ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡ ପାଓ୍ବାରଫୁଲଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ : ସଲମାନ୍ ଖାନଙ୍କ ପରିବାର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଶକ୍ତ ଆଘାତ ଦେଇଛି। ସମସ୍ତେ ସୋସିଆଲ୍ ମିଡିଆରେ ତାଙ୍କ ପାଇଁ ପୋଷ୍ଟ୍ କରୁଛନ୍ତି। ଏବେ ଦବଙ୍ଗ ଫିଲ୍ମର ଡାଇରେକ୍ଟର ଅଭିନବ କଶ୍ୟପ ସୋସିଆଲ୍ ମିଡିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ ସଲମାନ ଖାନ୍ ଏବଂ ତାଙ୍କ ପରିବାର ତାଙ୍କୁ ଭୟଭୀତ କରିବା ସହ ତାଙ୍କ ଫିଲ୍ମକୁ କ୍ଷତି ପହଞ୍ଚାଇଛି।

 ଅଭିନବ ଲେଖିଛନ୍ତି-‘ତାଙ୍କ ଅନୁଭବ ଭିନ୍ନ ନୁହେଁ। ସେ ନିଜେ ମଧ୍ୟ ଶୋଷଣ ଏବଂ ବୁଲିଂର ଭୁକ୍ତଭୋଗୀ। ଦବଙ୍ଗ ନିର୍ମାଣ କରିବାର ୧୦ବର୍ଷ ପରେ ଏହା ତାଙ୍କ କାହାଣୀ। ୧୦ବର୍ଷ ତଳେ ଦବଙ୍ଗ ପାର୍ଟ ୨ରୁ ସେ ଏଥିପାଇଁ ହଟିଯାଇଥିଲେ କାରଣ ଅରବାଜ ଖାନ୍,ସୋହେଲ୍ ଖାନଙ୍କ ସହ ମିଶି ଯାଇଥିଲେ ଏବଂ ପୂରା ପରିବାର ବୁଲିଂ ଜରିଆରେ ତାଙ୍କ କ୍ୟାରିୟରକୁ କଣ୍ଟୋଲ୍ କରିବାକୁ ଚାହୁଁଥିଲେ। ଅରବାଜ ଖାନ୍ ତାଙ୍କ ଅଷ୍ଟବିନାୟକ ଫିଲ୍ମସ୍ ସହ ସେକେଣ୍ଡ ପ୍ରୋଜେକ୍ଟରେ ଷଡ଼ଯନ୍ତ୍ର କରିଥିଲେ। ସେ ଏହା ମିଷ୍ଟର ରାଜ ମେହେତାଙ୍କ ସହ ବ୍ୟକ୍ତିଗତ ଭାବେ ସାଇନ୍ କରିଥିଲେ। ରାଜଙ୍କୁ ଅଭିନବଙ୍କ ସହ ଫିଲ୍ମ କରିବା ଉପରେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା।’

‘ତାଙ୍କୁ ଶ୍ରୀ ଅଷ୍ଟବିନାୟକ ଫିଲ୍ମସକୁ ସାଇନିଂ ଏମାଉଣ୍ଟ ଫେରାଇବାକୁ ପଡ଼ିଥିଲା ଏବଂ ତାହା ଭାୟାକମ୍ ପିକ୍ଚର୍ସକୁ ଚାଲି ଯାଇଥିଲା। ଏହା ପରେ ସୋହେଲ୍ ଖାନ୍ ତତ୍କାଳୀନ ଭାୟାକମର ସିଇଓ ବିକ୍ରମ ମାଲହୋତ୍ରାଙ୍କୁ ଡରାଇଥିଲେ। ତାଙ୍କ ପ୍ରୋଜେକ୍ଟସ୍ ନଷ୍ଟ କରି ଦିଆଯାଇଥିଲା ଏବଂ ତାଙ୍କୁ ୭କୋଟିର ସାଇନିଂ ଏମାଉଣ୍ଟ ୯୦ଲକ୍ଷର ସୁଧ ସହ ଫେରାଇବାକୁ ପଡ଼ିଥିଲା। ଏହା ପରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ ତାଙ୍କୁ ସହଯୋଗ କରିଥିଲେ ଏବଂ ଫିଲ୍ମ ‘ବେଶରମ୍’ ପାଇଁ ଏକ ସ୍ଥାୟୀ ଚୁକ୍ତି କରିଥିଲେ।’

‘କିନ୍ତୁ ସଲମାନ୍ ମହାଶୟ ଏବଂ ତାଙ୍କ ପରିବାର ଫିଲ୍ମର ରିଲିଜବେଳେ ପୁଣି କ୍ଷତି ପହଞ୍ଚାଇଥିଲେ। ରିଲିଜ ହେବା ପୂର୍ବରୁ ତାଙ୍କୁ ଏବଂ ତାଙ୍କ ଫିଲ୍ମ ବେଶରମ୍ ବିରୋଧରେ ଲଗାତାର ନକରାତ୍ମକ ଅଭିଯାନ ଚଲାଯାଇଥିଲା। ଏହା ଦ୍ବାରା ଡିଷ୍ଟ୍ରିବ୍ୟୁଟରଙ୍କୁ ତାଙ୍କ ଫିଲ୍ମ କିଣିବାକୁ ଡର ଲାଗିଥିଲା। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ସେ ଫିଲ୍ମକୁ କିଣିବାକୁ ସକ୍ଷମ ଥିଲେ। ତାଙ୍କ ଫିଲ୍ମ ବକ୍ସ ଅଫିସରେ ରିଲିଜ ନ ହେବା ଯାଏଁ ଲଗାତାର ଫିଲ୍ମ ବିରୋଧରେ ନକରାତ୍ମକ ଟ୍ରୋଲିଂ ଏବଂ ଅପପ୍ରଚାର କରାଯାଇଥିଲା। ବେଶରମ୍ ହଲରୁ ହଟିବା ପୂର୍ବରୁ ୫୮କୋଟି ଟଙ୍କା ଆୟ କରିଥିଲା।’

ଆଗକୁ ଅଭିନବ ଲେଖିଛନ୍ତି-‘ ସେମାନେ ଫିଲ୍ମର ସ୍ୟାଟେଲାଇଟ୍ ରିଲିଜକୁ କ୍ଷତି ପହଞ୍ଚାଇଥିଲେ ଯାହା ପୂର୍ବରୁ ମିଷ୍ଟର ଜୟନ୍ତୀ ଲାଲ ଗଡ଼ାଙ୍କୁ ବିକି ଦିଆଯାଇଥିଲା। ମିଷ୍ଟର ଜୟନ୍ତୀ ଲାଲ ସେହି ସମୟରେ ଜି ଟେଲିଫିଲ୍ମର ମୁଖ୍ୟ ଆଗ୍ରିଗେଟର ଥିଲେ। ରିଲାଏନ୍ସର ଗୁଡଓ୍ବିଲ୍ ସହ ସେ ବହୁତ କମ୍ ମୂଲ୍ୟରେ ଗଡ଼ାଙ୍କ ସହ ସ୍ୟାଟେଲାଇଟ୍ ରିଲିଜର ଅଧିକାରର ବିକ୍ରି ଉପରେ ପୁଣି ଥରେ କଥାବାର୍ତ୍ତା କରିବାକୁ ସକ୍ଷମ ଥିଲେ।

ଅଭିନବ ଲେଖିଛନ୍ତି ଯେ -‘ ଆଗାମୀ କିଛି ବର୍ଷରେ,ତାଙ୍କର ସମସ୍ତ ପ୍ରୋଜେକ୍ଟ ଏବଂ ଅଭିନବ ପ୍ରୟାସକୁ କ୍ଷତି ପହଞ୍ଚାଯାଇଥିଲା। ଏବଂ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିଲା। ତାଙ୍କ ଘରର ମହିଳା ସଦସ୍ୟଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଥିଲା। ଲଗାତାର ବୁଲିଂ ତାଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ତାଙ୍କ ପରିବାରକୁ ଅତ୍ୟଧିକ କ୍ଷତି ପହଞ୍ଚାଇଥିଲା। ଶେଷରେ ୨୦୧୭ମସିହାରେ ଏହି ମାମଲା ଛାଡ଼ପତ୍ର ଯାଏଁ ପହଞ୍ଚି ଯାଇଥିଲା।’

‘୨୦୧୭ମସିହାରେ ସେ ପୋଲିସ୍ ନିକଟରେ ମାମଲା ରୁଜୁ କରିବାକୁ ଯାଇଥିଲେ କିନ୍ତୁ ପୋଲିସ୍ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ସେମାନେ non-cognizable ମାମଲା ରୁଜୁ କରିଥିଲେ। ଯେତେବେଳେ ଲଗାତାର ଧମକ ଆସିଥିଲା ସେତେବେଳେ ସେ ପୋଲିସକୁ ନମ୍ବର ଟ୍ରେସ୍ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ସେମାନେ ସୋହେଲ୍ ଖାନଙ୍କୁ ଟ୍ରେସ୍ କରି ପାରିନଥିଲେ। ତାଙ୍କ ମାମଲା ଆଜି ଯାଏଁ ଖୋଲା ରହିଛି ଏବଂ ତାଙ୍କ ନିକଟରେ ଏବେ ବି ସମସ୍ତ ପ୍ରମାଣ ରହିଛି।’

‘ତାଙ୍କ ଶତ୍ରୃ ଧୂର୍ତ୍ତ ଏବଂ ଚାଲାକ ଅଟନ୍ତି ଏବଂ ସବୁବେଳେ ତାଙ୍କୁ ପଛପଟୁ ଆକ୍ରମଣ କରନ୍ତି ଏବଂ ଲୁଚି ରହନ୍ତି। କିନ୍ତୁ ସବୁଠୁ ଭଲ କଥା ହେଉଛି ଯେ ସେ ଜାଣିଛନ୍ତି ଯେ ତାଙ୍କ ଶତ୍ରୃ କିଏ? ସେମାନେ ହେଲେ ସଲିମ୍ ଖାନ୍,ସଲମାନ୍ ଖାନ୍,ଅରବାଜ ଖାନ୍ ଏବଂ ସୋହେଲ୍ ଖାନ୍। ଆହୁରି ଅନେକ ଏଥିରେ ସାମିଲ ଅଛନ୍ତି କିନ୍ତୁ ସଲମାନ୍ ଖାନଙ୍କ ପରିବାର ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି। ସେମାନେ କାହାକୁ ଡରାଇବା ପାଇଁ ନିଜ ଟଙ୍କା,ରାଜନୈତିକ କ୍ଷମତା ଏବଂ ଅଣ୍ଡରଓ୍ବାଲର୍ଡ ସହ ସମ୍ପର୍କର ଉପଯୋଗ କରିଥାନ୍ତି। ଦୁର୍ଭାଗ୍ୟବଶତଃ ସତ୍ୟ ତାଙ୍କ ପଟେ ରହିଛି ଏବଂ ସୁଶାନ୍ତଙ୍କ ପରି ହାର୍ କେବେ ହାର ମାନିବେ ନାହିଁ। ସେ ନଇଁବା ପାଇଁ ମନା କରୁଛନ୍ତି ଏବଂ ସେବେ ଯାଏଁ ସେ ଲଢ଼ିବେ ଯେବେ​ ପର୍ଯ୍ୟନ୍ତ ସେ କାହାର ଅନ୍ତ ନ ଦେଖୁଛନ୍ତି। Enough tolerance. ଏହା ପୁର୍ନବାର ଲଢ଼ିବାର ସମୟ।’

ଅଭିନବ ଲେଖିଛନ୍ତି-‘ ଏଥିପାଇଁ ଏହା କୌଣସି ବିପଦ ନୁହେଁ ,ବରଂ ଏକ ଖୋଲା ଚ୍ୟାଲେଞ୍ଜ। ସୁଶାନ୍ତ ସିଂହ ରାଜପୁତ ଆଗକୁ ବଢ଼ିଯାଇଥିଲେ ଏବଂ କିନ୍ତୁ ସେ ଆଶା କରୁଛନ୍ତି ସେ ଯେଉଁଠାରେ ବି ଅଛନ୍ତି ଖୁସି ଅଛନ୍ତି,କିନ୍ତୁ ସେ ସୁନିଶ୍ଚିତ କରିବେ ଯେ କେହି ନିରୀହ ବ୍ୟକ୍ତି ବଲିଉଡରେ ଗରିମା ସତ୍ବେ କାମ ନ ମିଳିଲେ ଆତ୍ମହତ୍ୟା ନ କରନ୍ତୁ। ତାଙ୍କର ଆଶା ରହିଛି ଯେ ପୀଡ଼ିତ କଳାକାର ଏବଂ କ୍ରିଏଟିଭ ଆର୍ଟିଷ୍ଟ ତାଙ୍କ ପୋଷ୍ଟକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର କରିବେ ଯେପରି ମିଡିଆ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ସଂରକ୍ଷଣ ଦେଉଥିବା ଲୋକ କରିବେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.