ସିଂହୀର ମୃତ୍ୟୁ ପରେ ଚିଡିଆଖାନାରେ ୯ ସିଂହ କରୋନା ପଜିଟିଭ୍

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪।୦୬: କରୋନା ମହାମାରୀର ପ୍ରକୋପ ମଣିଷଙ୍କ ପରେ ଏବେ ଜୀବଜନ୍ତୁଙ୍କଠାରେ ଦେଖିବାକୁ ମିଳିଛି। ଚେନ୍ନାଇ ନିକଟସ୍ତ ଭାଣ୍ଡାଲୁର ଠାରେ ଚିଡ଼ିଆଖାନାରେ ଗୋଟିଏ ମାଇ ସିଂହର ମୃତ୍ୟୁ ହୋଇଛି। ସିଂହର କୋଭିଡ୍-୧୯ରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହା ପୂର୍ବରୁ ମେ ୨୬ରେ ଆରିଗନାର ଆନ୍ନା ଜୁଲୋଜିକାଲ ଭାଣ୍ଡାଲୁର ପାର୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା।

ଗତକାଲି ନୀଲା ନାମକ ଏକ ୯ ବର୍ଷର ମାଇ ସିଂହର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସିଂହୀ ଛିଙ୍କୁଥିବାର ଦେଖି ତୁରନ୍ତ ତାର ଚିକିତ୍ସା କରାଯାଇଥିଲା। ତେବେ କରୋନା ଯୋଗୁଁ ସିଂହଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଚିଡ଼ିଆଖାନାରେ ଥିବା ସିଂହମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଦେବା ପରେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରିବା ସହିତ ୧୧ ସିଂହଙ୍କର ବ୍ଲଡ୍ ସମ୍ପଲ ଓ ନାସାଲ ସ୍ୱାବ, ରିୟାକ୍ଟ ସ୍ୱାବ ଏବଂ ଫେସିଆଲ୍ ସମ୍ପଲ ନିଆଯାଇ ଟେଷ୍ଟ ପାଇଁ ପଠାଯାଇଥିଲା।

ମଧ୍ୟପ୍ରଦେଶ ଭୋପାଳର ଥିବା ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ହାଇ ସିକ୍ୟୁରିଟ ଡିଜିଜ୍(NIHSAD)ସାମ୍ପଲ ପଠାଯାଇଥିଲା। ୧୧ ସିଂହ ମଧ୍ୟରୁ ୯ଟି ସିଂହର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ପାର୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ହାଇଦ୍ରାବାଦର ନେହରୁ ଜୁଲୋଜିକାଲ ପାର୍କରେ ମଧ୍ୟ ୮ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.