Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ମନ୍ତ୍ରୀ ପଦରୁ ମହାରଥୀ ବିଦା ପରେ ସଜାଡିହେଲା କି ବିଜେଡିର ଭାବମୂର୍ତ୍ତି ? ଇସ୍ତଫା ପରେ ବି କୃଷକ ସମାବେଶରେ ଯୋଗଦେବାକୁ ଦିଲ୍ଲୀ ଗଲେ ମହାରଥୀ

7/01/2019 at 6:04 PM

ଭୁବନେଶ୍ବର ୭|୧: ମହାରଥୀଙ୍କ ଇସ୍ତଫା ପରେ ବି ଥମୁନି ରାଜନୀତି । ବିରୋଧିଙ୍କ କମାଣ ଏବେ ମୁଖ୍ୟମନ୍ତ୍ରୀଙ୍କ ଆଡକୁ । କାହିଁକି ମହାରଥୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ବିଳମ୍ବ ହେଲା ତାର ଜବାବ ମାଗୁଛନ୍ତି ବିରୋଧି। ବିଜେଡି କିନ୍ତୁ ଆଉ ଶୁଣିବା ମୁଡ୍ ରେ ନାହିଁ । ବିରୋଧିଙ୍କ କଥାକୁ ଗୁରୁତ୍ବ ନଦେଇ ଦଳ ନିଜ କାର୍ଯ୍ୟକ୍ରମରେ ଆଗକୁ ବଢିବା ଯୋଜନା କରୁଛି । କିନ୍ତୁ ମନ୍ତ୍ରୀପଦରୁ ମହାରଥୀ ବିଦା ହେବା ପରେ ଦଳର ଭାବମୂର୍ତ୍ତି ସୁରକ୍ଷିତ କି ନାହିଁ ସେ ନେଇ ଅନେକ ପ୍ରଶ୍ନ ଛାଡିଦେଇଛି ।

ମନ୍ତ୍ରୀ ପଦରୁ ତ ବିଦାହେଲେ ମହାରଥୀ । କିନ୍ତୁ ବିଜେଡି ଓ ଦଳ ମୁଖିଆଙ୍କ ଭାବମୂର୍ତ୍ତି ସଜାଡିହେଲା କି ?  ବିରୋଧି କିନ୍ତୁ ବୁଝିବା ମୁଡରେ ନାହାନ୍ତି ।  ଦିଲ ମାଙ୍ଗେ ମୋର ମୁଡରେ ଅଛନ୍ତି ବିରୋଧୀ । ସିଧା ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠାଇ କହିଛନ୍ତି ପୀଡ଼ିତା ନ୍ୟାୟ ପାଇନାହାନ୍ତି । ଅର୍ଥାତ ଏହି ପ୍ରସଙ୍ଗକୁ ଟାଣି ରଖିବା ମୁଡରେ ରହିଛନ୍ତି । ଯେହେତୁ ମହିଳା ଭୋଟ ହାତେଇବାକୁ ବିଜେଡିର ପ୍ଲାନ ଏହାଦ୍ବାରା ବାଧାପ୍ରାପ୍ତ ହେଉଥିଲା ତେଣୁ ବିଜେଡି ଝାଡିଝୁଡ଼ି ହେଇଯାଇଛି, ମନ୍ତ୍ରୀଙ୍କୁ ବିଦା ହୋଇଛନ୍ତି କିନ୍ତୁ ବିରୋଧୀ ଆହୁରି ଅଧିକ ଆକ୍ରାମଣାତ୍ମକ ହୋଇପଡ଼ିଛନ୍ତି।

ସେପଟେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଦଳ ପକ୍ଷରୁ ଆୟୋଜିତ କୃଷକ ସମାବେଶରେ ଯୋଗଦେବାକୁ ଦିଲ୍ଲୀ ଯାଇଛନ୍ତି ପ୍ରଦୀପ ମହାରଥୀ । ପୂର୍ବତନ କୃଷିମନ୍ତ୍ରୀ ହିସାବରେ କୃଷକଙ୍କ ସମ୍ମିଳନୀରେ ସାମିଲ ହେବେ । ଆଘାତ ସତ୍ତ୍ବେ ନବୀନଙ୍କ ପ୍ରତି ତାଙ୍କର ସମର୍ଥନର ବାର୍ତ୍ତା ଦେବାକୁ ଚାହିଁବେ। ଦଳର ବି ଧାରଣା, ବିବାଦୀୟ ବୟାନ ପାଇଁ ଜଣେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଉ ଅଧିକ ଏ ପ୍ରସଙ୍ଗକୁ ଟଣାଯାଇ ପାରିବ ନାହିଁ ।  ବିଜେଡି ଏବେ ବିଜେପି ଓ କଂଗ୍ରେସ ନେତାଙ୍କ ଆଡକୁ ଅଙ୍ଗୁଳି ଉଠାଇ କାଉଣ୍ଟର କରିବା ମୁଡ୍ ରେ । ଏହି ଦୁଇଦଳ ନେତାଙ୍କ ମହିଳାଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ କଣ ସେନେଇ ପ୍ରଶ୍ନ କରିଛି ବିଜେଡି ।

ସେପଟେ କ୍ରାଇମବ୍ରାଞ୍ଜ ପୁଣି ସାମ୍ନାକୁ ଆସିଛି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଯଥେଷ୍ଟ ପ୍ରମାଣ ରହିଛି ଏହି ମାମଲାରେ ହାଇକୋର୍ଟ ଯିବା ଲାଗି ଜୋରଦାର ତୟାରି ଚାଲିଛି। ଯେମିତି ପୋଲିସ ଏଥିରେ କୌଣସି ଶିଥିଳତା ଦେଖାଉନାହିଁ, ଏମିତି ମେସେଜ ଯିବ।

ଯେହେତୁ କୋର୍ଟ କହିସାରିଛନ୍ତି ପୀଡ଼ିତାଙ୍କୁ ହତ୍ୟା କରାଯାଇଛି। ତେଣୁ ହତ୍ୟାକାରୀକୁ ତଥ୍ୟ ପ୍ରମାଣ ସହିତ ଚିହ୍ନଟ କରି ଦୁନିଆ ସାମ୍ନାକୁ ଆଣିବା ହିଁ ଏବେ ସରକାର ଓ ପୋଲିସ ପାଇଁ ବ଼ଡ଼ ଚ୍ୟାଲେଞ୍ଜ।     

   Related Posts