ପୁଅର ମୃତ୍ୟୁ ହେବା ପରେ ପୁଅର ପ୍ରେମିକାଙ୍କ ପାର୍ଟନର ହୋଇଗଲେ ବାପା

Published By : Prameya-News7 Bureau | August 16, 2019 IST

ଅନେକ ସମୟ ପରେ କାୟଲୀ ନାମକ ଜଣେ ଯୁବତୀ ପ୍ରମ ପାର୍ଟିକୁ ଯିବାର ପ୍ରସ୍ତୁତି କରୁଥିଲେ। ପ୍ରମ ପାର୍ଟିକୁ କାୟଲୀ ନିଜ ପ୍ରେମିକ କାର୍ଟର ବ୍ରାଉନଙ୍କ ସହ ଯାଇଥାନ୍ତେ। ଏନେଇ କାୟଲୀ ବେଶ ଖୁସି ଥିଲେ। ହେଲେ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା। ପ୍ରମ ପାର୍ଟିକୁ ଯିବା ପୂର୍ବରୁ ଏକ ଦୁର୍ଘଟଣାରେ   କାୟଲୀଙ୍କ ପ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ ହେବା ପରେ ୧୮ ବର୍ଷ ବୟସ୍କା କାୟଲୀ ମାନସିକ ସନ୍ତୁଳନ ହରାଇଥିଲେ। କିନ୍ତୁ ଏହା ପରେ ଏମିତି କିଛି ହୋଇଥିଲା ଯାହା ଶୁଣିଲା ପରେ ସମସ୍ତଙ୍କ ହୃଦୟ ତରଳିଯିବ।

ନିଜ ପ୍ରମିକଙ୍କୁ ହରାଇବା ପରେ କାୟଲୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ। ସେ ନିଷ୍ପତ୍ତି ନେଇଥିଲେ ଯେ, ଜୀବନସାରା ଏହି ଇଭେଣ୍ଟକୁ କେବେ ଯିବେ ନାହିଁ। ଏହି ବିଷୟରେ କାର୍ଟରଙ୍କ ବାପା ରବର୍ଟ ବ୍ରାଉନ୍‌ଙ୍କୁ ଜଣା ପଡିଲା ପରେ ସେ ବହୁତ ଭାବୁକ ହୋଇଯାଇଥିଲେ। ତେବେ କାୟଲୀଙ୍କୁ ଠିକ୍‌ କରିବା ପାଇଁ ୫୦ ବର୍ଷ ବୟସ୍କ ରବର୍ଟ କାୟଲୀଙ୍କ ପାର୍ଟନର ହୋଇ ତାଙ୍କ ସ୍କୁଲର ପ୍ରମ ପାର୍ଟିକୁ ଯାଇଥିଲେ। ସ୍କୁଲର ଅଧକ୍ଷଙ୍କଠୁ ଅନୁମତି ନେଇ ପ୍ରମ ପାର୍ଟି ଇଭେଣ୍ଟ କରାଇଥିଲେ। କେବଳ ସେତିକି ନୁହେଁ ଇଭେଣ୍ଟରେ ସାମିଲ ହୋଇ ରବର୍ଟ କାୟଲୀଙ୍କ ଡାନ୍ସ ପାର୍ଟନର ହୋଇ ତାଙ୍କ ସହ ନାଚିଥିଲେ।  

ଇଭେଣ୍ଟରେ ସେ କାୟଲୀଙ୍କୁ ଖୁସି କରାଇବାକୁ ଚାହୁଁଥିଲେ। ସେଥିପାଇଁ କାୟଲୀଙ୍କ ସହ ଅନେକ ଫନି ଫଟୋ ମଧ୍ୟ ଉଠାଇଥିଲେ। ଆଜିକାଲି କାର୍ଟରଙ୍କର ଏହି କାହାଣୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକା ଭଳି ଦେଶରେ ପ୍ରମ ପାର୍ଟିର କଲଚର ଖୁବ ଅଧିକ ଅଛି। ଏହି ଇଭେଣ୍ଟରେ ହାଇସ୍କୁଲର ପିଲାମାନେ ନିଜ ପାର୍ଟନର ସହ ଭାଗ ନିଅନ୍ତି, ଡାନ୍ସ କରନ୍ତି ଓ ଖୁବ ମଜା ମନ୍ତି ମଧ୍ୟ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.