ମାଲକାନଗିରିରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ପୋଲିସର ଆକ୍ସନ

Published By : Prameya-News7 Bureau | September 23, 2018 IST

ମାଲକାନଗିରି ୨୩|୯: ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାଲକାନଗିରିରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ୭ ଜଣ ହେଲେ ରାଜ କିରନ ଗୁପ୍ତା, ରାଜା ମଣ୍ଡଳ, ପି.ସାଗର, ଭୀମସେନ ସଗଡିଆ, ଏ.ରାଜୁ, ମାଣିକ ବାଛଡା ଓ ପ୍ରମୋଦ ଦୋରା । ଥାନାକୁ ଯାଇ ନ୍ୟାୟ ନ ମିଳିବାରୁ ହାତ କାଟି ହତ୍ୟା ଉଦ୍ୟମ କରିଛନ୍ତି ପୀଡିତା । ୪ ମାସ ତଳେ ୮/୯ ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ସ୍ବାମୀ ଘରେ ନଥିବାବେଳେ ପୁଅର ବେକରେ ଛୁରି ଲଗାଇ ଯୁବକମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରି ଅଭିଯୁକ୍ତମାନେ ତାଙ୍କୁ ବ୍ଲାକମେଲିଂ କରୁଥିଲେ । ବାରମ୍ବାର ଏପରି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ସ୍ବାମୀଙ୍କୁ ସବୁ କଥା ଜଣାଇଥିଲେ । ୩ ଦିନ ତଳେ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ କେବଳ ପଚରାଉଚରା କରି ଛାଡିଦେଇଥିଲା । ଏହା ସହ କେଶ ଉଠାଇ ନେବାକୁ ମହିଳାଙ୍କୁ ଅର୍ଥ ଯାଚିଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ଠାରୁ ନିରାଶ ହେବା ପରେ ମହିଳା ଜଣକ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଦିନ ତଳେ କେଶ ରଖିବାକୁ ମନା କରୁଥିବା ପୋଲିସ ଏବେ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିବେ ବୋଲି ମା' ଘର ସଦସ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.