Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

EPFO ର ବଡ ନିଷ୍ପତ୍ତି: କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ମିଳିବ ଦୁଇଗୁଣ ରାଶି, ପ୍ରତି ୩ ବର୍ଷରେ ବଢିବ ୧୦%

12/11/2021 at 4:37 PM

ନୂଆଦିଲ୍ଲୀ ୧୨/୧୧ : କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO) ନିଜ କର୍ମଚାରୀ ଓ ତାଙ୍କ ଉପରେ ନିର୍ଭରଶୀଳଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି। ଇପିଏଫଓ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ସେମାନଙ୍କ ନୋମିନିଙ୍କୁ ଦୁଇଗୁଣ ରାଶି ଦିଆଯିବ। ସେଣ୍ଟ୍ରାଲ ବୋର୍ଡ ତରଫରୁ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଏକ୍ସ ଗ୍ରେସିଆ ଡେଥ ରିଲିଫ ଫଣ୍ଡ ଦିଆଯାଇଥାଏ। ଏହାକୁ ନେଇ ଇପିଏଫଓ ବଡ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶରେ ଇପିଏଫଓର ପ୍ରାୟ ୩୦ ହଜାର କର୍ମଚାରୀ ଲାଭବାନ ହେବେ। ଏହି ନିଷ୍ପତ୍ତିକୁ ନେଇ ସଂଗଠନ ନିଜ କାର୍ଯ୍ୟାଳୟମାନଙ୍କରେ ସର୍କୁଲାର ମଧ୍ୟ ଜାରି କରିଛି।

ରିପୋର୍ଟ ଅନୁସାରେ, ସର୍କୁଲାରରେ ଇପିଏଫଓ ସ୍ପଷ୍ଟ କରିଛି ଯେ ନୋମିନିଙ୍କୁ ମିଳିବାକୁଥିବା ରାଶି ତାଙ୍କ ପରିବାରକୁ ଦିଆଯିବ ନାହିଁ ଯେଉଁମାନଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏବେ ଆକସ୍ମିକ ମୃତ୍ୟୁ ଯୋଗୁଁ ମିଳୁଥିବା ରାଶି ବଢି ୮ ଲକ୍ଷ ଟଙ୍କା ହୋଇଛି। ଏହି ପାଣ୍ଠି ଅନୁଯାୟୀ, ପ୍ରଥମେ କର୍ମଚାରୀଙ୍କ ନୋମିନିଙ୍କୁ ୪ ଲକ୍ଷ ଟଙ୍କା ଦିଆଯାଉଥିଲା। ଏହି ରାଶି ବର୍ତ୍ତମାନ ଦୁଇଗୁଣ ବୃଦ୍ଧ ପାଇଛି। 

ଏଥି ସହିତ ଆଉ ଏକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପ୍ରତି ୩ ବର୍ଷରେ ଏହି ରାଶି ୧୦ ପ୍ରତିଶତ ବଢାଇବାକୁ ଚେଷ୍ଟା କରାଯିବ। EPFO ସଦସ୍ୟ ଦାବି କରିଥିଲେ ଯେ ଅତିକମରେ ୧୦ ଲକ୍ଷ ଓ ସର୍ବାଧିକ ୨୦ ଲକ୍ଷ ଟଙ୍କା ଦିଆଯାଉ।

ଇପିଏଫଓ ସର୍କୁଲାର ଅନୁଯାୟୀ, ଯଦି କର୍ମଚାରୀଙ୍କ ମୃତ୍ୟୁ ଅଣକୋଭିଡରେ ହୁଏ ତାହେଲେ ପରିବାର କିମ୍ବା ନୋମିନିଙ୍କୁ ୮ ଲକ୍ଷ ଟଙ୍କା ମିଳିବ। ସାରା ଦେଶର ଇପିଏଫଓ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏହି ରାଶି କଲ୍ୟାଣ ପାଣ୍ଠିରୁ ଦିଆଯିବ। ଯଦି କର୍ମଚାରୀଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥାଏ ତାହେଲେ ୨୦୨୦ ଏପ୍ରିଲ ୨୮ ଅର୍ଡର ଲାଗୁ ହେବ।

   Related Posts