Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

କରୋନା ଭ୍ୟାକସିନ୍‌ର ଦ୍ଵିତୀୟ ଡୋଜ୍ ନେବା ପରେ ଶାରୀରିକ ସଂପର୍କ ସମୟରେ ଏହି ସାବଧାନ ଜରୁରୀ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

2/04/2021 at 11:12 PM

ନୂଆଦିଲ୍ଲୀ ୦୨।୦୪: ଦେଶରେ କରୋନା ସଂକ୍ରମଣତ ଦ୍ଵିତୀୟ ଲହର ମଧ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ଏ ପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଡୋଜ୍ ଲୋକେ ନେଇ ସାରିଲେଣି। ଏପ୍ରିଲ ୧ରୁ ୪୫ କିମ୍ବା ସେଥିରୁ ଅଧିକ ବର୍ଷ ବୟସର ଲୋକଙ୍କ ଟିକାକରଣ ଚାଲିଛି। ଭ୍ୟାକସିନ ନେବା ପରେ କଣ କରିବା ଉଚିତ୍ ଏବଂ ନ ଉଚିତ୍ ଏହାକୁ ନେଇ ବହୁତ ଚର୍ଚ୍ଚା  ହେଉଛି। ସରକାର ଅନେକ ପ୍ରକାରର ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିସାରିଛନ୍ତି।

ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ, କଣ ଟିକା ନେବା ପରେ ଶାରୀରିକ ସମ୍ବନ୍ଧ ରଖିବା ନିରାପଦ ଅଟେ କି ? ଏହି ସମୟରେ କୌଣସି ପ୍ରକାରର ସତର୍କତା ଅବଲମ୍ବନ କରିବା ଉଚିତ୍ କି ? ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ନେଇ କୌଣସି ପ୍ରକାରର ଆନୁଷ୍ଠାନିକ ଗାଇଡ୍‌ଲାଇନ୍‌ ଜାରି କରି ନାହାନ୍ତି। ମାତ୍ର ବିଶେଷଜ୍ଞ ଏହି ପରାମର୍ଶ ଦେଉଛନ୍ତି ଯେ, ଟିକାର ଦ୍ଵିତୀୟ ଡୋଜ୍ ନେବା ପରେ ମହିଳା ଓ ପୁରୁଷଙ୍କୁ ଗର୍ଭ ନିରୋଧକ ସାଧନ ବ୍ୟବହାର କରିବା ଉଚିତ୍।

ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟରେ କିଛି ଡାକ୍ତର ଏହି ପରାମର୍ଶ ଦେଇଛନ୍ତି। ଗାଜିଆବାଦର କୋଲମ୍ଵିଆ ଏସିଆ ହସ୍ପିଟାଲର ଇଣ୍ଟରନାଲ ମେଡିସିନ୍‌ର ଡାକ୍ତର  ଦୀପକ ଶର୍ମା କହିଛନ୍ତି, SARS-COV2 ଏକ ନୋଭେଲ୍ ଭାଇରସ୍‌ ଏବଂ ଭ୍ୟାକସିନ ଏହାକୁ ନିଷ୍କ୍ରିୟ କରିଥାଏ। କିନ୍ତୁ ଏବେଠୁ ଏହା କୁହାଯାଇ ପାରିବ ନାହିଁ ଯେ, ଟିକାର କୌଣସି ଲଙ୍ଗ୍‌ ଟର୍ମ ସାଇଡ୍ ଇଫେକ୍ଟ ରହିବ କି ନାହିଁ। କଣ ଶାରୀରିକ ସଂପର୍କ ରଖିବା ସମୟରେ ଏହା ପୁରୁଷ କିମ୍ବା ମହିଳାଙ୍କୁ ପ୍ରଭାବିତ କରିବ ତାକୁ ନେଇ କୌଣସି ଗବେଷଣା ହୋଇ ନାହିଁ।

ଡାକ୍ତର ଏହା ଉପରେ ଜୋର ଦେଇଛନ୍ତି ଯେ, ସାଂପ୍ରତିକ ସ୍ଥିତିରେ ସାବଧାନ ରହିବା ଅତି ଜରୁରୀ। ଡାକ୍ତର ଦୀପକ ଶର୍ମା କହିଛନ୍ତି, ମହିଳା ଓ ପୁରୁଷଙ୍କୁ ଏହି ପରାମର୍ଶ ଦିଆଯାଉଛି ଯେ, ଦ୍ଵିତୀୟ ଡୋଜ୍ ନେବା ପରେ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ କଣ୍ଡୋମ୍ ବ୍ୟବହାର କରନ୍ତୁ। ଏହା ଏଥିପାଇଁ କୁହାଯାଉଛି କାରଣ ଭ୍ୟାକସିନ କେଉଁ ଭଳି ଆମ ଉପରେ ପ୍ରଭାବ ପକାଇବ ତାହା କହି ହେବ ନାହିଁ। ତେଣୁ କଣ୍ଡୋମ ବ୍ୟବହାର କରିବା ଶ୍ରେୟସ୍କର ବୋଲି ଡାକ୍ତର କହିଛନ୍ତି।

   Related Posts