Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ନାବାଳିକାଙ୍କ ଆତ୍ମହତ୍ୟା ପରେ ଚେତିଲା ପୋଲିସ, ନିଜେ ଘଣ୍ଟ ଘଉଡାଉଥିଲା, ଏବେ ଅଭିଯୁକ୍ତକୁ କଲା ଗିରଫ

31/07/2020 at 7:14 PM

ଢେଙ୍କାନାଳ ୩୧।୦୭: ପୋଲିସଠୁ ନ୍ୟାୟ ନପାଇ ଶେଷରେ ନାବାଳିକା ଆତ୍ମହତ୍ୟା କରିବା ପରେ ଚେତିଲା ପୋଲିସ ପ୍ରଶାସନ। ଚାପର ବଶବର୍ତ୍ତୀ ହେବା ପରେ ଘଟଣାର ଅଭିଯୁକ୍ତ ସୁବାଷ ମୁଦୁଲିକୁ ଶୁକ୍ରବାର ପୋଲିସ ଗିରଫ କରିଛି। ଅଭିଯୁକ୍ତ ସୁବାଷର ଘର ଭାପୁର ଫାଣ୍ଡିର ଦିନବନ୍ଧୁପୁର ଗ୍ରାମରେ। ପୋଲିସ ଏକ ସ୍ଵତନ୍ତ୍ର ଦଳ ଦିନବନ୍ଧୁପୁର ଗ୍ରାମ ବିଲମାଳରୁ ସୁବାଷକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ସୁବାଷ ପୋଲିସ ନିଷ୍କ୍ରିୟତା କାରଣରୁ ନାବାଳିକା ଘରେ ପଶି ବାରମ୍ବାର ଅସଦାଚରଣ କରିବା ସହିତ ଧମକ ଦେଇ ଆସୁଥିଲା।

ସୂଚନାନୁସାରେ, ଜିଲ୍ଲାର ଦିନବନ୍ଧୁପୁରର ଜଣେ ଯୁବକ ଜୈନିକା ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲା।  ଅସଦାଚରଣର ଶିକାର ହୋଇଥିବା ଜଣେ ୧୭ବର୍ଷୀୟା ନାବାଳିକା ନ୍ୟାୟ ପାଇଁ  ପ୍ରଥମେ ଗାଁ ସଭା ଓ ପରେ ପୋଲିସ୍‌କୁ ଗୁହାରି କରିଥିଲେ। କିନ୍ତୁ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି ମାମଲା ରଫାଦଫା କରିଦେଇଥିଲା । ପୋଲିସର ଢ଼ିଲା ଆକ୍ସନର ସୁଯୋଗ ନେଇ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ପୁଣି ସଂପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା। ଫଳରେ  କୌଣସି ସ୍ଥାନରୁରୁ ନ୍ୟାୟ ନପାଇ ଶେଷରେ ନିରାଶ ହୋଇଯାଇଥିଲେ ନାବାଳିକା। ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

   Related Posts