Covid-19କୁ ନେଇ ଉଚ୍ଚ ରାଜନୈତିକ ମହଲରେ ହଲଚଲ, ଏବେ ଆଇସୋଲେସନରେ ରବିଶଙ୍କର ପ୍ରସାଦ

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ ୩।୮:  ଅଗଷ୍ଟରେ କରୋନାକୁ ନେଇ ହୋଇଥିବା ପୂର୍ବ ଆକଳନ ଏବେ ସତ୍ୟ ହେବାକୁ ଯାଉଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ ଟ୍ୱିଟ୍‌ କରି କୋଭିଡ ପଜିଟିଭ ଥିବା ସୂଚିତ କରିବା ପରେ ବିଳମ୍ବିତ ରାତ୍ରିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲେ ସେ ଭୂତାଣୁ ପଜିଟିଭ ଥିବାର ସୂଚିତ କରିଥିଲେ। ତା ପୂର୍ବରୁ ତାମିଲନାଡ଼ୁ ଗଭର୍ଣ୍ଣର ବନୱାରୀଲାଲ ପୁରୋହୀତ କରୋନା ପଜିଟିଭ ଥିବା ଜଣାପଡିଥିଲା।

ତେବେ କେନ୍ଦ୍ର ଗୃହମନ୍ତ୍ରୀ ପଜିଟିଭ ଚିହ୍ନଟ ପରେ ଏବେ ଛନକା ପଶିଛି। ଅମିତ ଶାହ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସତର୍କ କରାଇଥିବା ବେଳେ କରୋନା ଟେଷ୍ଟିଂ କରାଇ ନେବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ କେନ୍ଦ୍ର ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ରବିବାର ସନ୍ଧ୍ୟାରୁ ନିଜକୁ ଆଇସୋଲେଟ କରିଥିବା ବେଳେ ଏବେ ରବିଶଙ୍କର ପ୍ରସାଦ ଗୃହମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବାକୁ ନିଜକୁ ଆଇସୋଲେଟ କରିଥିବାର ସୂଚିତ କରିଛନ୍ତି।

ବାବୁଲ ସୁପ୍ରିଓଙ୍କ ଭଳି ପ୍ରସାଦ ମଧ୍ୟ ଶନିବାର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ଏଣୁ ସେ ନିଜକୁ ଆଇସୋଲେସନରେ ରଖିଥିବାର ଜଣାଇଛନ୍ତି। ତେବେ ଗତ ବୁଧବାର ପ୍ରଧାନମନ୍ତ୍ରୀ ଆବାସରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଯୋଗଦେଇଥିଲେ। ସେଠାରେ ସୋସିଆଲ ଡିଷ୍ଟାନସିଂ କଡାକଡି ପାଳନ ହୋଇଥିଲା। ତଥାପି ଗୃହମନ୍ତ୍ରୀ ସମସ୍ତଙ୍କୁ ସତର୍କତା ପଦକ୍ଷେପ ନେବା ଲାଗି ନିଜ ଆଡୁ ପରାମାର୍ଶଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.