ଭାରତର ଅର୍ଥନୀତିକୁ ନେଇ ଚିନ୍ତା : ଅଭିବୃଦ୍ଧି ରାସ୍ତାରେ ସଫଳତା ପରେ ଏବେ ବିପରୀତ ସ୍ଥିତି

Published By : Prameya-News7 Bureau | August 28, 2020 IST

ନ୍ୟୁୟର୍କ ୨୮।୮: ଭାରତର ଅର୍ଥନୀତି ତଳକୁ ମୁହାଁଇଛି। ଇକୋନମିକ ଇଣ୍ଟେଲିଜେନ୍ସୀ ୟୁନିଟ୍‌ମାନେ ଆଗାମୀ ବର୍ଷମାନଙ୍କରେ ଭାରତ ଲାଗି ଯାହା ପୂର୍ବାନୁମାନ କରୁଛନ୍ତି ଏଥିରୁ ଦେଶର ଆର୍ଥିକ ପରିସ୍ଥିତିକୁ ସହଜରେ ବୁଝି ହେଉଛି। ଏଜେନ୍ସୀମାନେ ଆଗାମୀ ବର୍ଷମାନଙ୍କରେ ଭାରତର ଅଭିବୃଦ୍ଧି ହାର -୫.୮ରୁ -୮.୫ ପ୍ରତିଶତ ପୂର୍ବନୁମାନ କରୁଛନ୍ତି। ଭାରତର ନିଜସ୍ୱ କ୍ରେଡିଟ୍ ରେଟିଂ ଏଜେନ୍ସୀ ‘ଆଇକ୍ରା’ ଏହି ପୂର୍ବାନୁମାନ ହାର -୯.୫ ପ୍ରତିଶତ ଆକଳନ କରୁଛନ୍ତି। ଏଥିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ହାର -୧୬.୫ ପ୍ରତିଶତ ପୂର୍ବାନୁମାନ କରିଥିଲେ।

ଭାରତର ଅଭିବୃଦ୍ଧି ହ୍ରାସ କିଛି ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱକୁ ସ୍ଥାଣୁ କରିଦେଇଛି। ଅଧିକାଂଶ ଦେଶଙ୍କ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ତେବେ ଭାରତ ଲାଗି ଯାହା ଚିନ୍ତାର ବିଷୟ ତାହା ହେଉଛି ବିଶ୍ୱ ଆର୍ଥିକ ସୂଚୀରେ ମାନ ହ୍ରାସ । କିଛି ବର୍ଷ ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଅଭିବୃଦ୍ଧିଶୀଳ ଥିଲା। ୬-୭  ବର୍ଷ ପୂର୍ବେ ଭାରତ ବିଶ୍ୱର ପ୍ରମୂଖ ପ୍ରଗତିଶୀଳ ଅର୍ଥନୀତି ତାଲିକାର ୩ କିମ୍ବା ୪ ନମ୍ବରରେ ଥିଲା । କିନ୍ତୁ ଏବେ ରକେଟ ଭଳି ଖସିଛି ।୨୦୨୦ ରେ ବଦଳିଯାଇଛି ଭାରତର ଅର୍ଥନୈତିକ ଅବସ୍ଥା । ବିଶ୍ବର ପ୍ରମୂଖ ୪୨ ଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ୩୫ତମ ସ୍ଥାନକୁ ଭାରତ ଖସିଥିବା ‘ଦି ଇକୋନମିଷ୍ଟ’ ସୂଚନାରୁ ଜଣାପଡେ।   

{"id":321681,"sizeSlug":"large"}

ଗୋଟିଏ ପଟେ ଅଭିବୃଦ୍ଧି ହାର ହ୍ରାସ ହେଉଥିବା ବେଳେ ଅନ୍ୟପଟେ କୋଭିଡ-୧୯ ପରିସ୍ଥିତିକୁ ଜଟିଳ କରିଛି। ତେବେ ଉପୁଜିଥିବା ପରିସ୍ଥିତି ଲାଗି କେବଳ କୋଭିଡ-୧୯କୁ ଏବେ ଦାୟୀ କରାଯାଇ ପାରିବ ନାହିଁ। କାରଣ ଅର୍ଥନୀତିରେ ସ୍ଥାଣୁତା ବାସ୍ତବରେ ୨୦୧୬ ମସିହାରୁ ଅନଭୂତ ହେଲାଣି। ଯାହା ପରବର୍ତ୍ତି ବର୍ଷମାନଙ୍କରେ ଗୋଟିଏ ପରେ ଗୋଟିଏ ପାହଚ ତଳକୁ ଖସି ଏବେ ଏପରି ପରିସ୍ଥିତିରେ ପହଞ୍ଚିଯାଇଛି। ଏଥିରୁ ନିଃସନ୍ଦେହରେ କୁହାଯାଇପାରେ ଭାରତର ଅର୍ଥବ୍ୟବସ୍ଥା ୨୦୨୦-୨୧ ବର୍ଷରେ ୧୯୭୯-୮୦ର ସ୍ଥିତିକୁ ପହଞ୍ଚିଯାଇଛି। ଯେତେବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ହାର -୫.୨ପ୍ରତିଶତ ଥିଲା।

ମହାମାରୀ ପୂର୍ବରୁ ଅର୍ଥନୀତିକୁ ନେଇ ସରକାର ଅନେକ ଦାବି କରୁଥିଲେ। ହେଲେ ବାସ୍ତବତାକୁ ମହାମାରୀ ପଦାରେ ପକାଇଦେଇଛି। ତେବେ ଯାହାବି ହେଉ ମୌଳିକ ଶକ୍ତି ଦୃଷ୍ଟିରୁ ଭାରତ ଏବେବି ୩ଟି କ୍ଷେତ୍ରରେ ବେଶ୍ ମଜଭୁତ । ଯାହା ଭାରତକୁ ପରବର୍ତ୍ତି ବିଶ୍ୱରେ ଆର୍ଥିକ ଅଭିବୃଦ୍ଧିର ନେତୃତ୍ୱ ନେବାକୁ ସକ୍ଷମ କରିପାରେ। ସୂଚନା ଓ ପ୍ରଯୁକ୍ତି, ଆଉଟସୋର୍ସିଂ, ଫାର୍ମାସ୍ୟୁଟିକାଲ, ଉତ୍ତଶିକ୍ଷା ଓ ଅନୁସନ୍ଧାନରେ ଭାରତ ବିଶ୍ୱର ନେତୃତ୍ୱ ନେଇପାରେ ଭାରତ। ତେବେ ମହାମାରୀରୁ ବିଶ୍ୱ ନିଶ୍ଚିତ ଭାବେ ଏକ ଶିକ୍ଷାଲାଭ କରିବ। ଏଥିରୁ ମହାମାରୀ ପରବର୍ତ୍ତି ବିଶ୍ୱରେ ଲୋକେ ଆଉ ଆଗ ଭଳି ଘର, ବିଳାଶମୟ ୟାଚ୍‌, କାର ଭଳି ଭୋଗବାଦୀ ଖର୍ଚ୍ଚରୁ ନିବୃତ୍ତ ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, କଳା ଓ ସଙ୍ଗୀତ ଆଦିରେ ନିବେଶ କରିବେ। ଯାହା ପରବର୍ତ୍ତି ସମୟରେ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ବିସ୍ତାର ଦେବ। ଏହି ସବୁ କ୍ଷେତ୍ର ଲାଗି ଭାରତ ବେଶ୍ ପ୍ରସ୍ତୁତ ଅଛି ଓ ଖାସ୍ ଏଥିଲାଗି ଭାରତକୁ ନେଇ ଆଶା କରାଯାଇ ପାରେ ବୋଲି ଅର୍ଥନୀତିଜ୍ଞ ଆଶାବ୍ୟକ୍ତ କରିଛନ୍ତି।

{"id":321685,"width":582,"height":388,"sizeSlug":"large"}

ତେବେ ତ୍ରୁଟିପୂର୍ଣ୍ଣ ମୁକାବିଲା ନୀତି ଲାଗି ଭାରତକୁ କୋଭିଡ-୧୯ର ଚରମ ବିପର୍ଯ୍ୟୟ ଭୋଗିବାକୁ ପଡିଲା ବୋଲି ପ୍ରାୟ ସମସ୍ତେ ସହମତ ଓ ଏ ନେଇ ଅତୀତରେ ଅନେକ ଆଲୋଚନା ମଧ୍ୟ ହୋଇଛି। ତେବେ ଏଥିଯୋଗୁ ଭାରତ ବିଶ୍ୱାସ ହରାଇଥିବା ବେଳେ ନିଜ ଆଡୁ ନିଜେ ଆର୍ଥିକ ମାନ୍ଦାବସ୍ଥାକୁ ବରି ନେଇଛି। କୋଭିଡ-୧୯ ସଂକ୍ରମିତ ଦେଶଙ୍କ ସୂଚୀରେ ଭାରତ ଏବେ ବ୍ରାଜିଲ ପଛକୁ ତୃତୀୟ ଦେଶ ରହିଛି। ଆଉ କିଛିଦିନ ପରେ ସଂକ୍ରମଣ ହାରରେ ବ୍ରାଜିଲକୁ ପଛରେ ପକାଇ ଆମେରିକା ପଛକୁ ଭାରତ ଦ୍ୱିତୀୟ ରାଷ୍ଟ୍ର ହୋଇପାରେ। ଯେହେତୁ ଏକ ଜନବହୁଳ ଦେଶ ଏଣୁ ଭାରତରେ ସଂକ୍ରମଣ ଓ ମୃତ୍ୟୁ ହାରକୁ ନେଇ ଆଶ୍ୟର୍ଯ୍ୟ ହେବାର କିଛି ନାହିଁ। ତେବେ କୋଭିଡ ମୁକାବିଲାରେ ପ୍ରଥମରୁ ଭାରତ ଯେପରି ଆକ୍ରମକତା ପ୍ରଦର୍ଶନ କରିଥିଲା ପରବର୍ତ୍ତି ପର୍ଯ୍ୟାୟରେ ନୀତିରେ କାୟମ ରହି ପାରିନଥିଲା। ଏଣୁ ବିଶ୍ୱର ଅନ୍ୟ ଦେଶଙ୍କ ଭଳି ଭାରତ ମଧ୍ୟ ମହାମାରୀରେ ଏବେ ତ୍ରସ୍ତ। 

ମହାମାରୀ ବିରୋଧରେ ସରକାରଙ୍କ ପ୍ରତ୍ୟେକ ପୂର୍ବାନୁମାନ ଓ ପଦକ୍ଷେପ ଭୁଲ ସାବ୍ୟସ୍ତ ହୋଇଛି।  ଭୂତାଣୁ ପ୍ରସାର ପରେ ଚୀନ୍‌ରୁ ବିମୁଖ କମ୍ପାନୀମାନେ ଭାରତ ମୁହାଁ ହେବେ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଧ୍ୟ ହେଲା ନାହିଁ।  ଅନ୍ୟପକ୍ଷରେ ଲକଡାଉନ ଯୋଗୁ ସ୍ଥାଣୁ ଅର୍ଥନୀତିରେ ଲୋକେ ରୋଜଗାର ହରାଇଲେ। ବର୍ତ୍ତମାନ ଆମେ ଯାହା ବି ଦେଖୁଛେ ତାହା ହେଉଛି ଲକଡାଉନର ଫଳାଫଳ। ଦେଶରେ ଭୂତାଣୁ ବିସ୍ଫୋରଣ ହୋଇଥିବା ବେଳେ ସଂସ୍ଥାମାନେ ନିବେଶକଙ୍କ ବିଶ୍ୱାସ ହରାଇଛନ୍ତି। ଫଳରେ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଅଭିବୃଦ୍ଧି ହ୍ରାସ ହୋଇଛି।

ହୋଇଥିବା କ୍ଷୟକ୍ଷତିକୁ ଏବେ ଓଲଟାଇ ଦିଆଯାଇପାରିବ ନାହିଁ। ତେବେ ଏଠାରେ ମହାମାରୀ ଓ ଆର୍ଥିକ ପରିଚାଳନା ଲାଗି ପ୍ରଫେସନାଲଙ୍କ ଉପଯୋଗ କରିପାରିବା। ଯାହା ଦ୍ୱାରା ପାରଦର୍ଶି ବ୍ୟବସ୍ଥା ପ୍ରତି ନିବେଶକ ପୁଣି ଥରେ ଆକର୍ଷିତ ହୋଇପାରିବେ। ବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତ ସ୍ୱାଧୀନ ହୋଇଥିଲା। ୭୩ ବର୍ଷପୂର୍ବେ ଭାରତ ଏପରି ଏକ ସମାଜର ପରିକଳ୍ପନା କରିଥିଲା ଯେଉଁଠି ନାଗରିକଙ୍କୁ ଗଣତନ୍ତ୍ର ସହ ଧର୍ମନିରପେକ୍ଷ ଓ ଅଭିବ୍ୟକ୍ତିର ସ୍ୱାଚ୍ଛନ୍ଦ୍ୟ ପ୍ରଦାନ ନିମନ୍ତେ ଉଦ୍ୟମ କରିଥିଲା। ବିଶ୍ୱର କୌଣସି ଦେଶ ସହ ଭାରତର ସମାନତା ନଥିଲା ହେଲେ ବିଜ୍ଞାନ ଓ ଚିନ୍ତାଧାରା ବିକାଶର ଏହା ଚାବିକାଠି ଥିଲା।

ଏହି ରାଜନୈତିକ ପୁଞ୍ଜିର ଉପଯୋଗ କରି ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତ ରାଷ୍ଟ୍ର ହୋଇପାରିଥିଲା। ଏହାର ଉଦାହରଣ ୧୯୯୪, ୨୦୦୩ ଓ ୨୦୦୫ରେ ଦେଖାଯାଇଛି। ଏବେ ଭାରତ ଆଉ ଥରେ ପଛକୁ ଯାଇ ପାରିବନି କି ସେପରି ଚିନ୍ତା ବି କରିପାରିବନି। ହେଲେ ଏହିଠାରୁ ଦେଶକୁ ନୂଆ ଆରମ୍ଭ କରିବାକୁ ପଡିବ ବୋଲି କୁହାଯାଇପାରେ।

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଇକନୋମିକ୍ସ ପ୍ରଫେରସର ତଥା ପୂର୍ବତନ  ମୁଖ୍ୟ ଅର୍ଥନୀତିଜ୍ଞ ବିଶ୍ୱବ୍ୟାଙ୍କ କୌଶିକ ବସୁଙ୍କ ଆଲେଖ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.