ଏବେ ଘରବାହୁଡ଼ା ଚାହୁଁଛନ୍ତି TMC ନେତା, ସୋନାଲୀଙ୍କ ପରେ ମମତାଙ୍କୁ କ୍ଷମାଯାଚନା କଲେ ଶରଳା ମୁର୍ମୁ

Published By : Prameya-News7 Bureau | May 23, 2021 IST

ମାଲଦା ୨୩।୫: ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ୍ (ଟିଏମସି)ର ଧମକାଦାର ବିଜୟ ଏବେ ଦଳ ଛାଡିଥିବା ନେତାଙ୍କୁ ପଶ୍ଚାତାପ ଲାଗି ବାଧ୍ୟ କରୁଛି। ବିଜେପିରେ ଯୋଗ ଦେବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଅନୁଭବ କରିବା ପରେ ସେମାନେ ପୁଣି ଦଳକୁ ଫେରିବାକୁ ଆଗ୍ରହୀ। ଏଥିଲାଗି ଶନିବାର ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସୋନାଲୀ ଗୁହା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଖୋଲା ଚିଠି ଲେଖିଥିବା ବେଳେ ରବିବାର  ପୂର୍ବତନ ମାଲଦା ବିଧାୟିକା ଶରଳା ମୁର୍ମୁ ସାମ୍ବାଦିକ ସମ୍ମିଳନୀ କରି ଟିଏମସିକୁ ଫେରିଯିବା ଲାଗି ଆଗ୍ରହୀ ବୋଲି କହିଛନ୍ତି।

ଗତ ନିର୍ବାଚନରେ ଶରଳାଙ୍କୁ ପାର୍ଟି ଯେଉଁଠାରୁ ପ୍ରାର୍ଥୀ  କରିଥିଲା ସେଠାରୁ ସେ ଛିଡା ହେବାକୁ ଚାହୁଁ ନଥିଲେ। ଏଣୁ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ବିଜେପି ମୁହାଁ ହୋଇଥିଲେ। ତେବେ ତାଙ୍କର ଏପରି ନିଷ୍ପତ୍ତି ଭୁଲ ଥିଲା ବୋଲିସେ ଏବେ ଅନୁଭବ କରୁଥିବା ସାମ୍ବାଦିକଙ୍କୁ କହିଥିବା ବେଳେଏଥିଲାଗି ତାଙ୍କୁ ଦିଦି କ୍ଷମା କରିଦିଅନ୍ତୁ ବୋଲି ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ ଯଦି ଦିଦି ମୋତେ କ୍ଷମା କରନ୍ତି ତେବେ ତାଙ୍କ ସହିତ ରହିବି ଓ ପାର୍ଟି ଲାଗି ଖୁବ୍ ମେହନତ କରିବି। ଗତ ବିଧାନସଭା ନିର୍ବାଚନରେ ଶରଳା ମୁର୍ମୁଙ୍କୁ ହବିବପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିଲା। ତେବେ ସେ ତାଙ୍କ ପାରମ୍ପରିକ ଆସନ ମାଲଦାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁଥିଲେ। ହେଲେ ପାର୍ଟିର ସେତେବେଳ ପରିସ୍ଥିତିରେ ଶରଳା ବିଶ୍ୱାସ ହରାଇଥିଲେ ଓ ବିଜେପିରେ ଯୋଗ ଦେବା ଶ୍ରେୟଷ୍କର ଭାବିଥିଲେ। ହେଲେ ନିର୍ବାଚନ ଫଳାଫଳ ଏବେ ଏପରି ନେତାଙ୍କୁ ନିଷ୍ପତ୍ତିଲାଗି ପଶ୍ଚତାପ ଲାଗି ବାଧ୍ୟ କରିଛି।

ତେବେ ଶନିବାର ସୋନାଲୀଙ୍କ ଖୋଲାଚିଠିର ଜବାବ ମମତା ଏଯାଏଁ ଦେଇ ନଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଶରଳାଙ୍କ କ୍ଷମାଭିକ୍ଷାର ଜବାବକୁ ଏବେ ଅନ୍ୟ ନେତାମାନେ ଅପେକ୍ଷା କରିଛନ୍ତି। ଯଦି ଏ ଦିଗରେ ଦଳ କୌଣସି ସକରାତ୍ମକ ନିଷ୍ପତ୍ତି ନିଏ ତେବେ ଗତ ବିଧାନସଭା ନିର୍ବାଚନ ଫଳାଫଳ ଅନ୍ୟପ୍ରକାର ହୋଇପାରେ ବୋଲି ବେଙ୍ଗଲ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.