Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାନିୟା ମିର୍ଜାଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଜରିନ୍‌ ଖାନ ଏହି ପାକିସ୍ତାନ କ୍ରିକେଟ୍‌ ତାରକାଙ୍କୁ କରିବେ ବିବାହ

ମୁମ୍ବାଇ୧୫|୫:  ଭାରତୀୟ ଟେନିସ ଷ୍ଟାର ସାନିୟା ମିର୍ଜା ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍‌ଙ୍କୁ ବିବାହ କରିଛନ୍ତି। ଏବେ ସାନିୟାଙ୍କ ପରେ ବଲିଉଡ ଅଭିନେତ୍ରୀ ଜରିନ୍‌ ଖାନ ମଧ୍ୟ ଜଣେ ପାକିସ୍ତାନୀ କ୍ରିକେଟ ତାରକାଙ୍କୁ ବିବାହ କରିବେ।
ଜରିନ୍‌ ଖାନ ଓ ଫଖର ଜମାନ ଏବେ ତାଙ୍କ ରିଲେସନସିପକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ଲିଙ୍କ ଅପ୍‌ ଖବର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। ଏହା ପୂର୍ବରୁ ମଧ୍ୟ ଜରିନ୍‌ଙ୍କ ନାଁ ସାହିଦ୍‌ ଆଫ୍ରିଦିଙ୍କ ସହ ଯୋଡା ଯାଇଥିଲା। ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍, ବୀର, ହେଟ୍ ଷ୍ଟୋରୀ-୩, ଅକସର-୨,୧୯୨୧ ଏବଂ ହାଉସଫୁଲ୍-୩  ଭଳି ବଲିଉଡ  ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ତାଙ୍କ ସହ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଫଖର ଜମାନଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାର ଉଭୟ ଶୀଘ୍ର ବିବାହ କରି ପାରନ୍ତି।
ଫଖର ଜମାନ ଏବେ ଦୁବଇରେ ଟି୨୦ ମ୍ୟାଚ୍‌ରେ ବ୍ୟସ୍ତ ଅଛନ୍ତି। ଜରିନ ଏହି ଲିଗ୍‌ରେ ଫଖର ଜମାନଙ୍କ ଟିମ୍‌କୁ ସପୋର୍ଟ କରନ୍ତି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଜରିନ୍‌ଙ୍କୁ କଟୁ ସମାଲୋଚନା କରାଯାଉଛି। ସାନିୟାଙ୍କ ବିବାହ ସମୟରେ ଓ ପରେ ମଧ୍ୟ ତାଙ୍କର ବହୁତ ଟ୍ରୋଲ କରାଯାଇଥିଲା। ଅନେକ ଦର୍ଶକଙ୍କ ଖରାପ କମେଣ୍ଟର ଶିକାର ହୋଇଥିଲେ ସାନିୟା ।
ସେହିଭଳି ପୁଣିଥରେ ଏହି ଘଟଣା ହେବାକୁ ଯାଉଛି। ସୋସିାଲ ମିଡିଆରେ ଦର୍ଶକ ଖରାପ କମେଣ୍ଟ ମଧ୍ୟ କରିଛନ୍ତି। ବିବାହ ପାଇଁ କେବଳ ଏହି ବ୍ୟକ୍ତି ମିଲିଥିଲେ କି? ଏଭଳି କମେଣ୍ଟ ସୋସଆଲ ମିଡିଆରେ ଜରିନ୍‌ଙ୍କ ଟାଇମ୍‌ଲାଇନ୍‌ରେ ପୋଷ୍ଟ କରାଯାଉଛି।

 

308 Views

   ସମ୍ବନ୍ଧିତ ଖବର