର୍ଷ ତଳେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୋଲର ଭାବେ ସୋଏବ ମଲିକ ଏକଦିବସୀୟ ମ୍ୟାଚରେ ପ୍ରବେଶ କରିଥିଲେ। ସୋଏବ ଭଲ ବ୍ୟାଟିଂ ମଧ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ପାକିସ୍ତାନ ଟିମର ଓପନର ଭାବେ ବ୍ୟାଟିଂ କରିଥିଲେ। ସୋଏବ ସବୁ ପରିସ୍ଥିତିରେ ସୁନ୍ଦର ବ୍ୟାଟିଂ ଜାରି ରଖିଛନ୍ତି। ପାକିସ୍ତାନ ଟିମରେ ସୋଏବଙ୍କୁ ଅଲରାଉଣ୍ଡର ଭାବେ ସମସ୍ତେ ଜାଣନ୍ତି। ବିପର୍ଯ୍ୟସ୍ତ ପରିସ୍ଥିତିରେ ସୋଏବ ଦଳକୁ ସାଥ୍ ଦେଇଥାନ୍ତି। ଏଥିସହ ସେ ଜଣେ ପାକିସ୍ତାନ ଟିମର ଜଣେ ଭଲ ଫିନସର ବୋଲି ତାଙ୍କ ପ୍ରଶଂସକ କୁହନ୍ତି। ପ୍ରଥମ ପାରିରେ ଜିରୋରେ ଆଉଟ ହୋଇଥିବା ସୋଏବ ବର୍ତ୍ତମାନ ସୁଦ୍ଧା ଏକଦିବସୀୟ ମ୍ୟାଚରେ ୭୫୩୪ ରନ ସଂଗ୍ରହ କରିଛନ୍ତି। ସୋଏବ ୧୫୮ ଓ୍ବିକେଟ ଅକ୍ତିଆର କରିଛନ୍ତି। ଶେଷ ତିନୋଟି ମ୍ୟାଚରେ ସୋଏବ ଖରାପ ପ୍ରଦର୍ଶନ କରିଥିଲେ। ଦୁଇଟି ମ୍ୟାଚରେ ଜିରୋ ଓ ଗୋଟିଏ ମ୍ୟାଚରେ ୮ ରନ ସଂଗ୍ରହ କରିଥିଲେ। ତେବେ ସେ ଏକଦିବସୀୟରୁ ଅବ୍ୟାହତି ଘୋଷଣା କରିଛନ୍ତି ।

ଜେପି ଡୁମେନି- ଜିନ୍-ପୋଲ ଡୁମୁନି ଏକ ଦଶକରୁ ଅଧିକ ସମୟଧରି ଦକ୍ଷିଣ ଆଫ୍ରିକାର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଦାୟିତ୍ବ ସମ୍ଭାଳିଥିଲେ। ୨୦୦୪ରେ ଏକଦିବସୀୟ ମ୍ୟାଚରେ ପାଦ ଥାପିଥିଲେ ଜେପି ଡୁମେନି। ଫିଲଡିଂ କ୍ଷେତ୍ରରେ ଜେପିଙ୍କ ଦକ୍ଷତା ରହିଛି। ବ୍ୟାଟ୍ସମ୍ୟାନକୁ କାବୁ କରିବାରେ ଜେପିଙ୍କ ଯଥେଷ୍ଟ ଭୂମିକା ରହିଛି। ୨୦୧୯ ବିଶ୍ବକପରେ ଜେପି ଡୁମେନଙ୍କ ଭଳି ତାଙ୍କ ଟିମ ମଧ୍ୟ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। ୨୦୧୯ ବିଶ୍ବକପରେ ୪ଟି ଏକଦବିସୀୟ ମ୍ୟାଚ ଖେଳି ୭୦ ରନ ସଂଗ୍ରହ କରିଥିଲେ। ଏହିଭଳି ଖରାପ ପ୍ରଦର୍ଶନ ପାଇଁ ଏକଦିବସୀୟ ମ୍ୟାଚରୁ ଅବ୍ୟାହତି ଘୋଷଣା କରିଛନ୍ତି।

ହାମିଦ୍ ହସନ୍- ବିଶ୍ବକପ ପୂର୍ବରୁ ହାମିଦ ହସନଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ଖରାପ ଥିଲା। ଚଳିତ ବିଶ୍ବକପରେ ୫ଟି ମ୍ୟାଚ ଖେଳି ୧ ଓ୍ବିକେଟ ଅକ୍ତିଆର କରିଥିଲେ। ୨୦୧୦ରେ ହାମିଦ୍ ୭ଟି ମ୍ୟାଚ ଖେଳି ୧୬ ଓ୍ବିକେଟ ଅକ୍ତିଆର କରିଥିଲେ। ୨୦୧୦ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାମିଦ ହସନ ଦମଦାର ପ୍ରଦର୍ଶନ କରିଥିଲେ। ଚଳିତ ମ୍ୟାଚରେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ଏକଦିବସୀୟ ମ୍ୟାଚରୁ ଅବ୍ୟାହତି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.