Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଶେୟାର ବଜାରକୁ ବଡ ଝଟକା: ଚିନ୍ତାରେ ପଡିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

5/08/2019 at 3:26 PM

ନୂଆଦିଲ୍ଲୀ୫|୮: କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନର ଶେୟାର ବଜାରକୁ ଶକ୍ତ ଝଟକା ଲାଗିଛି। ପାକିସ୍ତାନ ଶେୟାର ବଜାରର ମୁଖ୍ୟ ବେଞ୍ଚ ଇଣ୍ଡେକ୍ସ କେଏସଇ -୧୦୦ରୁ ୬୦୦କୁ ଖସି ୩୧,୧୦୦ ହଜାରରେ ପହଞ୍ଚିଛି।

ସୂଚନାମୁତାବକ, ଗତ ଦୁଇ ବର୍ଷହେଲା ପାକିସ୍ତାନର ଶେୟାର ବଜାର ବହୁତ ମାନ୍ଦାରେ ଚାଲିଛି।ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଉପରକୁ ସର୍ଜିକାଲ ଏୟାରଷ୍ଟ୍ରାଇକ କରିଥିଲେ। ଏଥିସହ ପାକିସ୍ତାନର ଅର୍ଥନୀତି ଉପରେ ଭାରତ ମଧ୍ୟ ଚାପ ପକାଇଥିଲା। ପୁଲଓ୍ବାମା ଆକ୍ରମଣଠାରୁ ପାକିସ୍ତାନର ଶେୟାର ବଜାର ବହୁତ ମନ୍ଥର ଗତିରେ ଚାଲିଛି ।ପୁଲଓ୍ବାମା ଆକ୍ରମଣ ସମୟରେ ମାତ୍ର ତିନି ଦିନରେ  ପାକିସ୍ତାନର ଶେୟାର ବଜାର ୨୦୦୦ ହଜାର ପଏଣ୍ଟ ହ୍ରାସ ପାଇଥିଲା।

ବର୍ତ୍ତମାନ ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ। ପାକିସ୍ତାନର ଆର୍ଥିକ ମାନଦଣ୍ଡ ସୁଦୃଢ଼ ନାହିଁ।ଏହି ପରିସ୍ଥିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚିନ୍ତାରେ ପଡିଯାଇଛନ୍ତି।

ପାକିସ୍ତାନର ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ ଅନୁସାରେ , ଦିନକୁ ଦିନ ପାକିସ୍ତାନର ଶେୟାର ବଜାର ପରିସ୍ଥିତି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି। ଏହି ବର୍ଷ ଜୁଲାଇ ମାସରେ ମହଙ୍ଗା ହାର ସର୍ବାଧିକ ୧୦.୩୪ ପ୍ରତିଶତରେ ପହଞ୍ଚିଛି । ଏହା ଜୁନରେ ୮.୯ ପ୍ରତିଶତ ରହିଥିଲା। ପାକିସ୍ତାନାର ଷ୍ଟାଟିଷ୍ଟିକ ଅନୁସାରେ ୨୦୧୮ ଜୁଲାଇ ମାସରେ ଏହା ୫.୮୪ ପ୍ରତିଶତ ଥିଲା।

   Related Posts