ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ, ୫୦% ଭିତରେ ରହିବ ସଂରକ୍ଷଣ ବ୍ୟବସ୍ଥା

Published By : Prameya-News7 Bureau | October 12, 2021 IST

ଭୁବନେଶ୍ଵର ୧୨।୧୦: ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ନୂଆ ପୌର ନିର୍ବାଚନ ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେଲା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ  ଏଣିକି ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣ  ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ। ନୂଆ ସଂରକ୍ଷଣ  ଆଇନ ଅନୁସାରେ ଏବେ ପଞ୍ଚାୟତ ନିର୍ବାଚନ ଲାଗି  ପ୍ରସ୍ତୁତି ଚାଲିଥିବା ବେଳେ ପୌର ନିର୍ବାଚନ  ଆଇନ  ବିଜ୍ଞପ୍ତି ପ୍ରକାଶ ପାଇବାକୁ ନେଇ ତେଜିଛି ରାଜ୍ୟ ରାଜନୀତି ।

ପଞ୍ଚାୟତ ପରେ ପୌର ନିର୍ବାଚନ ବାଟ ଫିଟିଲା । ପୌର ଭୋଟରେ ଆସନ ସଂରକ୍ଷଣ ନେଇ ଜାରି ହେଲା ବିଜ୍ଞପ୍ତି । ପୌର ଭୋଟରେ  ସଂରକ୍ଷଣ ସୀମା ସର୍ବାଧିକ  ୫୦ ପ୍ରତିଶତ ଭିତରେ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି । ପଛୁଆ ବର୍ଗଙ୍କ ପାଇଁ କାଉନସିଲର, କର୍ପୋରେଟର ପଦବୀରେ ୨୭ ପ୍ରତିଶତ  ସଂରକ୍ଷଣ ରହିବ । ସେହିପରି ମହାନଗର ନିଗମ ମେୟର ଓ ପୌର ସଂସ୍ଥାର ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ୨୭ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେପଟେ  ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା ସରିବା ପରେ ପୌର ନିର୍ବାଚନ ଲାଗି ସରକାର ପ୍ରକ୍ରିୟା କରିବେ ।

{"id":526271,"sizeSlug":"full","linkDestination":"none"}

ରାଜ୍ୟରେ ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଓ ୬୧ ଟି ବିଜ୍ଞପିତ ଅଞ୍ଚଳ ପରିଷଦ କୁ ମିଶାଇ ୧୧୪ଟି ଅର୍ବାନ ବଡି ରହିଛି । ସେଥିରୁ  ଢେଙ୍କାନାଳର ହିନ୍ଦୋଳ ଓ ବରଗଡର ଅତାବିରା ପୌରାଞ୍ଚଳକୁ ଛାଡିଦେଲେ ବାକି ୧୧୨ଟି ପୌରାଞ୍ଚଳରେ ନିର୍ବାଚନ ଅବଧି ସରିଛି । ୨୦୧୮ରେ ୯୧ଟି କାର୍ଯ୍ୟକାଳ ସରିଥିବାବେଳେ ପରକୁ ପର ଆଉ ସବୁ ନିର୍ବାଚନ ଅବଧି ବି ପୁରିଲାଣି । ପାଖା ପାଖି ୩ ବର୍ଷ ହେବ ପୌର ପରିଷଦ ଗୁଡିକ ଖାଲି ପଡିଥିବାରୁ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିଲେ ବିରୋଧୀ । ସରକାର ଜାଣି ଶୁଣି ନିର୍ବାଚନ କରୁ ନାହାନ୍ତି ବୋଲି ଆରୋପ ଆଣୁଥିଲେ । ବିଶେଷକରି ସରକାର ପଞ୍ଚାୟତ ନିର୍ବାଚନ ଠିକ ସମୟରେ କରିବାକୁ ଇଶାରା ଦେବା ପରେ ବିରୋଧୀଙ୍କ ସ୍ଵର ତ୍ରୀବ୍ର ହୋଇଥିଲା । ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନ କରିବାକୁ ଦାବି କରି ବିରୋଧୀ କୋର୍ଟକୁ ଯାଇଥିଲେ । ଆଉ ଏବେ ପୌର ନିର୍ବାଚନ ଲାଗି ବାଟ ଖୋଲିଥିବାରୁ ବିରୋଧୀ କହିଛନ୍ତି କେବଳ ବିଜ୍ଞପ୍ତି ପ୍ରକାଶ କରି ନୁହେଁ ପଞ୍ଚାୟତ ପରେ ପରେ କିପରି ପୌର ଭୋଟ ହେବ ସେନେଇ  ସରକାର ତୁରନ୍ତ ପ୍ରକ୍ରିୟା କରନ୍ତୁ ବୋଲି କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି ।

{"id":526272,"sizeSlug":"full","linkDestination":"none"}

ପୂର୍ବରୁ ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଥିବାରୁ  ମାମଲା କୋର୍ଟରେ ପହଁଚିଥିଲା । ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବାକୁ    ହାଇକୋର୍ଟ  ନିର୍ଦେଶ ଦେଇଥିଲେ । ଏହାପରେ ରାୟକୁ ଚ୍ୟାଲେଞ୍ଜ କରି  ସୁପ୍ରିମକୋର୍ଟ ଯାଇଥିଲେ ସରକାର । ହେଲେ ସୁପ୍ରମକୋର୍ଟବି ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ।   ଏହାପରେ ସରକାର ଗତ ବିଧାନସଭାରେ ପୌର ନିର୍ବାଚନ ଆଇନ ସଂଶୋଧ  ବିଲ ବିଧାନସଭାରେ ପାରିତ କରିଥିଲେ । ସେପଟେ ୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି।  କିନ୍ତୁ ନିର୍ବାଚନ ହେଉ ନ ଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.