Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସୁରେଶ ରୈନାଙ୍କ ପରେ ହରଭଜନ ସିଂହଙ୍କୁ ସାହାଯ୍ୟ କଲେ ସୋନୁ ସୁଦ, ଭଜି କହିଲେ- ଈଶ୍ଵର ତୁମକୁ ଆହୁରି ଶକ୍ତି ଦିଅନ୍ତୁ

13/05/2021 at 4:21 PM

ନୂଆଦିଲ୍ଲୀ ୧୩।୦୫: କରୋନାର ଦ୍ଵିତୀୟ ଲହରରେ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଶଯ୍ୟା, ଅକ୍ସିଜେନ୍ ସିଲିଣ୍ଡର ଓ ଔଷଧ କାରଣରୁ ଲୋକଙ୍କୁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। କେବଳ ଜନସାଧାରଣ ନୁହନ୍ତି ବଡ ବଡ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଅଭିନେତା ସୋନୁ ସୁଦ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। କଳାକାରଙ୍କଠୁ ନେଇ କ୍ରିକେଟରଙ୍କୁ ମଧ୍ୟ ସାହାଯ୍ୟ ଯୋଗାଇ ଦେଇଛନ୍ତି ସୋନୁ ସୁଦ।

ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସର ତାରକା ବ୍ୟାଟସମ୍ୟାନ ସୁରେଶ ରୈନାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇବା ପରେ ବଲିଉଡ ଅଭିନେତା ସୋନୁ ସୁଦ ଏବେ ହରଭଜନ ସିଂହଙ୍କୁ ସହାୟତାର ହାତ ବଢାଇଛନ୍ତି। କୋଭିଡ୍-୧୯ କାଳରେ ସୋନୁ ସୁଦ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ହଜାର ହଜାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ସେ ସମଗ୍ର ଦେଶରେ ପ୍ରିୟଭାଜନ ହୋଇ ପାରିଛନ୍ତି। ହରଭଜନ ସିଂହଙ୍କ ଏକ ଟ୍ଵିଟ୍ ପରେ ତାଙ୍କୁ ସାହାଯ୍ୟ କରିଥିବା ସୋନୁ ସୁଦ ଜଣାଇଛନ୍ତି।

ବୁଧବାର ଭାରତୀୟ କ୍ରିକେଟ୍‌  ଦଳର ବରିଷ୍ଠ ସ୍ପିନର ହରଭଜନ ସିଂହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଜଣାଇଥିଲେ ଯେ, ସେ କର୍ଣ୍ଣାଟକରେ ଭର୍ତ୍ତି କୋଭିଡ୍-୧୯ରେ ସଂକ୍ରମିତ ଜଣେ ରୋଗୀଙ୍କ ପାଇଁ ରେମଡେସିଭିର ଇଞ୍ଜେକ୍ସନ ପାଇବାକୁ ଚେଷ୍ଟା ଚଳାଇଛନ୍ତି। ଭଜିଙ୍କ ଟ୍ଵିଟ୍‌ର ଉତ୍ତର ଦେଇ ସୋନୁ ସୁଦ ଟ୍ଵିଟ୍ କରିଥିଲେ ଯେ, ଆପଣ ଆଶ୍ଵସ୍ତ ରୁହନ୍ତୁ, ଇଞ୍ଜେକ୍ସନ ଆପଣଙ୍କ ପାଖକୁ ଖୁବ୍ ଶୀଘ୍ର ପହଞ୍ଚିଯିବ।

କିଛି ଘଣ୍ଟା ପରେ ସୋନୁ ସୁଦଙ୍କ ଏହି ସାହାଯ୍ୟ ପାଇଁ ହରଭଜନ ସିଂହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ… ଈଶ୍ଵର ତୁମକୁ ଆହୁରି ଶକ୍ତି ଦିଅନ୍ତୁ।

ସୋନୁ ସୁଦ ଲଗାତାର ଲୋକଙ୍କ ପାଇଁ ଅକ୍ସିଜେନ୍ ବେଡ୍ ଓ ରେମଡେସିଭିର ଇଞ୍ଜେକ୍ସନ ଯୋଗାଇ ଦେଉଛନ୍ତି। ଲୋକେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସାହାଯ୍ୟ ମାଗୁଛନ୍ତି। ଅଭିନେତା ମଧ୍ୟ ତୁରନ୍ତ ସହାୟତାର ହାତ ବଢାଉଛନ୍ତି। ସୁଦ ନିଜ ସଂର୍ପକୀୟଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଖୋଜୁଥିବା ସୁରେଶ ରୈନାଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

   Related Posts