Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବିଭାଗ ମିଳିଗଲା, ଏବେ କାମ କରିବାର ସମୟ, ମୋଦୀଙ୍କ ନୂତନ କ୍ୟାବିନେଟ୍‌ର ବୈଠକ ଆରମ୍ଭ

8/07/2021 at 5:54 PM

ନୂଆଦିଲ୍ଳୀ ୦୮।୦୭:  ମୋଦୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଏବଂ ଅଦଳବଦଳ ପରେ ମନ୍ତ୍ରୀମାନେ ନିଜ ନିଜର ମମନ୍ତ୍ରଣାଳୟ ସମ୍ଭାଳିଛନ୍ତି। ଏହା ପରେ ମୋଦୀ କ୍ୟାବିନେଟ୍‌ର ପ୍ରଥମ ବୈଠକ ଗୁରୁବାର ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇ ଯାଇଛି। ନୂତନ ମନ୍ତ୍ରିମଣ୍ଡଳର ଏହା ହେଉଛି ପ୍ରଥମ ବୈଠକ। ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ସପ୍ତମ ଆୟୋଗର ଗାଇଡଲାଇନ୍ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ଏବଂ ଡିଆରର ଲାଭ  ବିଷୟରେ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇପାରେ।

କ୍ୟାବିନେଟ୍ ବୈଠକରେ ଗତକାଲି ଶପଥ ନେଇଥିବା ନୂତନ କ୍ୟାବିନେଟ୍ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏହି  ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେଉଛି। ଏହା ବ୍ୟତୀତ ସନ୍ଧ୍ୟା ୭ଟାରେ ମନ୍ତ୍ରିପରିଷଦ ବୈଠକ ଡକାଯାଇଛି। ରାଷ୍ଟ୍ରପତି ଭବନରେ  ବୁଧବାର ଶପଥ ଗ୍ରହଣ ସମାରୋହର ପରବର୍ତ୍ତୀ ଦିନ ଦୁଇଟି ବୈଠକ  ବସୁଛି।

ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ବୁଧବାର ସନ୍ଧ୍ୟାରେ ହୋଇଥିଲା। ମୋଟ୍ ୩୬ ଜଣ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଅନ୍ୟପଟେ ଅନୁରାଗ ଠାକୁର, କିରେନ ରିଜିଜୁ ସମେତ ସାତ ପୂର୍ବତନ ରାଷ୍ଟ୍ର ମନ୍ତ୍ରୀଙ୍କୁ ପଦନ୍ନୋତି ଦିଆଯାଇ କ୍ୟାବିନେଟ୍ ପାହ୍ୟା ପଦ ମିଳିଛି। ମୋଟ୍ ୪୩ ନେତାଙ୍କ ମଧ୍ୟରୁ ୧୫ ଜଣ କ୍ୟାବିନେଟ୍ ଏବଂ ୨୮ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

   Related Posts