ଗୌତମ ଗମ୍ଭୀର ; କ୍ରିକେଟ ଛାଡ଼ି ଏବେ ରାଜନୈତିକ ପିଚ୍ ରେ କରିବେ କି ବ୍ୟାଟିଂ ? କାହିଁକି ଏଭଳି ଆଶଂକା, ଆସନ୍ତୁ ଜାଣିବା
8/12/2018 at 4:46 PM

ନୂଆଦିଲ୍ଲୀ ୮|୧୨: ଭାରତ ପାକିସ୍ଥାନ ମ୍ୟାଚର ଏକ ନିର୍ଣ୍ଣାୟକ ପରିସ୍ଥିତିରେ ଥାଏ ଟିମ ଇଣ୍ଡିଆ । ଭାରତୀୟ ଦଳ ବହୁତଖରାପ ପରିସ୍ଥିତି ଦେଇ ଗତି କରୁଥାଏ । କୋଟି କୋଟି ଭାରତୀୟଙ୍କର ଆଶା ଆକାଂକ୍ଷା ଥାଏ ଟିମ ଇଣ୍ଡିଆ କିଭଳି ବିଜୟ ଲାଭ କରିବ , ନିଜର ସମ୍ମାନ ରକ୍ଷା କରିବ ପାକିସ୍ଥାନ ଆଗରେ । ଏଇ ସମୟରେ ଗୌତମ ଗମ୍ଭୀର ନିଜର ବ୍ୟାଟିଂର ପରାକାଷ୍ଠାଦେଖାଇ ଟିମ ଇଣ୍ଡିଆର ଇଜ୍ଜତ ରକ୍ଷା କରିଥିଲେ । ଗୌତମ ସେହି ମ୍ୟାଚରେ ୭୫ ରନ ସଂଗ୍ରହ କରି ଭାରତକୁଜିତାଇଥିଲେ । ସାରାଦେଶ ସେଇଦିନ ଗୌତମ ଗମ୍ଭୀରଙ୍କୁପ୍ରଶଂସାରେ ପୋତି ପକାଇଦେଇଥିଲା । ସାରାଦେଶର ବାହାବା ମିଳିଥିଲା ଗୌତମଙ୍କୁ । ସେଇ ଗୁରୁତ୍ଵପୂର୍ଣ୍ଣମ୍ୟାଚ ହେଉଛି ୨୦୦୭ ମସିହାର ଟି୨୦ ଫାଇନାଲ ମ୍ୟାଚ । ଭାରତ ଭର୍ସେସ ପାକିସ୍ଥାନ ।
ଠିକ ସେମିତି ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡ଼ିୟମରେ ଶ୍ରୀଲଙ୍କାଓ ଭାରତ ମଧ୍ୟରେ ଚାଲିଥାଏ ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ। ଭାରତ ଆଗରେ ଥାଏ ବିଶାଳ ସ୍କୋର । ସେହି ମ୍ୟାଚର ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲେଇ ସାରିଥାନ୍ତିସଚିନ ଓ ସ୍ଵେହାଗ । ହେଲେ ଅଳ୍ପ ରନ କରି ଆଉଟ ହୋଇପ୍ୟାଭିଲିୟନକୁ ଫେରିଆସିବା ପରେ ପଡ଼ିଆକୁ ଓହ୍ଲେଇଥିଲେ ଗମ୍ଭୀର । ନିଜର ଚମତ୍କାର ବ୍ୟାଟିଂ ବଳରେ୯୭ରନ ସଂଗ୍ରହ କରି ଭାରତକୁ ଜିତାଇଥିଲେ ।

ଏହି ଦୁଇଟି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ନିଜର ପରାକାଷ୍ଠାଦେଖାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ସେ। ତା ପରେ ସେ କେବେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।
ଏତେ ଚର୍ଚ୍ଚାରେ ଥିବା କ୍ରିକେଟୟର ଗମ୍ଭୀର ଖେଳରୁ ସନ୍ୟାସନେବା ବହୁ ଖେଳପ୍ରେମୀଙ୍କୁ କରିଛି ନିରାଶ । ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରଶ୍ନ ବିଉଠୁଛି ଗମ୍ଭୀର ରାଜନୈତିକ ପିଚରେ ବ୍ୟାଟିଂ କରିବାକୁଯାଉନାହାଁନ୍ତି ତ ? କଣ ହୋଇପାରେ ଏ ଘଟଣା ପଛରେ ଘଟଣା ଆସନ୍ତୁ ଜାଣିବା ……
ଗୌତମ ଗମ୍ଭୀର କ୍ରିକେଟରୁ ଅବସର ନେବା ଘୋଷଣା କରିବାପରେ ଅନେକ ତାଙ୍କୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣିବାକୁ ବାଧ୍ୟହୋଇଛନ୍ତି । ସେ ନିଜ ଫେସବୁକ ପେଜରେନରେନ୍ଦ୍ର ମୋଦିଙ୍କର ଫଟୋ ପୋଷ୍ଟ କରିଥିଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ଉଠିଛି । ୨୦୧୯ ନିର୍ବାଚନରେବିଜେପିରୁ ସେ ଟିକେଟ ପାଉଥିବା ଚର୍ଚ୍ଚା ଜୋର ଧରିଥିଲେ ବି ଗୌତମ କିଛି ସ୍ଫଷ୍ଟ କରିନାହାଁନ୍ତି ।

ବିଜେପିର ବିଭିନ୍ନ ସମୟରେ ରୋଡ଼ ସୋ , ନିର୍ବାଚନ ପ୍ରଚାରରେଅତୀତରେ ଗମ୍ଭୀର ସାମିଲ ହୋଇଥିଲେ । ସେଥିପାଇଁ ସେ କାଳେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ପ୍ରଂଶସକଅନୁମାନ କରିଛନ୍ତି ।
କ୍ରିକେଟରୁ ଅବସର ନେବାପରେ ଗୌତମ ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ଛାଡ଼ିଛନ୍ତି । ୨୦୧୪ ମସିହା ଓ ୨୦୧୬ ମସିହାରେ ରାଜନୀତିରେ ପ୍ରବେଶ କରିବା ପାଇଁ ବହୁ ସୁଯୋଗ ମିଳିଥିଲା, କିନ୍ତୁ ସେତେବେଳେ କ୍ୟାରିୟର ବରବାଦ କରିବାକୁ ଚାହିଁନଥିଲେ ବୋଲି ସେଥିରେ କହିଛନ୍ତି । ଅନେକ ଦିନ ହେଲା କ୍ରିକେଟରେ ରହିଯାଇଥିବାରୁ ଟିକେ ବିଶ୍ରାମ ଚାହୁଁଥିବା କହିଛନ୍ତି ଗୌତମ । ରାଜନୀତି ବାବଦରେ ଯେଉଁମାନେ କାହାଣୀ ତିଆରି କରିଛନ୍ତି ସେମାନେ ଜାଣିଥିବେ ମୋ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି ଗମ୍ଭୀର ।