Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଗୁଜରାଟର ଷ୍ଟାଚ୍ୟୁ ଅଫ ୟୂନିଟି ପରେ ସ୍ଥାପନ ହେବାକୁ ଯାଉଛି ଆଉ ଏକ ବିଶାଳ ମୂର୍ତ୍ତି ; ଜାଣନ୍ତୁ କାହାର

23/11/2018 at 1:57 PM

ଅହମଦାବାଦ ୨୩/୧୧ : ଗୁଜରାଟର ନର୍ମଦା କୁଳରେ ସର୍ଦ୍ଦାର ପଟେଲଙ୍କ ବିଶ୍ୱଏଅ ସର୍ବ ବୃହତ ମୂର୍ତ୍ତି ସ୍ଥାପନ ହେବାପରେ ଏବେ ପୁଣି ଭଗବାନଙ୍କ ବିଶାଳ ମୂର୍ତ୍ତି ସ୍ଥାପନ ହେବ | ସଂଘକାୟ ଫାଉଣ୍ଡେସନ ଏହି ମୂର୍ତ୍ତି ସ୍ଥାପନ କରିବାକୁ ଚାହୁଁଚି | ସେଥିପାଇଁ ଫାଉଣ୍ଡେସନ ଏବେ ରାଜ୍ୟ ସରକାରଙ୍କୁ ଜମି ମାଗିଛି | ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ଏହି ମୂର୍ତ୍ତି ଗାନ୍ଧୀ ନଗର ଠାରେ ସ୍ଥାପନ ହେବ | ମୂର୍ତ୍ତିର ଉଚ୍ଚତା ୮୦ ଫୁଟ ରଖାଯିବ | ଫାଉଣ୍ଡେସନର ଅଧ୍ୟକ୍ଷ ଭନ୍ତେ ପ୍ରଶୀଲ ରତ୍ନ କହିଛନ୍ତି ଯେ, ଷ୍ଟାଚ୍ୟୁ ଅଫ ୟୂନିଟି ନିର୍ମାଣ କରିଥିବା ରାମ ସୁଥାରଙ୍କ ସହ ଏ ବାବଦରେ ସେ କଥା ହୋଇଥିବା ମଧ୍ୟ କହିଛନ୍ତି |

ସେ ଆହୁରି କହିଛନ୍ତି ଯେ, ଗାନ୍ଧୀ ନଗରରେ ଫାଉଣ୍ଡେସନ ପକ୍ଷରୁ ଏକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି | ଏଠି ନିମନ୍ତେ ଗୁଜରାଟ ସରକାର ଜମି ଯୋଗାଇ ସାରିଲେଣି | ବିହାର ଏବଂ ଉତ୍ତର ପ୍ରଦେଶରେ କେବଳ ବୌଦ୍ଧ ଧର୍ମ ପ୍ରସାର ଲାଭ କରିଥିଲା ଏବଂ ବୌଦ୍ଧ କୀର୍ତ୍ତିରାଜି ରହିଛି ବୋଲି ଭାବିବା ଭୁଲ | ପଶ୍ଚିମ ଭାରତରେ ମଧ୍ୟ ବୌଦ୍ଧ ଧର୍ମର ପ୍ରାବଲ୍ୟ ରହିଥିଲା | ବିହାରର ନାଳନ୍ଦା ଓ ତକ୍ଷଶିଳା ଭଳି ଗୁଜରାଟରେ ମଧ୍ୟ ପଲ୍ଲବୀ ନାମରେ ଏକ ବିଶ୍ୱବିଦ୍ୟାଳୟ ରହିଥିଲା | ଚୀନ ପରିବ୍ରାଜକଙ୍କ ଲେଖାରୁ ଏହି ସୂଚନା ମିଳିଛି | ନାଳନ୍ଦା ଓ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପୁନରୁଦ୍ଧାର ଭଳି ଗୁଜରାଟର ପଲ୍ଲବୀ ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି |

   Related Posts