ମାଲକାନଗିରି ୧୬|୫: ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସାପ କାମୁଡିବା ପରେ ସାପକୁ ଧରି ହସ୍ପିଟାଲରେ ପହଂଚିଲେ ଯୁବକ ।
{"id":112312}ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମଭି ୬୯ ଗ୍ରାମର ପାର୍ଥ ସରକାର ନାମକ ଜଣେ ଯୁବକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କୁ ଏକ ସାପ ଦୁଇଟି ସ୍ଥାନରେ ଚୋଟ ମାରିଥିଲା । ଏହାପରେ ପାର୍ଥ ସାପଟି ହାତରେ ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ।
{"id":112313}ସାପ ସହ ରୋଗୀଙ୍କୁ ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ଚକିତ ହୋଇ ପଡିଥିଲେ । ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ହୋଇଥିବା ଜଣାପଡିଛି ।