ସ୍ୱାଇନଫ୍ଲୁ ଓ ଡେଙ୍ଗୁ ପରେ ଏବେ ବ୍ୟାପୁଛି ଏହି ରୋଗ, ୧ ହଜାରରୁ ଊର୍ଦ୍ଧ୍ୱଲୋକ ହେଲେଣି ଆକ୍ରାନ୍ତ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | September 25, 2019 IST

ଜୟପୁର: ପାଣିପାଗ ପରିବର୍ତ୍ତନ ସହ ରାଜସ୍ଥାନ ଏବେ  ରୋଗର ଘର ପାଲଟିଛି। କିଛି ଦିନ ପୂର୍ବରୁ ଡେଙ୍ଗୁ, ଚିକନଗୁନିଆ ଓ ସ୍ୱାଇନଫ୍ଲୁ ସଂକ୍ରମଣ ହୋଇଥିବା ବେଳେ ଏବେ ଏକ ନୂଆ ରୋଗ ସଂକ୍ରମଣର ସୂଚନା ଦେଇଛନ୍ତି ଡାକ୍ତରମାନେ । ଲୋକେ ସ୍କ୍ରବ ଟାଇଫସର ଆକ୍ରାନ୍ତ ହେଉଥିବା ଡାକ୍ତରମାନେ କହିଛନ୍ତି। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧ ହଜାର ପାର କରିଥିବା ବେଳେ କେବଳ ରାଜଧାନୀ ଜୟପୁରରେ ୨୫୮ ଜଣଙ୍କ ନମୁନା ପଜେଟିଭ ଆସିଥିବା ଡାକ୍ତର କହିଛନ୍ତି। 

{"id":162675}

ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଏବେ ଡେଙ୍ଗୁ ଭୟାନକ ଭାବେ ବ୍ୟାପୀବାରେ ଲାଗିଛି। ବିଭିନ୍ନ ହସ୍ପିଟାଲରେ ଏବେ ୧ହଜାର ୧ଶହ ରୋଗୀ ରହି ଚିକିତ୍ସିତ ହେଉଥିବା ବେଳେ ସ୍ୱାଇନ ଫ୍ଲୁ ଅଣାୟତ ହୋଇପଡିଛି। ପ୍ରାୟ ୫ହଜାର ୭୬ ଜଣ ଏପର୍ଯ୍ୟନ୍ତ ସ୍ୱାଇନଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୬ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ରଘୁନାଥ ଶର୍ମା ରାଜ୍ୟରେ ମେଲେରିଆ, ଡେଙ୍ଗୁ, ଚିକନଗୁନିଆ, ସ୍ୱାଇନଫ୍ଲୁ ଓ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସରକାର ପଦକ୍ଷେପ ନେଇଥିବା କହିଛନ୍ତି।

{"id":162676}

ରାଜ୍ୟରେ ବନ୍ୟା ପରେ ମୌସୁମୀ ରୋଗ ବ୍ୟାପୀଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଥିଲାଗି ସରକାର ପୂର୍ବରୁ ସ୍ୱାସ୍ଥ୍ୟବିଭାଗକୁ ସତର୍କ କରାଇଛନ୍ତି। ଏବେ ପାକ୍ ସୀମା ସଲଗ୍ନ ଯୋଦ୍ଧପୁର, ଜୈସାଲମେର ଓ ବାଡମେରରେ କଙ୍ଗୋ ଫିବର ବ୍ୟାପୁଛି। ଏଥିଲାଗି ସେଠାକା ରସ୍ୱାସ୍ଥ୍ୟବିଭାଗକୁ ସତର୍କ କରାଯାଇଥିବା ବେଳେ ଲୋକଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ପହଞ୍ଚାଯାଇଥିବା ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.