Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଏବେ ଅର୍ଥନୀତିକୁ ଭ୍ୟାକସିନର ପାଳି, ଆସନ୍ତାକାଲି ବଜେଟ୍‌ରେ କୃଷକଙ୍କୁ ଉପହାର ଦେଇ ପାରନ୍ତି ନିର୍ମଳା

31/01/2021 at 10:15 PM

ନୂଆଦିଲ୍ଲୀ ୩୧।୦୧: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ସୀତାରମଣ ଏଥର ନିଜ ପ୍ରତିଶ୍ରୁତିରୁ ହଟି କିଛି ଭିନ୍ନ ଧରଣ ବଜେଟ୍ ଉପସ୍ଥାପନ କରି ପାରନ୍ତି। ଏଥର ବଜେଟ୍‌ରେ କରୋନା ମହାମାରୀରେ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବେ ବୋଲି ଆଶା କରାଯାଉଛି। ଏଥିସହ ସ୍ଵାସ୍ଥ୍ୟବସ୍ଥା ଏବଂ ପ୍ରତିରକ୍ଷା ଉପରେ ଅଧିକ ଖର୍ଚ୍ଚ ସହିତ ଆର୍ଥିକ ସୁଧାରକୁ ଆଗକୁ ବଢାଇବା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କୃଷକଙ୍କୁ ବଜେଟ୍‌ରେ ଉପହାର ମିଳିପାରେ। ବଜେଟ୍‌ରେ କୃଷଙ୍କ ପାଇଁ କଣ ରହିଛି ତାରି ଉପରେ ହିଁ କୃଷକଙ୍କ ଆନ୍ଦୋଳନ ମଧ୍ୟ ନିର୍ଭର କରେ।

ଗୋଟିଏ ଅନ୍ତରୀଣ ବଜେଟ୍ ସମେତ ମୋଦୀ ସରକାରଙ୍କ ଏହା ନବମ ବଜେଟ୍ ହେବାକୁ  ଯାଉଛି। ପୁଣି ସେହି ସମୟରେ ଯେତେବେଳେ ଦେଶ କୋଭିଡ୍-୧୯ ସଙ୍କଟରୁ ମୁକୁଳୁଛି। କରୋନାର ମୁକାବିଲା ପାଇଁ ଭ୍ୟାକସିନ ମିଳିଥିଲେ ହେଁ ଦେଶକୁ କଣ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ କୌଣସି ଭ୍ୟାକସିନ ମିଳିବ ତାରି ଉପରେ ଏବେ ସଭିଙ୍କ ନଜର।

ଏଥର ବଜେଟ୍‌ରେ ବ୍ୟାପକ ରୋଜଗାର ଅବସର ଏବଂ ଗ୍ରାମାଞ୍ଚଳ ବିକାସ ଉପରେ ଖର୍ଚ୍ଚ ବଢାଇବା, ବିକାଶ ପାଇଁ ଅର୍ଥ ଆବଣ୍ଟନ, ହାରାହାରି କରଦାତାଙ୍କ ହାତରେ ଅଧିକ ଅର୍ଥ ଦେବା ଏବଂ ବିଦେଶୀ କର ଆକର୍ଷିତ କରିବା ପାଇଁ ନିୟମକୁ ସରଳ କରାଯିବାର ଆଶା କରାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ବିଜେଟ୍ କିଛି ଏହି ଧରଣର ହେଉ ଯାହା ଭବିଷ୍ୟତର ମାର୍ଗ ଦେଖାଇବ ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ସଠିକ୍ ଟ୍ରାକକୁ ଆଣିବ। ଆର୍ଥିକ ବର୍ଷ ୨୦୨୧-୨୨ର ଐତିହାସିକ ବଜେଟ୍‌ରେ ସରକାରଙ୍କ ସମ୍ମୁଖରେ ଅର୍ଥବ୍ୟବସ୍ଥାକୁ ତତ୍କାଳ ପ୍ରୋତ୍ସାହନ ଦେବା ସହିତ ଦୀର୍ଘ ଭବିଷ୍ୟତ ପାଇଁ ମଜବୁତ ପ୍ରଦାନ କରିବା ଏକ  ବଡ ଆହ୍ଵାନ ହେବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦୁଇ ମଧ୍ୟରେ କେମିତି ସନ୍ତୁଳନ ରଖୁଛନ୍ତି ତାହା ଦେଖିବା ମହତ୍ଵପୂର୍ଣ୍ଣ ରହିଛି। ସରକାରଙ୍କ ଅନୁଯାୟୀ ମହାମାରୀରର ସବୁଠୁ ଖରାପ ସମୟ ସମାପ୍ତ ହୋଇ ସାରିଛି ଏବଂ ଅର୍ଥ ବ୍ୟବସ୍ଥା ଏବେ ଟ୍ରାକକୁ ଫେରୁଛି।

ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ସକଳ ଘରୋଇ ଉତ୍ପାଦ ବା ଜିଡିପିରେ ୭.୭ ପ୍ରତିଶତ ସଙ୍କୋଚନ ରହିବ। କିନ୍ତୁ ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ ଏବଂ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତକୁ ବୃଦ୍ଧି ଘଟିବାର ଅନୁମାନ କରାଯାଇଛି। ଯଦି ଏମିତି  ହୁଏ ତେବେ ଦୁଇ ବର୍ଷରେ ଜିଡିପି ମାତ୍ର ୨.୪ ପ୍ରତିଶତ ବୃଦ୍ଧି ଘଟିବ। ମୋଦୀ ସରକାର ନୀର୍ଭିକ ନିଷ୍ପତ୍ତି ନେବା ପାଇଁ ପରିଚିତ। ଗତ ତିନି ମାସରେ ଅପ୍ରତ୍ୟକ୍ଷ କର ସଂଗ୍ରହ ବଢିବା ପରେ ବି ଚଳିତ ଆର୍ଥିକ ବର୍ଷରେ ରାଜସ୍ଵ ସଂଗ୍ରହରେ ହ୍ରାସ ଘଟିବା ଆପାତତଃ ସ୍ପଷ୍ଟ।

   Related Posts