ଶୋଏବ ମଲ୍ଲିକଙ୍କ ପରେ ଏବେ ଏହି ପାକିସ୍ତାନୀ କ୍ରିକେଟର ହେବେ ଭାରତର ଜ୍ବାଇଁ, ଜାଣନ୍ତୁ କାହାକୁ କରିବେ ବିବାହ

Published By : Prameya-News7 Bureau | July 31, 2019 IST

ପାକିସ୍ତାନର ବ୍ୟାଟ୍ସ ମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କୁ ଦିଲ ଦେଇଛନ୍ତି। ଉଭୟଙ୍କ ପରିବାର ପରସ୍ପରଙ୍କୁ ଭେଟି ସାରିଛନ୍ତି। ଖୁବ ଶୀଘ୍ର ହସନ ଅଲ୍ଲୀ ବିବାହର ଏଲାନ କରିପାରନ୍ତି।ହସନ ତାଙ୍କର ଏହି ପ୍ରକ୍ରିୟା ଭାବିଚିନ୍ତି ମିଡିଆ ସାମ୍ନାରେ ରଖିଛନ୍ତି। କିନ୍ତୁ ଗତ କାଲି ହସନ ସ୍ପଷ୍ଟ କରି କହିଛନ୍ତି ଯେ, ତାଙ୍କ ସହ ଭାରତର ଝିଅ ସାମିୟା ଆରଜୁଙ୍କର ବିବାହ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ଏମିତି ହେଲେ ଆନୁଷ୍ଠାନିକ ଘୋଷଣା କରିବେ ବୋଲି କହିଛନ୍ତି ହସନ। ଅଲ୍ଲୀ ଟୁଇଟ୍‌ କରିଛନ୍ତି ଯେ, ତାଙ୍କ ବିବାହ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ। ଏବେ କେବଳ ୨ଟି ପରିବାର ମଧ୍ୟରେ ଦେଖା ସାକ୍ଷାତ ହୋଇ କଥା ବାର୍ତ୍ତା କରୁଛନ୍ତି। ଏମିତି ଖୁସି ଖବର ହେଲେ ସେ ନିଜେ ଆଗ ଘୋଷଣା କରିବେ।

{"id":139305,"width":586,"height":414}

ସୂଚନାଯୋଗ୍ୟ ଯେ, ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ ହସନ ଅଲ୍ଲୀ ହରିଆଣାର ଜଣେ ଝିଅଙ୍କୁ ପସନ୍ଦ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ୨ଟି ପରିବାର ଜୋରସୋରରେ ଆଲୋଚନା କରୁଛନ୍ତି। ଝିଅଙ୍କ ଘର ଲୋକେ ଯଦି ଏହି ପ୍ରସ୍ତାବରେ ରାଜି ହେବେ ତାହେଲେ ଉଭୟଙ୍କ ବିବାହ ଖୁବ ଶୀଘ୍ର ହେବ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ ସବୁକିଛି ଠିକ୍‌ ହେଲେ ଚଳିତ ବର୍ଷ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ହସନ ଓ ସାମିୟାଙ୍କ ବିବାହ କରାଯିବ।

ସାମିୟା ଭାରତୀୟ ଏୟାରଲାଇନ୍‌ରେ ଜଣେ ଫ୍ଲାଇଟ୍‌ ଇଂଜିନିୟର ଅଛନ୍ତି।  ସାମିୟା ଓ ହସନ ଦୁବାଇରେ ପରସ୍ପରଙ୍କୁ ଜଣେ ସାଙ୍ଗଙ୍କ ମାଧ୍ୟମରେ ଦେଖା ହୋଇଥିଲେ।  ସାମିୟା ଇଂଲଣ୍ଡରୁ ଇଂଜିନିୟରିଂର ପାଠ ପଢା ସାରିଛନ୍ତି। ଦୁବାଇରେ  ନିଜ ପରିବାର ସହ ରୁହନ୍ତି ସାମିୟା।  ଉଭୟଙ୍କ ପୂର୍ବରୁ ଶୋଏବ ମଲୀକ ଓ ଭାରତୀୟ ଟେନିସ ଖେଳାଳୀ ସାନୀୟା ମିର୍ଜାଙ୍କ ବିବାହ ହୋଇଥିଲା। ଏବେ ଆଉ ଏକ ଯୋଡିଙ୍କ ବିବାହ ଅପେକ୍ଷାରେ ଦର୍ଶକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.