Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବକଙ୍କୁ ପିଟିପିଟି ମାରିଦେଲେ ! ଥାନାଠୁ ୨୦୦ ମିଟର ଦୂରରେ ପଡିଛି ମୃତଦେହ
  • ||
  • ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏଁ ପାଠ ପଢିବେ ଛାତ୍ରଛାତ୍ରୀ
  • ||
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ବ୍ୟବସାୟୀଙ୍କୁ ଲୁଟିବା ପରେ ଜୀବନ୍ତ ଜଳେଇଦେଲେ ଦୁର୍ବୁର୍ତ୍ତ; ପ୍ରମାଣ ନଷ୍ଟ କରିବା ପାଇଁ କଲେ ବିସ୍ଫୋରଣ

27/11/2018 at 2:06 PM

ଜବଲପୁର ୨୭/୧୧ : ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ସାହାପୁରାରେ ଜଣେ ବ୍ୟବସାୟୀଙ୍କ ଘରେ ଲୁଟିବା ପରେ ତାଙ୍କୁ ଜୀବନ୍ତ ଜଳେଇ ଦେଇଛନ୍ତି ଦୁର୍ବୁର୍ତ୍ତ | ଘଟଣା ଘଟିଛି ରବିବାର ଦିନ ରାତିରେ | ମୃତ ବ୍ୟବସାୟୀ ଜଣକ ହେଲେ ୪୫ ବର୍ଷ ବୟସ୍କ ମଙ୍ଗଳ ଜୈନ | ପୋଲିସ ସୂଚନା ଅନୁଯାୟୀ ଦୁର୍ବୁର୍ତ୍ତମାନେ ପ୍ରଥମେ ବ୍ୟବସାୟୀଙ୍କୁ ବାନ୍ଧି ପିଟାପିଟି କରିଥିଲେ | ଏହାପରେ ପାଖାପାଖି ଅଢେଇ କିଲୋ ସୁନା ଏବଂ ନଗଦ ୫୦ ଲକ୍ଷ ଟଙ୍କା ଲୁଟିବା ପରେ ବ୍ୟବସାୟୀଙ୍କୁ ଜୀବନ୍ତ ନିଆଁ ଲଗେଇ ଦେଇଥିଲେ |

ତେବେ ଲୁଟକୁ ଦୁର୍ଘଟଣାର ରୂପ ଦେବା ପାଇଁ ଦୁର୍ବୁର୍ତ୍ତମାନେ ଏଭଳି କରିଥିଲେ | କିନ୍ତୁ ସିସିଟିଭି ଫୁଟେଜରୁ ସତ ସାମ୍ନାକୁ ଆସିଥିଲା | ବ୍ୟବସାୟୀଙ୍କ ଘରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ସଂଗେସଂଗେ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଆସି ଦେଖିଥିଲା ୩ ମହଲା କୋଠାର ସବୁଠୁ ଉପର କୋଠାରେ ବ୍ୟବସାୟୀଙ୍କ ମୃତଦେହ ପଡିଛି | ତାଙ୍କ ପାଖରେ ଏକ ପେଟିରେ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ଅଧା ପୋଡା କେତେଗୁଡ଼ାଏ ନୋଟ ପଡିଥିଲା | ସେହି ପେଟିରେ କିଛି ସୁନା ଗହଣା ମଧ୍ୟ ଥିଲା | ତେବେ ପୋଲିସ ଅନୁମାନ କରିଥିଲା ଯେ, ଟଙ୍କା ଏବଂ ଗହଣା ଅଧିକ ହୋଇଯିବାରୁ ଦୁର୍ବୁର୍ତ୍ତ ବୋଧେ ନେଇପାରିଲେ ନାହିଁ | ଘଟଣା ଘଟିବାବେଳେ ବ୍ୟବସାୟୀ ଜଣକ ଘରେ ଏକ ଥିଲେ | ପରିବାରଲୋକେ ଇନ୍ଦୋର ଯାଇଥିଲେ |

ଘଟଣାର ଯାଞ୍ଚ ବେଳେ ବ୍ୟବସାୟୀଙ୍କ ଘରେ ପୋଲିସ କେତେଗୁଡ଼ାଏ ସିସିଟିଭି ଲାଗିଥିବା ଦେଖିଥିଲା | କିନ୍ତୁ ଘରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ସିସିଟିଭି ଜଳି ଯାଇଥିଲା | ବ୍ୟବସାୟୀଙ୍କ ମୃତଦେହ ପାଖରେ ଏକ ଅଧା ଗ୍ୟାସ ସିଲିଣ୍ଡର ମଧ୍ୟ ପଡିଥିବାର ପୋଲିସ ପାଇଥିଲା | ଘଟଣା ପରେ ଦୁର୍ବୁର୍ତ୍ତ ରୋଷେଇ ଘରୁ ଗ୍ୟାସ ସିଲିଣ୍ଡର ଆଣି ବ୍ୟବସାୟୀଙ୍କ ଶୋଇବା ଘରେ ବିସ୍ଫୋରଣ କରି ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିବା ପୋଲିସ ଅନୁମାନ କରିଥିଲା |

ବ୍ୟବସାୟୀଙ୍କ ଘର ପାଖରେ ଥିବା ଦୋକାନରେ ମଧ୍ୟ ସିସିଟିଭି ଲାଗିଥିଲା | ସେହି ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଦେଖିଥିଲା ଯେ, ଦୁଇ ଜଣ ଦୁର୍ବୁର୍ତ୍ତ ବ୍ୟବସାୟୀଙ୍କ ଘର ସଟରର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ ପ୍ରାୟ ଘଣ୍ଟେ ପରେ ବାହାରିଥିଲେ | ସାହାପୁରା ପୋଲିସ ଏହାକୁ ଲୁଟ ପରେ ହତ୍ୟା ଘଟଣା ବୋଲି କହିଛି | ତେବେ ସେହି ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି |

   Related Posts