Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବିଦେଶ ଗସ୍ତରୁ ଫେରିବା ପରେ ଯୁବକଙ୍କୁ ଏକ ମସ୍‌ଜିଦରେ ଲୁଚାଇ ରଖିଥିଲେ ମୌଲବୀ : ୨ ଗିରଫ

2/04/2020 at 6:58 PM

ସାମ୍ବା୦୨/୦୪: କରୋନା ଭାଇରସ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସେଥିପାଇଁ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି।ଇତି ମଧ୍ୟରେ ଏକ ମସଜିଦର ଧର୍ମଗୁରୁ ତଥା ତାଙ୍କ ସହ ଲୁଚି ରହିଥିବା ଜଣେ ନାଗରିକଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି। ମୌଲବୀ ଜଣକ ବିଦେଶ ଯାତ୍ରାରୁ ଫେରିଥିବା ଜଣେ ନାଗରିକଙ୍କୁ ବେଆଇନ ଭାବେ ମସଜିଦରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ପାଇ ରାମଗଡ ପୋଲିସ ଚକ ଦୌଲତ ସ୍ଥିତ ଏକ ମସଜିଦ ଉପରେ ଚଢ଼ାଉ କରିଥିଲା। ବିଦେଶ ଯାତ୍ରା କରିଥିବା ନାଗରିକଙ୍କ ଇତିହାସ ଲୁଚାଇ ମସଜିଦରେ ଆଶ୍ରୟ ଦେଇଥିବା ଯୋଗୁଁ ମୌଲବୀଙ୍କୁ ଏବଂ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି |

ଅଭିଯୁକ୍ତ ମୌଲବୀ ଜଣକ ହେଲେ ପୁଞ୍ଚର ସୁରନକୋଟ ନିବାସୀ ମହମ୍ମଦ ସରିଫଙ୍କ ପୁଅ ସରଫରାଜ ଅହମ୍ମଦ କାଦ୍ରି | ସେ ବର୍ତ୍ତମାନ ଚକ ଦୌଲତ ମସଜିଦରେ ମୌଲବୀ ଅଛନ୍ତି | ବିଦେଶ ଯାତ୍ରାରୁ ଫେରିଥିବା ନାଗରିକ ଜଣକ ହେଲେ ଲଖନଉ ହରୀମପୁର ଅନ୍ତର୍ଗତ ଲାଲ କୋଠି ଷ୍ଟେସନ ରୋଡ଼ ନିବାସୀ ସାଲେନ ଉଦଦ୍ଦିନ ସିଦ୍ଦିକିଙ୍କ ପୁଅ  କୁର୍ର୍ତୁଲେନ ସିଦ୍ଦିକି | ରାମଗଡ ପୋଲିସ ଆଇପିସିର ଧାରା ୨୬୯ ଅନୁଯାୟୀ ଏହି ଦୁଇଜଣଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରିଛି ଏବଂ ଅଧିକ ତଦନ୍ତ ଆରମ୍ଭ କରିଛି। ଏହାସହ ଯେଉଁମାନେ ନିକଟରେ ଜାମ୍ମୁ କାଶ୍ମୀର ବାହାରୁ ଫେରିଛନ୍ତି ଏବଂ ନିଜ ଯାତ୍ରା ଇତିହାସ ଲୁଚାଇଛନ୍ତି ସେମାନଙ୍କ ସମ୍ପର୍କରେ ଯେକୌଣସି ସୂଚନା ମିଳିଲେ ପୋଲିସକୁ ତୁରନ୍ତ ଜଣାଇବାକୁ ପୋଲିସ ଜନତାଙ୍କୁ ଅପିଲ କରିଛି |

   Related Posts