ବିରାଟ କୋହଲୀଙ୍କ ପରେ ଏହି କ୍ରିକେଟର ହେବେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ T-20 ୱାର୍ଲଡ କପ୍‌ ପରେ ଘୋଷଣା ହେବ ନୂଆ ଅଧିନାୟକଙ୍କ ନାମ

Published By : Prameya-News7 Bureau | October 20, 2021 IST

ମୁମ୍ବାଇ ୨୦।୧୦: ବିରାଟ କୋହଲୀ ଟି-୨୦ ୱାର୍ଲଡ କପ୍ ପରେ ଟିମ୍‌ ଇଣ୍ଡିଆ ଅଧିନାୟକ ପଦ ଛାଡିବେ। ଏ ନେଇ ସେ ଘୋଷଣା ମଧ୍ୟ କରିସାରିଲେଣି। ଏଣୁ ୨୦୨୧ ଟି-୨୦ ୱାର୍ଲଡ କପ୍‌ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନୂଆ କ୍ୟାପ୍ଟେନ୍‌ ମିଳିବା ନିଶ୍ଚିତ ହୋଇଗଲାଣି। ମାମଲାରେ ବିସିସିଆଇ ଏପର୍ଯନ୍ତ ନିଜର ମତାମତ ଜଣାଇ ନାହାନ୍ତି। ତେବେ ଆଗାମୀ ଅଧିନାୟକଙ୍କୁ ନେଇ ଧିରେ ଧିରେ ରହସ୍ୟ ଖୋଲିବାରେ ଲାଗିଛି।

{"id":530116,"width":839,"height":479,"sizeSlug":"full","linkDestination":"none"}

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟି-୨୦ ୱାର୍ଲଡ କପ୍‌ ପରେ ହେବାକୁ ଯାଉଥିବା ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ଟିମ୍‌ ଇଣ୍ଡିଆ ନୂଆ କ୍ୟାପ୍ଟେନଙ୍କ ନେତୃତ୍ୱରେ ଖେଳିବ। କୁହାଯାଉଛି ବିରାଟ କୋହଲୀଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନୂଆ କ୍ୟାପ୍ଟେନ୍‌ ମନୋନୟନ କରାଯାଇପାରେ। ଇନସାଇଡ ସ୍ପୋର୍ଟସ୍‌ ନାମକ ଏକ ୱେବ୍‌ସାଇଟ୍‌ ରିପୋର୍ଟରେ ଏହି ଖୁଲାସା କରିଛି। ରିପୋର୍ଟରେ ବିସିସିଆଇଙ୍କୁ ଆଧାର କରି ଟିମ୍‌ ଇଣ୍ଡିଆ ଦାୟିତ୍ୱ ଆଗକୁ କିଏ ସମ୍ଭାଳିବେଏହା କୌଣସି ସସ୍‌ପେନ୍ସ ନୁହେଁ ବୋଲି କୁହାଯାଇଛି।

{"id":530120,"width":841,"height":526,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ରୋହିତ ଶର୍ମା ଲିଡରସିପ୍‌ ଗ୍ରୁପର ଅଂଶ ଓ ସେ ଟି-୨୦ ୱାର୍ଲଡ କପ୍‌ ପରେ ଟିମ୍‌ରେ ବିରାଟଙ୍କ ସ୍ଥାନ ନେବେ। ଏ ନେଇ ୱାର୍ଲଡ କପ୍‌ ପରେ ଅଧିକାରୀକ ଘୋଷଣା କରାଯିବ। ବିରାଟ କୋହଲୀ ଆଇପିଏଲ ୨୦୨୧ର ଦ୍ୱିତୀୟ ହାଫ୍‌ର ଠିକ ପୂର୍ବରୁ ନିଜର ନିଷ୍ପତ୍ତି ଘୋଷଣା କରିଥିଲେ। ତେବେ କୋହଲୀ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ ଭାବେ ଆଗାମୀ ଟି-୨୦ ୱାର୍ଲଡ କପ୍‌ ପ୍ରଥମ ଥର ଖେଳିବେ। ବିରାଟଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି। ଏଥିରେ ଭାରତୀୟ ଟିମ୍‌ ୨୦୧୭ ଚାମ୍ପିୟନସ୍‌ ଟ୍ରଫି, ୨୦୧୯ ୱାର୍ଲଡ କପ୍ ଓ ୨୦୨୧ ୱାର୍ଲଡ ଚାମ୍ପିୟନସିପ୍‌ ଖେଳିଛନ୍ତି। ତେବେ ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ହାସଲ କରିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.