କରୋନା: ଶ୍ରୀଲଙ୍କା ପରେ ଏବେ ଟଳିଲା ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତ

Published By : Prameya-News7 Bureau | June 12, 2020 IST

ମୁମ୍ବାଇ ୧୨।୬:  ଶ୍ରୀଲଙ୍କା ପରେ ଟିମ୍ ଇଣ୍ଡିଆର ଜିମ୍ବାୱେ ଟୁର ମଧ୍ୟ ଟଳିଛି। ବିସିସିଆଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ବେଳେ ସୀମିତ ଓଭର ଟୁରରେ ଭାରତୀୟ ଟିମ୍‌ ଜିମ୍ବାୱେ ଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

wp:html /wp:html

ଏ ନେଇ ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କୋଭିଡ-୧୯ ବିପଦକୁ ଦୃଷ୍ଟିରେ ରଖି ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଓ ଜିମ୍ବାୱେ ଟୁର ଟାଳିଥିବାର ସୂଚନା ଦେଇଛନ୍ତି।   ଜୁନ ୨୪ରୁ ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଟୁର ନିର୍ଦ୍ଧାରିତ ଥିଲା। ଏହି ଗସ୍ତକାଳରେ ୩ଟି ଏକଦିବସୀୟ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବାକୁ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତି ସରିଥିଲା। ସେହିପରି ୨୨ ଅଗଷ୍ଟରୁ ଜିମ୍ବାୱେ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ବେଳେ ସେଠାରେ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳାଯିବାର ଥିଲା। ତେବେ ଏହି ଦୁଇଟି ସିରିଜ୍ ବାତିଲ ହୋଇଛି ଅଥବା ପରବର୍ତ୍ତି କାଳରେ ପୁଣି ଖେଳାଯିବ ସେ ନେଇ ବିସିସିଆଇ ସ୍ପଷ୍ଟ କରିନାହାନ୍ତି।

{"id":285113,"width":581,"height":384,"sizeSlug":"large"}

ତେବେ ଖେଳାଳିଙ୍କ ଲାଗି ଅଭ୍ୟାସ ଶିବିର ଆୟୋଜନ ସମ୍ପର୍କରେ ବିସିସିଆଇ ବିଜ୍ଞପ୍ତିରେ ସୂଚିତ କରିଥିବା ବେଳେ ମେ ୧୭ ତାରିଖର ଘୋଷଣା କାୟମ ରଖିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତ ହେବା ପରେ ଖେଳାଳିଙ୍କ ଅଭ୍ୟାସ ଶିବିର ଆୟୋଜନ କରାଯିବ ବୋଲି କହିଛନ୍ତି। ସୂଚନା ଯୋଗ୍ୟଯେ ଶ୍ରୀଲଙ୍କା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ , ଆଫଗାନିସ୍ତାନ ଓ ୟୁଏଇ ଆଦି ଦେଶମାନଙ୍କର ଟିମ୍ ପ୍ରାକ୍ଟିସ ଲାଗି ପୁଣି ପଡିଆକୁ ଫେରିଲେଣି। ତେବେ ଭାରତରେ କରୋନା ପରିସ୍ଥିତି ବେଳକୁ ବେଳ  ଗୁରୁତର ହେଉଥିବାରୁ ଏ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.