Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସାମ୍ନାକୁ ଆସିଲେ ଲାଲକିଲ୍ଲା କାଣ୍ଡର ‘ଖଳନାୟକ’ ଦୀପ ସିଦ୍ଧୁ, କହିଲେ- ଯଦି ମୁଁ କହିବାରୁ କୃଷକ ଲାଲକିଲ୍ଲା ଯାଇ ପାରୁଛନ୍ତି, ତେବେ ଏମାନେ କି କିଷାନ ନେତା ?

28/01/2021 at 12:23 PM

ଚଣ୍ଡୀଗଡ ୨୮।୦୧: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ନାମ ସାମ୍ନାକୁ ଆସିଛି। କୃଷକ ସଂଗଠନ ଅଭିଯୋଗ କରିଛନ୍ତି ଯେ, ଦୀପ ହିଁ ଲୋକଙ୍କୁ ଉସୁକାଇ ଲାଲକିଲ୍ଲା ପର୍ଯ୍ୟନ୍ତ ଯିବାକୁ କହିଥିଲା। ଏହା ପରେ ଉତ୍ତ୍ୟକ୍ତ ଭିଡ ଲାଲକିଲ୍ଲା ପ୍ରାଚୀରରେ ଜବରଦସ୍ତି ଧସେଇ ପଶି ନିଶାନ ସାହିବ ପତାକା ଉଡାଇଥିଲେ।

ଏହି ସବୁ ଅଭିଯୋଗ ଏବଂ ଦିଲ୍ଲୀ ପୋଲିସର ଏଫଆଇଆର ପରଠୁ ଦୀପ ସିଦ୍ଧୁ ଫେରାର। ଅନ୍ୟପଟେ ଗୁରୁବାର ସେ ଏକ ଭିଡିଓ ଜାରି କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିଦ୍ଧୁ ନିଜର ଭିଡିଓରେ କହିଛନ୍ତି ଯେ, ଯଦି ମୋ କହିବାନୁସାରେ କୃଷକମାନେ ଲାଲକିଲ୍ଲା ଯାଇ ପାରୁଛନ୍ତି, ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଲୋକେ କେଉଁଥି ପାଇଁ ନିଜକୁ ନେତା ବୋଲି ଦାବି କରୁଛନ୍ତି। ଏମାନେ କେଉଁ ପ୍ରକାରର ନେତା। ଯଦି ମୁଁ ଗଦ୍ଦାର ତେବେ ସମସ୍ତ କୃଷକ ନେତା ଓ ୫ ଲକ୍ଷ ଲୋକ ମଧ୍ୟ ଗଦ୍ଦାର।

ଅନ୍ୟପଟେ ହିଂସାକୁ ନେଇ କୃଷକ ସଂଗଠନ ଲଗାତାର ବ୍ୟାକଫୁଟ୍‌ରେ ଥିବା ନଜର ଆସୁଛି। ଗୁରୁବାର କିଷାନ ନେତା ଯୁଦ୍ଧବୀର ସିଂହ  ହିଂସାକୁ ନେଇ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଏହି ଘଟଣା ପାଇଁ ସେ ନିଜକୁ ଲଜ୍ଜିତ ଅନୁଭବ  କରୁଛନ୍ତି।

ସେ କହିଛନ୍ତି, ଯେଉଁ ସଂଗଠନ ଆନ୍ଦୋଳନରୁ ଅଲଗା ହୋଇଛନ୍ତି, ସେମାନେ ପୂର୍ବରୁ  ହିଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଂଶ ନଥିଲେ। ପ୍ରଥମରୁ ମଧ୍ୟ ଦୁଇ ସଂଗଠନ ଆନ୍ଦୋଳନରୁ ହଟିଥିଲେ, ହେଲେ ନିଜ ଅଞ୍ଚଳରେ ଚାପ ପଡିବା ପରେ ସେମାନେ ଆନ୍ଦୋଳନରେ ଜଡିତ ହୋଇଥିଲେ।

   Related Posts