Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

କରୋନାରେ ଚାଲିଗଲା ସ୍ଵାମୀଙ୍କ ଜୀବନ; ଚିନ୍ତାରେ ବ୍ୟଥିତ ସ୍ତ୍ରୀ ଦୁଇ ପିଲାଙ୍କୁ ବିଷ ପିଆଇ ନିଜେ ପିଇ ଦେଲା, ତା’ ପରେ..

26/06/2021 at 4:57 PM

ଇରୋଡ ୨୬।୦୬: ମହାମାରୀ କରୋନା ସମଗ୍ର ବିଶ୍ଵକୁ  ବିପଦ, ଭୟ ଓ ଆତଙ୍କରେ କବଳିତ କରିଛି। ଅନେକ ଜୀବନ ନେଲାଣି କୋଭିଡ-୧୯ ଭାଇରସ୍ । ତେବେ କରୋନା ପ୍ରଭାବର ଏକ ହୃଦୟ ବିଦାରକ ଚିତ୍ର ତାମିଲନାଡୁର ଇରୋଡ ଜିଲ୍ଲାରେ ଦେଖିବାକୁ ମିଳିଛି ।

କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ୩୭ ବର୍ଷିୟ ମହିଳା  ଜଣଙ୍କ ଯାହା କଲେ ତାହା  ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସ୍ବାମୀ ଥିଲେ ପରିବାରର ଏକ ମାତ୍ର ରୋଜଗାରିଆ। ତାଙ୍କର ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ କେମିତି ବଞ୍ଚିବେ ଏହି ଚିନ୍ତାରେ ଥିଲେ ୩୭ ବର୍ଷିୟା  ନିତ୍ୟା । ସେ ସଲଫାସ୍ ଟାବଲେଟ ନିଜେ ଖାଇବା ପୂର୍ବରୁ ତାଙ୍କ ୬ ବର୍ଷର ପୁଅ ଯାଦବ ଓ ୧୧ ବର୍ଷର ଝିଅ ମହାତିକୁ ମଧ୍ୟ ତାହା ଖୁଆଇ ଦେଲେ ।   ଯେଉଁ ଟାବଲେଟ୍ କି ସାଧାରଣତଃ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ ।   

ନିତ୍ୟା ଚେନ୍ନାଇରେ ରହୁଥିବା ଭାସ୍କରଙ୍କୁ ବିବାହ କରିଥିଲେ । ଭାସ୍କର ଷ୍ଟୋର ମ୍ୟାନେଜର ଭାବେ କାମ କରୁଥିଲେ । ଗତ ମେ ୨ରେ ସେ କରୋନାରେ ସଂକ୍ରମିତ ହୋଇଥିବା ଭାସ୍କର ଜାଣିବାକୁ ପାଇଲେ । ସଂଜ୍ରମିତ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ସ୍ବାମୀ ଭାସ୍କରଙ୍କ ମୃତ୍ୟୁ ପରେ ନିତ୍ୟା ତାଙ୍କ ପିଲାମାନଙ୍କୁ ନେଇ ଇରୋଡ ଜିଲ୍ଲାର ଥିଣ୍ଡାଲ ଅଞ୍ଚଳରେ ଥିବା ପିତାଙ୍କ ଘରକୁ ଯାଇଥିଲେ ।

ପୋଲିସ ଅନୁଯାୟୀ ନିତ୍ୟା ସ୍ବାମୀଙ୍କ ମୃତ୍ୟୁ ପରେ ଚିନ୍ତାଗ୍ରସ୍ତରେ ରହୁଥିଲେ । ଗତ ଗୁରୁବାର ଦିନ ସେ ପିଲାମାନଙ୍କ ସହ ନିଜେ ମଧ୍ୟ ସଲଫାସ୍ ଟାବଲେଟ ଖାଇବାରେ ମିଶାଇ ଖାଇଥିଲେ ।ଏହା ପରେ ପିଲାମାନଙ୍କୁ ଏକ କୋଠରୀକୁ ନେଇ ଯାଇ ନିଜକୁ ବନ୍ଦ କରିଦେଇଥିଲେ ।କିଛି ସମୟ ପରେ ନିତ୍ୟାଙ୍କ ପିତା କବାଟ ବାଡେଇଥିଲେ, କିନ୍ତୁ କୌଣସି ଉତ୍ତର ପାଇନଥିବାରୁ ସେ ଘରର ପଡୋଶୀଙ୍କୁ ଡାକିଥିଲେ । ଏହା ପରେ କବାଟ ଭାଙ୍ଗିବାରୁ ନିତ୍ୟା ଓ ତାଙ୍କର ଦୁଇ ପିଲା ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନ ନିଆଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।ଅନ୍ୟପଟେ ମୃତକଙ୍କ ଶବକୁ ସରକାରୀ ଡାକ୍ତରଖାନରେ ଶବ ବିବେଚ୍ଛଦ ପାଇଁ ପଠାଯାଇ ମାମଲା ରୁଜୁ କରାଯାଇଛି ।

   Related Posts