Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁଜ୍ ସେଭେନ୍‌ରେ ଖବର ପ୍ରସାରଣ ପରେ ଚେତିଲା ଭଦ୍ରକ ଜିଲ୍ଲା ପ୍ରଶାସନ, ଭିନ୍ନକ୍ଷମ କର୍ମଚାରୀଙ୍କୁ ବାଦ୍ ଦେଲା ଇଲେକ୍ସନ ଡ୍ୟୁଟିରୁ

ଭଦ୍ରକ ୧୭|୪: ନ୍ୟୁଜ୍ ସେଭେନ୍‌ରେ ଖବର ପ୍ରସାରଣ ପରେ ଚେତିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ଇଲେକ୍ସନ ଡ୍ୟୁଟିରୁ ବାଦ୍ ଦେଇଛି ।

ଭଦ୍ରକ ମ୍ୟୁନିସିପାଲଟିରେ ଚାକିରି କରିଛନ୍ତି ନାରାୟଣ ପ୍ରସାଦ ନାୟକ । ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ଗୋଡ ଦୁଇଟା ନାହିଁ, ଆଉ ହାତ ବି ଭଲ ଭାବେ କାମ କରୁନି । ତାପରେ ବି ଇଲେକ୍ସନ ଡ୍ୟୁଟି କରିବାକୁ ରାଜି ଥିଲେ ନାରାୟଣ । ଘରଠୁ ୫୦ କିମି ଦୂର ନୁହେଁ ବରଂ ଟିକେ ପାଖରେ ହଲେ ଭଲ ହୁଅନ୍ତା ବୋଲି ଗୁହାରି କରିବାକୁ ସେ ଘୁଷୁରି ଘୁଷୁରି ଯାଇଥିଲେ ଜିଲ୍ଲାପାଳଙ୍କ ଅଫିସକୁ । ତେବେ ସେଠାରେ ତାଙ୍କ କଥା ତ ଶୁଣିଲେ ନାହିଁ, ଓଲଟା ସେ ଆହୁରି ଗାଳି ଶୁଣିଲେ ।

ଏଭଳି ଏହି ଖବର ଗତକାଲି ନ୍ୟୁଜ୍ ସେଭେନ୍‌ରେ ପ୍ରସାରଣ ହୋଇଥିଲା । ଆଉ ତାପରେ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଇଲେକସନ୍ ଡ୍ୟୁଟିରୁ ବାଦ୍ ଦେଇଛନ୍ତି । ଭିନ୍ନକ୍ଷମ ନାରାୟଣ ନ୍ୟୁଜ୍ ସେଭେନ କୁ ଧନ୍ୟବାଦ ଦେବା ସହ ଜିଲ୍ଲାପାଳଙ୍କୁ ବି ଧନ୍ୟବାଦ ଦେଇଛନ୍ତି ।  

313 Views

   ସମ୍ବନ୍ଧିତ ଖବର