ଜରା ଔକାତ ମେଁ... ମେଁନେ ୟୁପିଏସସି ମେନ୍ସ କ୍ଲିୟର କିୟା ହେ... ପୁଲିସକୁ ଏମିତି ଧମକ ଦେଉଥିଲେ, ଗିରଫ ହେବା ପରେ ବାଟକୁ ଆସିଲେ ସ୍ଵାମୀ-ସ୍ତ୍ରୀ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯।୦୪: ...ତୋ ତୁମ ଔର ତୁମହାରା ମୁଖ୍ୟମନ୍ତ୍ରୀ ୟା ତୁମହାରା ପ୍ରଧାନମନ୍ତ୍ରୀ ସାରେ ଚନେ ବେଚତେ ଫିରେଙ୍ଗେ...ଜରା ଔକାତ ମେଁ... ମେଁନେ ୟୁପିଏସସି ମେନ୍ସ କ୍ଲିୟ କିୟା  ହେ... କାରରେ ମାସ୍କ ନ ପିନ୍ଧି ଥିବା କାରଣରୁ କାର ଟକାଇବାରୁ ଦିଲ୍ଲୀ ପୁଲିସକୁ ଏହି ଶବ୍ଦରେ ଧମକ ଦେଉଥିବା ପତି-ପତ୍ନୀଙ୍କ ଭାଇରାଲ ଭିଡିଓ ଆପଣମାନେ ଦେଖିଥିବେ। ସ୍ଵାମୀ-ସ୍ତ୍ରୀ ମାସ୍କ ନପିନ୍ଧି ପୁଲିସକୁ ନିଜର ରୁବାବ ଦେଖାଉଥିଲେ।  ଏହି ଘଟଣା ରବିବାର ଘଟିଥୀଲା। ତେବେ ଆଜିର ଏହି ଫଟୋ ଉକ୍ତ ଏପିସୋଡର ପାର୍ଟ-ଟୁ।

ସୋମବାର ସକାଳେ ଦୃଶ୍ୟ ସଂପୂର୍ଣ୍ଣ ଭିନ୍ନ ଥିଲା। ମହିଳା ଓ ତାଙ୍କ ସ୍ଵାମୀଙ୍କ ମୁହଁରେ ମାସ୍କ ମଧ୍ୟ ଥିଲା ଏବଂ ଆବଭାବ ସଂପୂର୍ଣ୍ଣ ନରମ ଥିଲା। ଗତକାଲି ଯିଏ ପୁଲିସକୁ ୟୁପିଏସସି ମେନ୍ସ କ୍ଲିୟର କହି ଗାଳି ଦେଉଥିଲା ଆଜି ପୂରା ଶାନ୍ତ ନଜର ଆସୁଥିଲେ। ଦିଲ୍ଲୀ ପୁଲିସ ଗତକାଲି ସ୍ଵାମୀକୁ ଗିରଫ କରିଥିଲା।  ଆଜି ମହିଳାଙ୍କୁ ପୁଲିସ ଅଟକ ରଖିଛି।

wp:html /wp:html

ଦିଲ୍ଲୀର ଦରିୟାଗଞ୍ଜରେ ରବିବାର ମାସ୍କକୁ ନେଇ ପୁଲିସକୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ନାମ ପଙ୍କଜ। ଅନ୍ୟପଟେ ପୁଲିସକୁ ନାଲି ଆଖି ଦେଖାଇଥିବା ମହିଳାଙ୍କ ନାମ ଆଭା। ଦମ୍ପତ୍ତି ପଟେଲ୍ ନଗରର ବାସିନ୍ଦା। ଉଭୟଙ୍କ ବିରୋଧରେ ବିଡର୍ଯ୍ୟୟ ପ୍ରଶମନ ଅଧିନିୟମ ଆଧାରରେ ଅନେକ ଧାରା ଲଗାଯାଇଛି।

wp:html /wp:html

କଣ ଘଟିଥିଲା ଘଟଣା

ଦିଲ୍ଲୀରେ ଗତ କିଛି ଦିନ ହେବ ସଂକ୍ରମଣ ମାମଲା ଅହେତୁକ ଭାବେ ବୃଦ୍ଧି ଘଟିଛି। ପୁଲିସ ଅନୁଯାୟୀ, ଘଟଣା ରହିବାର ଅପରାହ୍ନ ପ୍ରାୟ ସାଢେ ୪ଟାର। କାରରେ ଯାଉଥିବା ଜଣେ ଦମ୍ପତ୍ତି ମାସ୍କ ପିନ୍ଧିନଥିବାରୁ ପୁଲିସ ଅଟକାଇଥିଲା ଏବଂ କାରଣ ପଚାରିଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ମହିଳା ଜଣକ ପୁଲିସକୁ ଗାଳି ଦେବା ସହ ଦୁର୍ବ୍ୟବହାର ଆରମ୍ଭ କରିଥିଲେ। ଜରିମାନା ଦେବାକୁ ମଧ୍ୟ ମନା କରିଦେଇଥିଲେ। ଦୁଇ ସ୍ଵାମୀ-ସ୍ତ୍ରୀକୁ ଦରିୟାଗଞ୍ଜ ଥାନା ନିଆଯାଇ ସ୍ଵାମୀକୁ ଗିରଫ କରାଯାଇଥିଲା। ସୋମବାର ମହିଳାଙ୍କୁ ଗିରଫ କରାଯାଇଛି। ଏହି ସମୟରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମୁହଁରେ ମାସ୍କ ଥିବା ଦେଖିବାକୁ ମିଳିଛି।

ଗିରଫ ହେବା ପରେ ମହିଳାଙ୍କ ସ୍ଵାମୀ ପଙ୍କଜ ଦତ୍ତା ସମସ୍ତ ଦୋଷ ନିଜ ପତ୍ନୀଙ୍କ ଉପରେ ଲଦିଛନ୍ତି। ସେ ମୋତେ ମାସ୍କ ପିନ୍ଧିବାକୁ ଦେଇନଥିଲେ। କାରରେ ମାସ୍କ ପିନ୍ଧିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା। ଯେବେ ମୁଁ ଏକା ଥାଏ ତେବେ ମାସ୍କ ସର୍ବଦା ପିନ୍ଧିଥାଏ  ବୋଲି ସ୍ଵାମୀ ପଙ୍କଜ କହିଛନ୍ତି। ଦତ୍ତା କହିଛନ୍ତି, ସେ ଖୋଦ୍ ନିଜ ପତ୍ନୀଙ୍କୁ ମାସ୍କ ଲଗାଇବାକୁ କହିଥିଲେ। ହେଲେ ସେ ତ ମାନିଲା ନାହିଁ ଓଲଟା ମୋତେ ପିନ୍ଧିବାକୁ ଦେଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.