ସରିଲା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସ୍ଥାୟୀ ପ୍ରତିକାର ପାଇଁ ଦାବି କଲା ଓଡ଼ିଶା

Published By : Prameya-News7 Bureau | May 28, 2021 IST

ଭୁବନେଶ୍ୱର, ୨୮/୦୫: ବାତ୍ୟା ୟାସ୍‌ର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟାମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ସମୀକ୍ଷା ବୈଠକ ପରେ SRC ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି ଯେ, ବାତ୍ୟା ମୁକାବିଲାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଦାବି କରିଛି । ୟାସ୍ କ୍ଷୟକ୍ଷତିକୁ ଆମେ ମ୍ୟାନେଜ କରିଦେବୁ ବୋଲି ସେ କହିଛନ୍ତି । ଉପକୂଳ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ବ୍ୟବସ୍ଥା ପାଇଁ ଏହି ବୈଠକରେ ଦାବି କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଜୁଆର ଅଟକାଇବାକୁ ବ୍ୟବସ୍ଥା କରିବାକୁ ଓଡ଼ିଶା ପକ୍ଷରୁ କେନ୍ଦ୍ରର ସହାୟତା ଲୋଡ଼ାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.