କାମୁଡି ଦେଲା ବୋଲି ନାତି ସହ ସାପକୁ ମେଡିକାଲ ନେଇ ଆସିଲେ ଅଜା, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 07, 2021 IST

ଭଦ୍ରକ, ୦୭/୦୯: ମାମୁଁ ଘରକୁ ଯାଇଥିବା ବେଳେ ଜଣେ ୫ ବର୍ଷର ଶିଶୁକୁ ତମ୍ପ ସାପ କାମୁଡ଼ିଦେଇଥିବା ଜଣାପଡ଼ିଛି । ଶିଶୁଟିର ଅଜା, ନାତି ମାଟି ଖୋଳୁଥିବା ବେଳେ ସାପଟି କାମୁଡ଼ି ଦେବା ଦେଖି ତାକୁ ସଙ୍ଗେସଙ୍ଗେ ମେଡିକାଲ ନେଇଥିଲେ । ଏହା ସହିତ ତମ୍ପ ସାପକୁ ଧରି ବୋତଲରେ ପୁରାଇ ମେଡିକାଲକୁ ନେଇ ଆସିଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଶୋଷ କାନପୁର ଗ୍ରମରେ ।

ଭଦ୍ରକ ଜିଲ୍ଲା ବରାଳ ପୋଖରୀ ଗାଁ ର ଭରତ ଧଡାଙ୍କ ୫ ବର୍ଷୀୟ ପୁଅ ବିଶ୍ୱଜିତ ଧଡା କାନପୁର ସ୍ଥିତ ମାମୁଁ ଘରକୁ ଯାଇଥିଲେ । ଖେଳିବା ବେଳେ ବିଶ୍ୱଜିତ୍‌ଙ୍କୁ ଘର ଭିତରେ ତମ୍ପ ସାପ କାମୁଡ଼ି ଦେଇଥିଲା । ତାଙ୍କ ଅଜା ଦେଖିବା ପରେ ସାପକୁ ଧରି ବୋତଲରେ ପୁରାଇ ଦେଇଥିଲେ । ନାତିକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସାଙ୍ଗରେ ସାପଟିକୁ ମଧ୍ୟ ନେଇ ଆସିଥିଲେ । ଚିକିତ୍ସାରେ ସୁବିଧା ପାଇଁ ଡାକ୍ତରଙ୍କୁ ସାପଟିକୁ ଦେଖାଇଥିଲେ । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.