ପ୍ରଥମ ଦିନ ଟିକା ନେବା ପରେ ବ୍ରିଟେନରେ ଦୁଇ ଜଣ ଅସୁସ୍ଥ, ପୁଣି ଥରେ ସତର୍କ ସୂଚନା ଜାରି କଲେ କୋଭିଡ୍ ନିୟନ୍ତ୍ରକ ଏଜେନ୍ସି
9/12/2020 at 7:59 PM

ନୂଆଦିଲ୍ଲୀ ୦୯/୧୨: ପ୍ରଥମ ଦେଶ ଭାବେ ବ୍ରିଟେନ୍ ଫାଇଜର କରୋନା ଭ୍ୟାକ୍ସିନକୁ ଟିକାକରଣ ପାଇଁ ଅନୁମତି ଦେଇଥିଲା। ଟିକା ପାଇବା ପରେ ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା ଉଜ୍ଜିବୀତ ହୋଇଥିଲା। କିନ୍ତୁ ଟିକାକରଣର ପ୍ରଥମ ଦିନରେ ଅଘଟଣ ଦେଖିବାକୁ ମିଳିଛି। ଟିକାକରଣ ବେଳେ ଦୁଇ ସ୍ବାସ୍ଥ୍ୟ କର୍ମୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଜଣଙ୍କ ଶରୀରରେ ଭ୍ୟାକ୍ସିନ୍ର ଆଲର୍ଜି ରିଆକ୍ସନ ହୋଇଥିବା ବ୍ରିଟେନ୍ ନ୍ୟାସନାଲ ହେଲ୍ଥ ସର୍ଭିସ୍(ଏନଏଚଏସ୍) ପକ୍ଷରୁ ସୂଚନା ମିଳିଛି।
ଦୁଇ ପୀଡ଼ିତ ସ୍ବାସ୍ଥ୍ୟ କର୍ମୀ Ansphylactoid Reactions ରେ ଶିକାର ହୋଇଛନ୍ତି। ଏହା ପରେ ବ୍ରିଟେନ୍ର ରେଗୁଲେଟୋରି ଏଜେନ୍ସି ଚେତାବନୀ ଜାରି କରିଛି । ଯେଉଁମାନଙ୍କୁ କୌଣସ ଔଷଧ, ଖାଦ୍ୟ କିମ୍ବା ଭ୍ୟାକ୍ସିନ୍ର ଆଲାର୍ଜି ଅଛି ସେମାନଙ୍କୁ ଫାଇଜର ଟିକା ଦିଆଯିବନି।
ବ୍ରିଟେନ୍ରେ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଫାଇଜର ଭ୍ୟାକସିନ୍ ଦିଆଯାଉଛି। ଭ୍ୟାକ୍ସିନ ଆଲର୍ଜିର ଶିକାର ହୋଇଥିବା ଦୁଇ ଜଣ ସୁସ୍ଥ ହେଉଛନ୍ତି ବୋଲି ଏନଏଚଏସ୍ର ନିର୍ଦେଶକ କହିଛନ୍ତି। ବ୍ରିଟେନରେ ୫୦ଟି କେନ୍ଦ୍ରରେ ଟିକାକରଣ ହେଉଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି। ବିକଶିତ କରୋନା ଭ୍ୟାକ୍ସିନ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର କରିବା ମାମଲାରେ ବ୍ରିଟେନ୍ ବିଶ୍ବର ପ୍ରଥମ ଦେଶ। କିନ୍ତୁ ଆମେରିକା ଏଯାଏଁ ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ।