ସାନିଆ ମିର୍ଜାଙ୍କ ପରେ ଏବେ ଏହି ବଲିଉଡ ଅଭିନେତ୍ରୀ କରିପାରନ୍ତି ପାକିସ୍ତାନୀ କ୍ରିକେଟରଙ୍କୁ ନିକାହ

Published By : Prameya-News7 Bureau | December 31, 2018 IST

ମୁମ୍ବାଇ ୩୧/୧୨: ଭାରତର ଟେନିସ୍ ଖେଳାଳୀ ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବେହ କରିଥିଲେ ।  ଯେଉଁଥିପାଇଁ ସେ କେତେକ ଲୋକଙ୍କର ଆକ୍ରୋଶର ଶିକାର ହୋଇଥିଲେ। ସେହିପରି ପୁଣି ଥରେ ଏବେ ଆଉ ଜଣେ ଭାରତୀୟ ଅଭିନେତ୍ରୀ ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡ଼ିବା ଖବର ଚର୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା କିଏ ସେ ଅଭିନେତ୍ରୀ।

wp:gallery {"ids":[69058]} /wp:gallery

ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍ ‘ବୀର’,‘ହେଟ୍ ଷ୍ଟୋରୀ-୩’,‘ଅକସର-୨’,‘୧୯୨୧’ଏବଂ ‘ହାଉସଫୁଲ୍-୩’ ଭଳି ଆଦି ଫିଲ୍ମରେ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ତାଙ୍କ ସହ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଫଖର ଜମାନଙ୍କ ପ୍ରେମ ଖବର ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଅଛି। କୁହାଯାଉଛି ସେମାନେ ବହୁତ ଶୀଘ୍ର ବିବାହ କରି ପାରନ୍ତି।

wp:gallery {"ids":[69059]} /wp:gallery

ଫଖର ଜମାନ ବର୍ତ୍ତମାନ ଦୁବାଇରେ ଅଛନ୍ତି ଏବଂ ଟି-ଟ୍ବେଣ୍ଟି କ୍ରିକେଟ ଖେଳୁଛନ୍ତି। ଜରିନ୍ ଖାନ୍ ମଧ୍ୟ ଟି-ଟ୍ବେଣ୍ଟି କ୍ରିକେଟ ଲିଗ୍ ସହ ଜଡ଼ିତ। ନିକଟରେ ଫଖର ଜମାନ ସବୁଠୁ ବେଶୀ ୧୦୦୦ରନ୍ କରିଥିଲେ।

wp:gallery {"ids":[69060]} /wp:gallery

କିନ୍ତୁ ଏହା ପୂର୍ବରୁ ଜରିନଙ୍କ ନାଁ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା। କିନ୍ତୁ ଜରିନ୍ ଏହି କଥାକୁ ଖଣ୍ଡନ କରି କହିଛନ୍ତି ଯେ ଏହା ସବୁ ଏକ ଗୁଜବ। କିନ୍ତୁ ଫଖର ଜମାନ ଏନେଇ କୈାଣସି ପ୍ରତିକ୍ରିୟା ରଖିନାହାନ୍ତି।

wp:gallery {"ids":[69061]} /wp:gallery

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.